Presenting Odia Album Song Premare PremareLyrics which is a odia love song sung by Kuldeep Pattanaik & Arpita Choudhury. The Lyrics of the song is written by Saswat Sanjibani and music of the song is also composed by Saswat Sanjibani.

ଖୋଜୁଛି ଖାଲି ଆଖି ତୋ ପାଦ
ଚାଲି ମୁଁ ପାରୁନି ମୋ ବାଟ
ବ୍ୟସ୍ତ ଏ ମନ ତତେ ଶୁଣିବାକୁ
ହାଏ.. ଥରୁଟେ ଖୋଲିଦେ ତୋ ଓଠ
ଟିକିଏ ତୁ ହସିଦେଲେ ମୋ ଦୁନିଆ ହସେ ରେ
ତୋ ମୁହଁ ଦେଖିଦେଲେ ମୋ ସକାଳ ଆସେରେ
ଲାଗେ ଅଷ୍ଟମ ଆଶ୍ଚର୍ଯ୍ୟ, ଲାଗେ ଅଷ୍ଟମ ଆଶ୍ଚର୍ଯ୍ୟ
ତୋର ମୋର ପ୍ରେମ
ତୁ ହେଲେ ଉତ୍ତର ମୁଁ ତୋର ପ୍ରଶ୍ନ
ମୁଁ ହେଲେ ମୀରା ହାଏ…ତୁ ମୋର କୃଷ୍ଣ
ତୁ ହେଲେ ଉତ୍ତର ମୁଁ ମୋର ପ୍ରଶ୍ନ
ମୁଁ ହେଲେ ମୀରା ହାଏ…ତୁ ମୋର କୃଷ୍ଣ
କଥା କଥାରେ ତତେ ଖୋଜେ ଯେ ମନ ଏତେ
କାହିଁକି ଜାଣେନା ଜାଣେନା ଜାଣେନା
ଭାବନାରେ ମୋ କେତେ, ଆସୁଛୁ କାଇଁ ସତେ
ତୋ ବିନା କିଛି ମୁଁ ଚାହେଁନା…. ଚାହେଁନା
ତୋ ଦେହର ବାସ୍ନା ଯେବେ ଭରିଯାଏ ମୋ ଦେହେ
ପ୍ରତି ମୂହୁର୍ତ୍ତରେ, ଏ ମନ ଖାଲି ତତେ ଚାହେଁ
ଲାଗେ ଅଷ୍ଟମ ଆଶ୍ଚର୍ଯ୍ୟ, ଲାଗେ ଅଷ୍ଟମ ଆଶ୍ଚର୍ଯ୍ୟ
ତୋର ମୋର ପ୍ରେମ
ତୁ ହେଲେ ଉତ୍ତର ମୁଁ ତୋର ପ୍ରଶ୍ନ
ମୁଁ ହେଲେ ମୀରା ହାଏ…ତୁ ମୋର କୃଷ୍ଣ
ତୁ ହେଲେ ଉତ୍ତର ମୁଁ ମୋର ପ୍ରଶ୍ନ
ମୁଁ ହେଲେ ମୀରା ହାଏ…ତୁ ମୋର କୃଷ୍ଣ
ତୋ ପାଖରୁ ଆରମ୍ଭ, ତୋ ପାଖେ ହବ ଶେଷ
ଏଇ ମୋ ପ୍ରେମ
ମୋ ହୃଦୟ ବଗିଚାରେ ଯେବେ ଫୁଟିଲୁ ହେଇ ଫୁଲ
ସାଜିଲି ମୁଁ ତୋର ଭଅଁର..ଭଅଁର
ଚାନ୍ଦିନୀ ରାତିର ମୋ ତୁ ଚାନ୍ଦ ପରି
ସଞ୍ଜବେଳେ ଦେଖିଦେଲେ ମନ ଯାଏ ଭରି
ଲାଗେ ଅଷ୍ଟମ ଆଶ୍ଚର୍ଯ୍ୟ, ଲାଗେ ଅଷ୍ଟମ ଆଶ୍ଚର୍ଯ୍ୟ
ତୋର ମୋର ପ୍ରେମ
ତୁ ହେଲେ ଉତ୍ତର ମୁଁ ତୋର ପ୍ରଶ୍ନ
ମୁଁ ହେଲେ ମୀରା ହାଏ…ତୁ ମୋର କୃଷ୍ଣ
ତୁ ହେଲେ ଉତ୍ତର ମୁଁ ମୋର ପ୍ରଶ୍ନ
ମୁଁ ହେଲେ ମୀରା ହାଏ…ତୁ ମୋର କୃଷ୍ଣ
Song:- Premare Premare
Singer:- Kuldeep Pattanaik & Arpita Choudhury
Music:- Saswat Sanjibani
Lyrics:- Saswat Sanjibani
Keyboard Programming:- Abhishek Panigrahi
Guitar:- Suresh Patro
Recorded Mixed Mastered:- Somesh Studio
Creative Head:- Saswat Sanjibani
D.O.P:- Milan Dash
Editor:- Girija Prasan
Producer:- Ranjan Sahoo