Chilly Chicken Odia Recipe
Prepare time: 3hr 10 min
Cook: 45 min
Ready in: 3hr 55 min

ଆବଶ୍ୟକ ସାମଗ୍ରୀ

  • ଚିକେନ୍ ପିସ୍ -୫୦୦ ଗ୍ରାମ୍
  • ବଡ଼ ପିଆଜ (ସରୁ ଲମ୍ବା କଟା)
  • କ୍ୟାପସିକମ୍ – ୨ଟି (ସରୁ ଲମ୍ବା କଟା)
  • କଞ୍ଚାଲଙ୍କା
  • ସୋୟା ସସ୍ -୨ ଚାମଚ
  • ଟମାଟୋ ସସ୍ -୨ ଚାମଚ
  • ଚିଲି ସସ୍ -୨ ଚାମଚ
  • ଲୁଣ-ସ୍ୱାଦ ଅନୁସାରେ
  • ରିଫାଇନ୍ ତେଲ, ଅଦା
  • ରସୁଣ-୧୨-୧୪ କୋଲା
  • ଭିନେଗାର- ଅଧକପ୍
  • ଅଣ୍ଡା-୩ଟି
  • ଚାଇନା ସଲ୍ଟ –୧/୨ ଚାମଚ
  • କର୍ଣ୍ଣଫ୍ଲୋର- ୨-୩ ଟେବୁଲ-ଚାମଚ।

ପ୍ରସ୍ତୁତି ପ୍ରଣାଳୀ

ଅଦା-ରସୁଣକୁ ଛୋଟଛୋଟ କାଟି ବାଟି ଦିଅନ୍ତୁ । ବଟା ଯାଇଥିବା ଅଦା-ରସୁଣକୁ ଭିନେଗାର ସହ ମିଶେଇ ଚିକେନରେ ଗୋଳାଇ ଦିଅନ୍ତୁ । ଏହି ଚିକେନକୁ ୩-୪ ଘଣ୍ଟା ଫ୍ରିଜରେ ରଖିଦିଅନ୍ତୁ ।

କର୍ଣ୍ଣଫ୍ଲୋର ରେ ଲୁଣ, ଅଣ୍ଡା ମିଶାଇ ଭଲକରି ଫେଣ୍ଟି ଦିଅନ୍ତୁ । ଫ୍ରିଜଓ ଚିକେନ୍ କାଢ଼ି ଏହି କର୍ଣ୍ଣଫ୍ଲୋରରେ ମିଶାନ୍ତୁ ।

ତେଲ ଗରମ କରି ଏହି ଚିକେନ୍ ପିସ୍‌କୁ ଛାଣି ଦିଅନ୍ତୁ । ଯେମିତି ଚିକେନ୍ ପିସ୍‌ ଲାଲ୍ ଦେଖାଯିବ ।

ଅଳ୍ପ ତେଲରେ ପିଆଜ, ଲଙ୍କା ଓ କ୍ୟାପ୍ସିକମ୍ ଭାଜନ୍ତୁ । କିଛି ସମୟ ପରେ ଏଥିରେ ଛଣା ଚିକେନ ପିସ୍‌ଗୁଡ଼ିକୁ ପକାଇ ଟିକେ ବାଜି ଦିଅନ୍ତୁ । ଚାଇନା ସଲ୍ଟ ଓ ସସ୍ ସବୁ ଦେଇ ଗୋଳାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ ।

ପ୍ରସ୍ତୁତ ହେଇଗଲା ଚିଲି ଚିକେନ, ଗରମ ଗରମ ପରଷିଦିଅ ।

1 COMMENT

LEAVE A REPLY

Please enter your comment!
Please enter your name here