Presenting Odia Album Song Tuma Sathe Bhijithiba Lyrics from the odia album Premara Srabana. This song is sung by Aseema Panda while the video song is featured by Rishi , Jasmine & Raj.Tuma Sathe Bhijithiba Lyrics is written by Surya Mohapatra and music by Santanu Kumar Sia. This video song is directed Smruti R.

ତୁମ ସାଥେ ଭିଜିଥିବା ବର୍ଷା ବେଳ
ସହଜରେ ମୁଁ ଭୁଲିବି କେମିତି
ତୁମେ ମତେ ଦେଇଥିବା ଛତା ତଳ
ସେମିତି ଏ ମୁଁ ରଖିଛି ସାଇତି
ସତରେ ଭଲ ପାଇଛ ଯଦି
ଭରସା ରଖ ନ କରି ଜିଦି
ବୁଝିପାରିଥିବ ଯାହା କହିବାକୁ ଚାହୁଁଛି…
ତୁମ ସାଥେ ଭିଜିଥିବା ବର୍ଷା ବେଳ
ସହଜରେ ମୁଁ ଭୁଲିବି କେମିତି
ଯଦି କିଛି ଥିଲା ଅଭିମାନ
କହି ପାରିଥାନ୍ତ ମନ ଖୋଲି
କେମିତି ଭାବିଲ ତୁମ ବିନା
ନିଜର କିଏ ମୋ ଅଛି ବୋଲି
ଅଛି ମୁଁ ସେଇ ବାଟକୁ ଜଗି
ଫେରିବୁ ବୋଲି ତୁ ମୋରି ଲାଗି
କେବେ ଦେଖିଯିବ ଏବେ କେମିତି ମୁଁ ରହିଛି
ତୁମ ସାଥେ ଭିଜିଥିବା ବର୍ଷା ବେଳ
ସହଜରେ ମୁଁ ଭୁଲିବି କେମିତି
ବିନା କାରଣରେ ଦୋଷ କେବେ
ଭଲପାଇ କିଏ ଦିଏ ନାହିଁ
ତୁମ ନୀରବତା କାଇଁ ଆଜି
ଖୁସି ସବୁ ମୋର ଦିଏ ଧୋଇ
କାହିଁକି ଏତେ ଯାଇଛ ରାଗି
ପରୀକ୍ଷା କର ଜୀବନ ମାଗି
ଆପେ ଜାଣିଯିବ କେତେ ଭଲ ମୁଁ ଯେ ପାଇଛି
ତୁମ ସାଥେ ଭିଜିଥିବା ବର୍ଷା ବେଳ
ସହଜରେ ମୁଁ ଭୁଲିବି କେମିତି
ତୁମେ ମତେ ଦେଇଥିବା ଛତା ତଳ
ସେମିତି ଏ ମୁଁ ରଖିଛି ସାଇତି
Song Credit :
Album : Premara Srabana
Song : Tuma Sathe Bhijithiba Barsa Bela
Singer : Aseema Panda
Music : Santanu Kumar Sia
Starring : Rishi , Jasmine , Raj
Arrangement : Bibhuti Bhasan Gadnayak
Lyrics : Surya Mohapatra
Guitar – Dichen Nayak
Rhythm Programing – Situ Rath
Keyboard Programing – Piku Rath
Mix/Master : Jiten Kumar Swain ( Mumbai )