Watch the Full Odia sad love Song Tora Heiki Rahibi Mu. This song is Featured by Saswat and Jasmine Rath. This Album is under the banner of Amara Muzik in association with Shradha Saburi Production. Produced by Tiki Patnaik,sung by Abinash Dash , Sanchita Subhadarshini. Directed by Sthita Pattanaik, and Music Directed by Satya Ranjan Bal.

ଆଖିରେ ଆଖିଏ ଲୁହ ନେଇ
ରୋକିବି ନାହିଁ ତୋ ବାଟ ମୁଁ
ଯିବାକୁ ଚାହୁଁ ଯଦି ଯାଇପାରୁ
ପଛରୁ ଧରିବିନି ହାତ ମୁଁ
ନା ଅଭିମାନ ନା ଅଭିଯୋଗ
ତୋ ଲାଗି ମନରେ ରଖିବିନି ରାଗ
ତୋ ଖୁସିରେ ମୁଁ ଖୁସି
ତେଣୁ ତତେ ହସି ହସି
ତୋ ଜୀବନରୁ ବିଦାୟ ନେବି ମୁଁ
ପଛେ ତୁ ମତେ କେବେ ଛାଡିକି ଯା
ତୋର ହେଇକି ରହିବି ମୁଁ
ପଛେ ତୁ ମତେ କେବେ ଛାଡିକି ଯା
ତୋର ହେଇକି ରହିବି ମୁଁ..
ଆ ତୋ ମୋ ଭିତରେ ଏଇ ସମୟ
ଟାଣି ଦେଇଛି ଯବନୀକା
ଇଚ୍ଛା ନଥିଲେ ବି ଯିବାକୁ ହବ
ଦୁହିଁଙ୍କୁ ଅଲଗା ଏକା ଏକା
ତୁ ମୁଁ ଯେତେଦିନ ଥିଲେ ଏକାଠି
ସେଦିନର ସ୍ମୃତି ସବୁ ନେଇ
ବାକିତକ ଜୀବନ ବିତେଇଦବା
ଭାବିନବା ମିଶିବା ଭାଗ୍ୟରେ ନାହିଁ
ନିଜଠୁ ଅଧିକା ତତେ ଚାହେଁ ବୋଲି
ତୋ ଇଛାରେ ତତେ ଯିବାକୁ ମୁଁ ଦେଲି
ଥିଲ୍ ଥା ତୁ ଯୋଉଠି ଦିନେ ଆସିବୁ ଲେଉଟି
ତୋ ଫେରିବା ବାଟକୁ ଚାହିଁଥିବି ମୁଁ
ପଛେ ତୁ ମତେ କେବେ ଛାଡିକି ଯା
ତୋର ହେଇକି ରହିବି ମୁଁ
ପଛେ ତୁ ମତେ କେବେ ଛାଡିକି ଯା
ତୋର ହେଇକି ରହିବି ମୁଁ..
ତୁ ମୁଁ ଯେତେ ସ୍ୱପ୍ନ ସାଉଣ୍ଟି ଥିଲେ
ପଲକେ ଆସରା ଶେଯ ପରି
ବୁନ୍ଦା ବୁନ୍ଦା ହେଇ ଆଜି ସେ ସପନ
ଆଖିର ଲୁହରେ ଯାଏ ଭରି
ମୋ ପ୍ରେମରେ କି କିଛି ରହିଲା ଊଣା
ମୋ ଠାରୁ ଗଲୁ ତୁ ଦୂରେଇ
କହ ଏମିତି ମୁଁ କ’ଣ କଲେ
ପାଖକୁ ଆଣିବି ତତେ ଫେରେଇ
ନିଜକୁ ନିଜେ ତୁ କାଇଁ କରୁ ଦୋଷୀ
ଦେଖିବାକୁ ଗଲେ ଭୁଲ୍ ମୋର ବେଶି
ଯେତେ ବଢିଲେ ଦୂରତା କମିନାହିଁ ନିବିଡତା
ପାଖରେ ନଥିଲେ ବି ସାଥେ ଥିବି ମୁଁ
ପଛେ ତୁ ମତେ କେବେ ଛାଡିକି ଯା
ତୋର ହେଇକି ରହିବି ମୁଁ
ପଛେ ତୁ ମତେ କେବେ ଛାଡିକି ଯା
ତୋର ହେଇକି ରହିବି ମୁଁ..
Song Credits:
Tora Heiki Rahibi Mu
Singer: Abinash Dash , Sanchita Subhadarshini
Lyricst and Music Director: Satya Ranjan Bal
Music Arrangements: Abhishk Panigrahi
Sound Engineer: Somesh Satpathy
Producer: Tiki Pattnaik
Story, Dialogue, Screenplay, Direction: Sthita Pattnaik
Cast: Jasmin Rath,Saswat