Presenting The Odia Romantic Full Music Video Song To Kajala casting by Sanjay & Sradha Panigrahi. This Song Sung By Kuldeep Pattanaik, This Beautiful Romantic Track Penned By Debajyoti Nayak, Music by Satyabrata Bindhani.

ମାୟାବି ହରିଣୀ ତୁ ମିଶେଇ ନଜର
ଜୀବନେ ଆଣିଲୁ ହାଏ ପ୍ରେମର ମହ୍ଲାର…(୨)
ମୁଁ ଆହତ ତୋ ମହକରେ
ମୁଁ ଚାତକ ସାଥି ତୋ ପାଇଁରେ
ତୋ ପରସ ସତେ ମରିଚୀକା
ସେ ଛୁଆଁରେ ହଜିଯିବି ଥରେ
ବାଟ ହୁଡା ସାଜି ଖୋଜୁଛି ମୁଁ ଆଜି
ହେଇଯାଇ ପାଗଳ
ମାରିଦେଲା ସାରିଦେଲା ହାଏ
ତୋ କଜ୍ଜଳ ତୋ କଜ୍ଜଳ….
ମାରିଦେଲା ସାରିଦେଲା ହାଏ
ମୋତେ ତୋ କଜ୍ଜଳ ତୋ କଜ୍ଜଳ….
ତୋ ଲାଜୁକି ଆଖିରେ ରଖିଦେରେ ପ୍ରିୟା
ରଖିଦେ ମୋ ପ୍ରେମକୁ
ହୋ….
ତୋ ଦେହର ଚୁମ୍ବକ ଟାଣିନିଏ କାଇଁ
ସପନେ ତୋ ପାଖକୁ
ମୋ ଠିକଣା ସରେ ତୋ ପାଖରେ
ମୋ ଦୁନିଆ ଖାଲି ତୋ ସାଥିରେ
ଅଭିମାନ ଏତେ ଛାଡିଦେଇ
ମୋ ନିଶ୍ୱାସ ଥରେ ଯା ହେଇ
ଏକି ଅନୁଭୂତି ପାହିଯାଏ ରାତି
ହେଇଯାଏ ସକାଳ
ମାରିଦେଲା ସାରିଦେଲା ହାଏ
ତୋ କଜ୍ଜଳ ତୋ କଜ୍ଜଳ….
ମାରିଦେଲା ସାରିଦେଲା ହାଏ
ମୋତେ ତୋ କଜ୍ଜଳ ତୋ କଜ୍ଜଳ….
ଗହମି ଅପସରି ଯାଉଛି ମୁଁ ହାରି
ଯାଉଛି ହାରି ତୋ ପାଖେ
ମୁକୁଳା କେଶ ତୋ ନିଦ ଭାଙ୍ଗିଦିଏ
ଦେଖିବା ପାଇଁ କି ତତେ
ଯାଜାବର ବାଟ ପାଇଗଲା
ବିନା ମେଘେ ମନ ଓଦା ହେଲା
କୁହୁକିନୀ ତୋ କୁହୁକରେ ଏ ଛାତିରେ
ଆସି ରହିଗଲା
ଜାଣି ଜାଣି ନିତି ମରୁଛି ତୋ ପାଇଁ
ଲାଗେ ଭାରି ଅଧୀର
ମାରିଦେଲା ସାରିଦେଲା ହାଏ
ତୋ କଜ୍ଜଳ ତୋ କଜ୍ଜଳ….
ମାରିଦେଲା ସାରିଦେଲା ହାଏ
ମୋତେ ତୋ କଜ୍ଜଳ ତୋ କଜ୍ଜଳ….
Song Credits
Song Title – To Kajala
Singer – Kuldeep Pattnaik
Producer-Raja Panda
Producer – Sanjay
Classical Part – Debasish Dash
Lyrics- Debajyoti Nayak
Music – Satyabrata Bindhani
Star Cast – Sanjay & Sradha Panigrahi
Recording & Mixing – Smruti Studio