Guab Jamun Odia Recipe
Prepare time: 30 min
Cook: 30 min
Ready in: 1 hr

Ingredients

  • ବ୍ରେଡ
  • ସର ମିଶା କ୍ଷୀର ଏକ କପ୍
  • ଚିନି ଏକ କପ୍
  • ପାଣି ଦୁଇ କପ୍
  • ଛାଣିବାକୁ ତେଲ
  • ଗୁଜୁରାତି ଗୁଣ୍ଡ
  • କାଜୁ ଓ ଖିସମିସ୍

Directions

  • ବ୍ରେଡରୁ ଚାରି କଡରେ ଥିବା ମାଟିଆ ଅଂଶକୁ କାଟି ବାହାର କରି ଦିଅନ୍ତୁ ।
  • ଏହି ଧଳା ବ୍ରେଡକୁ ଛିଣ୍ଡାଇ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ ।
  • ସେଥିରେ ସର ମିଶା କ୍ଷୀର ଅଳ୍ପ ଅଳ୍ପ ଦେଇ ଅଟା ଚକଟିଲା ଭଳି ଚକଡ଼ି ଦିଅନ୍ତୁ।
  • ତାପରେ ସେଇ ଚକଡ଼ାରୁ ଛୋଟ ଛୋଟ ବଲ୍ ଭଳି ପ୍ରସ୍ତୁତ କରନ୍ତୁ ଓ ସେଥିରେ ବଲ୍ ମଝିରେ କାଜୁ ବା ଖିସମିସ୍ ରଖି ଦିଅନ୍ତୁ ।

ପ୍ରସ୍ତୁତ ପ୍ରଣାଳୀ:

  • ଗ୍ୟାସରେ କଡେଇ ବସାଇ ୨ କପ୍ ପାଣି ଓ ଏକ କପ୍ ଚିନି ଦେଇ ଫୁଟାନ୍ତୁ ଓ ସେଥିରେ ଅଳ୍ପ ଗୁଜୁରାତି ଗୁଣ୍ଡ ପକେଇ ଗୋଳେଇ ଦିଅନ୍ତୁ । ଏବେ ଆପଣଙ୍କର ସିରା ପ୍ରସ୍ତୁତ ହୋଇଯିବ।
  • ଏବେ ତେଲ ଗରମ କରି ଗୁଲାବ ଜାମୁନ ବଲ୍ ଗୁଡିକୁ ପକେଇ ଛାଣନ୍ତୁ । ଗୋଲଡେନ୍ ବ୍ରାଉନ୍ ରଙ୍ଗ ହୋଇଗଲେ ତେଲରୁ କାଢି ଫୁଟନ୍ତା ସିରାରେ ପକାନ୍ତୁ ।
  • କିଛି ସମୟ ଭିତରେ ଗୁଲବ ଜାମୁନ ନରମ ଲାଗିଲେ ସିରାକୁ ଗ୍ୟାସ୍ ରୁ କାଢି ଦିଅନ୍ତୁ ।
  • ଏବେ ପ୍ଲେଟରେ କଟା ପିସ୍ତା ବାଦାମ ଦେଇ ସଜେଇ ଦିଅନ୍ତୁ ।

1 COMMENT

LEAVE A REPLY

Please enter your comment!
Please enter your name here