
ସାମଗ୍ରୀ
- ପନୀର -୨୫୦ ଗ୍ରାମ୍ (୧ ଇଞ୍ଚ ସାଇଜ୍ କଟା)
- ଅଦା କୋରା -୨ ଚା’-ଚାମଚ
- ରସୁଣ ବଟା -୨ ଚା’-ଚାମଚ
- ଚୂନାକଟା କଞ୍ଚାଲଙ୍କା-୨ ଚା’-ଚାମଚ
- ସରୁ ଲମ୍ବା କଟା ପିଆଜ -୨ ଟି ବଢ଼
- ସୋୟା ସସ୍ -୧ ଚା’-ଚାମଚ
- ଜିରାଗୁଣ୍ଡ – ୧ ଚା’-ଚାମଚ
- ରିଫାଇନ୍ ତେଲ -ଛାଣିବା ପାଇଁ
- ମଇଦା -୧ ଟେବୁଲ ଚାମଚ
- କର୍ଣ୍ଣଫ୍ଲୋର -୧ ଟେବୁଲ ଚାମଚ
- ବେସନ – ୧ ଟେବୁଲ ଚାମଚ
- ଲୁଣ- ସ୍ବାଦାନୁସାରେ
- ଟମାଟୋ ସସ୍ – ୨ ଚା’-ଚାମଚ
- ଗୋଲମରିଚ-୧/୨ଚାମଚ
- ହେଙ୍ଗୁ – ୧ ଚିମୁଟା
- ଚାଟ ମସଲା – ଛିଞ୍ଚିବା ପାଇଁ
ପ୍ରଣାଳୀ-
ଏକ ପାତ୍ର ରେ ୧ ଟେବୁଲ ଚାମଚ ବେସନ,କର୍ଣ୍ଣଫ୍ଲୋର,ମଇଦା ନେଇ ଭଲକି ମିଶାନ୍ତୁ । ଏବେ ରସୁଣ ବଟା, ଅଦା କୋରା, ଜିରାଗୁଣ୍ଡ ,ଲୁଣ,ଗୋଲମରିଚ, ହେଙ୍ଗୁ କୁ ସେଥିରେ ମିଶାନ୍ତୁ ଏହାପରେ ପାଣି ଦେଇ ଭଲକି ଚକଟି ଦିଅନ୍ତୁ ସେଥିରେ କଟା ହୋଇଥିବା ପନୀର୍ କୁ ମିଶାନ୍ତୁ । ପ୍ୟାନ ରେ ତେଲ ନେଇ ଗରମ କରନ୍ତୁ । ତେଲ ଗରମ ହେଲା ପରେ ମିଶା ହୋଇଥିବା ପନୀର୍ ପକାଇ ଗୋଲଡେନ୍ ରଙ୍ଗ ହେବ ଯାଇ ଫ୍ରାଏ କରନ୍ତୁ । ଗୋଲଡେନ୍ ରଙ୍ଗ ହୋଇଗଲେ ଆଉ ଏକ ପାତ୍ର କୁ ବାହାର କରି କଟା ପିଆଜ଼ ,କଞ୍ଚାଲଙ୍କା ଓ ଚାଟ ମସଲା ଛିଞ୍ଚି ଗରମା ଗରମ ପରସନ୍ତୁ ।