Presenting The Odia sad love Full Music Video Song Re Mana Tu Bhala Pauchu.This Song Sung By Mohammed Irfan, staring by Sambhav Mansingh & Supriya Nayak.This song is Penned By Dr. Nirmal Nayak, Music directed by Abhijit Mazumdar.

ପାଖରେ ଥିଲେ ସେ ସବୁ ଭଲଲାଗେ
ଦୂରେ ଥିଲେ କାଇଁ ଖୋଜୁଛୁ
ଦୁଃଖ ଋତୁ ଯେବେ ତତେ ଛୁଇଁଯାଏ
ତା କଥା ତୁ କାଇଁ ଭାବୁଛୁ
ରେ ମନ ତୁ ଭଲ ପାଉଛୁ
ହଁ ଭଲ ପାଉଛୁ
ରେ ମନ ତୁ ଭଲ ପାଉଛୁ
ହଁ ଭଲ ପାଉଛୁ
ଜିତିବାକୁ ଚାହିଁ ତାକୁ
ନିଜ ପାଖେ ହାରୁଛୁ….
ରେ ମନ ତୁ ଭଲ ପାଉଛୁ
ହଁ ଭଲ ପାଉଛୁ
କାହିଁକି କହ ଅଧ ରାତିରେ
ଭାଙ୍ଗିଯାଏ ତୋ ନିଦ
ଓ…
କାହିଁକି କହ ଅଧ ରାତିରେ
ଭାଙ୍ଗିଯାଏ ତୋ ନିଦ
ଏକା ଚାଲିଲେ ତା ଗଳି ବାଟେ
କାହିଁ ଯାଏ ତୋ ପାଦ
ଜହ୍ନ ଆଲୁଅରେ ନିଜ ଛାଇ ଦେଖି
କାହିଁ ତୁ ଚମକି ଚାହୁଁଛୁ
ଆଉ କା ମୁହଁରେ ତା ନାଁ ଶୁଣି
କାହିଁକି ତୁ ଏତେ ଡରୁଛୁ
ରେ ମନ ତୁ ଭଲ ପାଉଛୁ
ହଁ ଭଲ ପାଉଛୁ
ପ୍ରେମ ଧୁନିଘର ଜାଣି
ଭରସା ତୁ କରୁଛୁ
ରେ ମନ ତୁ ଭଲ ପାଉଛୁ
ହଁ ଭଲ ପାଉଛୁ
ରେ ମନ ତୁ ଭଲ ପାଉଛୁ
ହଁ ଭଲ ପାଉଛୁ
ମନ ଏମିତି ଦାମି ଜିନିଷ
ଯାହା ପାଇଁ କି ହଜେ
ଓଓଓ…..
ମନ ଏମିତି ଦାମି ଜିନିଷ
ଯାହା ପାଇଁ କି ହଜେ
ତା ପାଇଁ ମିଛେ କାନ୍ଦିବା ପାଇଁ
ହଜାରେ କାରଣ ଖୋଜେ
ଅକୁହା କଥାକୁ ଛାତିରେ ଲୁଚେଇ
ନିଜ ସାଥେ କାଇଁ ଖେଳୁଛୁ
ଛୋଟିଆ ହୃଦୟ ଭାରି ନିରିଦୟ
କାହିଁ ଏତେ ଆଶା ତୋଳୁଛୁ
ରେ ମନ ତୁ ଭଲ ପାଉଛୁ
ହଁ ଭଲ ପାଉଛୁ
ରେ ମନ ତୁ ଭଲ ପାଉଛୁ
ହଁ ଭଲ ପାଉଛୁ
ରେ ମନ ତୁ ଭଲ ପାଉଛୁ
ହଁ ଭଲ ପାଉଛୁ
କିଏ କାଳେ କହିଦବ ଡେରି କାଇଁ କରୁଛୁ
ରେ ମନ ତୁ ଭଲ ପାଉଛୁ
ହଁ ଭଲ ପାଉଛୁ
ରେ ମନ ତୁ ଭଲ ପାଉଛୁ
ହଁ ଭଲ ପାଉଛୁ…
Song & Video Credits
♪ Music Video Teaser – Re Mana Tu Bhala Pauchu
♪ Starring – Sambhav Mansingh & Supriya Nayak
♪ Singer – Mohammed Irfan
♪ Lyrics – Dr. Nirmal Nayak
♪ Music Director – Abhijit Mazumdar
♪ Director – Biswabhusan Mohapatra
♪ Choreographer – Suryan Rath
♪ D.O.P – K Sunil
♪ Editor & Graphics – Biswajit Paital
♪ DI- Amir Mandol
♪ BGM & SFX – Asad Nizam
♪ Poster – Mitun( M FACTOR)
♪ Makeup- Mithun
♪ Producer – KPEE
♪ Music Label – Dhun Musical