
ସାମଗ୍ରୀ :
- ପନୀର୍- ୬୦୦ ଗ୍ରାମ୍
- ମଟର ( ମଞ୍ଜି)- ୨୦୦ ଗ୍ରାମ୍
- ପିଆଜ- ୨ଟି
- ବିଲାତି -୪ଟି (ପ୍ୟୁରୀ)
- ଘିଅ ବା ତେଲ- ୧୦୦ ଗ୍ରାମ୍
- ବଡ଼ ଅଳେଇଚ-୧ଟି
- ଛୋଟ ଅଳେଇଚ- ୫ଟି
- ଲବଙ୍ଗ- ୫ଟି
- ଡାଲ୍ଚିନି-୧ ଇଞ୍ଚ
- ତେଜପତ୍ର ୧ଟି
- ଜାଇତ୍ରୀ ଗୁଣ୍ଡ-୧/୪ ଚାମଚ
- କଟା ଅଦା-୧ ଚାମଚ
- ଲଙ୍କାଗୁଣ୍ଡ–୧ ଚାମଚ
- କଞ୍ଚାଲଙ୍କା- ୨ଟି (କଟା)
- ହଳଦି-୧/୨ଚାମଚ
- ଅଦାବଟା-୧ ଟେ. ଚାମଚ
- ରସୁଣ ବଟା–୧ ଟେ. ଚାମଚ
- ଗରମ ମସଲା -୨ ଚାମଚ
- ଲୁଣ-ସ୍ଵାଦାନୁସାରେ
- ଧନିଆ ପତ୍ର -୧ ଚାମଚ
ପ୍ରଣାଳୀ :
ପନୀର୍କୁ ୧ ଇଞ୍ଚ ଖଣ୍ଡରେ କାଟି ରଖନ୍ତୁ । ଫ୍ରେସ୍ ଗ୍ରୀନ୍ ମଟର ଛଡ଼ାଇ ରଖନ୍ତୁ । ବିଲାତି ଓ ପିଆଜକୁ ଛୋଟ ଛୋଟ କାଟି ରଖନ୍ତୁ । କରେଇରେ ଘିଅ ଗରମ କରନ୍ତୁ । ସେଥୁରେ ଗୋଟା ଗରମ ମସଲା ପକାଇ ଫୁଟାନ୍ତୁ । ଏଥର କଟା ପିଆଜ, ଅଦା, ଲଙ୍କା ପକାଇ ପିଆଜ ଲାଲ୍ ହେବାଯାଏଁ ଭାଜନ୍ତୁ । ପରେ ହଳଦି ଓ ଲଙ୍କାଗୁଣ୍ଡ ପକାଇ ଆଉ ୧ ମିନିଟ୍ ଭାଜି, ଅଦା-ରସୁଣ ପକାଇ ଅଳ୍ପ ପାଣି ଦେଇ ଗୋଳାଇ ୩-୪ ମିନିଟ୍ ଫୁଟାନ୍ତୁ । ତା’ପରେ ଟମାଟୋ ପ୍ୟୁରୀ ଓ ଲୁଣ ପକାଇ ତେଲ ଛାଡ଼ିବାଯାଏଁ କଷନ୍ତୁ । ହୋଇଗଲେ ଆଉ ୪୦୦ ମିଲି ପାଣି ଦେଇ ଫୁଟାନ୍ତୁ ଓ ମଟର ଏବଂ ପନୀର୍ ପକାନ୍ତୁ । ଝୋଳ ବହଳିଆ ହୋଇଗଲେ ଡାଲ୍ଚିନି ଖଣ୍ଡ କାଢ଼ି ଦିଅନ୍ତୁ । ଗରମ ମସଲା ଗୁଣ୍ଡ ପକାଇ ଗୋଳାଇ ସର୍ଭିଙ୍ଗ୍ ଡିସ୍କୁ କାଢ଼ି ଖାଇବାକୁ ଦିଅନ୍ତୁ ।