Presenting The Odia Romantic Full Music Video Song O Chagali Aalo Chagali. This Song Sung By Kuldeep Pattanaik & Arpita Choudhury, This Beautiful Romantic Track Music By Satya Jit, Penned By Satya Jit.

ଆଲୋ ମୋର ସ୍ୱପ୍ନ ସୁନ୍ଦରୀ କୋଉଠି ତୁ ଥିଲୁ
ପ୍ରଥମ ଦେଖାରେ ମନ ଚୋରେଇ ତୁ ନେଲୁ…(୨)
କଥା ତୋର ଛେନା ରାବିଡି
ଜଣେ ତୁ ଭାରି ଚାଲୁ
ଯୁଆଡେ ଗଲେ ମୋ ପଛେ ପଛେ
ଛାଇ ପରି କିଆଁ ବୁଲୁ
କି ମନ୍ତର କଲୁ ତୁ ତୋ ଚିନ୍ତାରେ ବୁଡି ମୁଁ
ତୋ ପଛେ ଧାଇଁ ଧାଇଁ ମୁଁ ମଲି
ଓ ଚଗଲି ଆଲୋ ଚଗଲି
ତୁ ରାଗିଲେ ଯାଉଚି ମୋ କଲିଜା ଦୋହଲି
ମୁଁ ଚଗଲି ମୁଁ ଚଗଲି
ମୋ ଚାଲିରେ ଯାଉଛି ସାରା ଓଡିଶା ଚହଲି
ଗୋରା ଦେହରେ ହଳଦୀ ମାଖି
ଯାଉ ତୁ ଯେବେ ଚାଲି
ବାଟ ସାରା ତତେ କିଏ କେତେ
ଚାହାନ୍ତି ବୁଲି ବୁଲି
ତୋର କ’ଣ ଯାଏ କିଏ ମତେ ଚାହିଁଲେ ବୁଲି ବୁଲି
ଦେହରେ ତୋର ଯାଉନି ଯଦି ଯାନା ଜମା ତୁ ଛାଡି
କେତେ ନିର୍ଦ୍ଦୟେ ତୁ ଗୋରି ମୋ ହୃଦୟ ପାସୋରି
କାଇଁ ଦଉ ମତେ ତୁ ପର କରି
ତୁ ଛାଇ ହେଲେ ମୁଁ ଖରା
ତୁ ବାମନ ମୁଁ ତାରା
ତୁ ପିତ୍ତଳ ମୁଁ ସୁନା ଆସରି…
ହଁ ଚଗଲି ମୁଁ ଚଗଲି
ମୋ ଚାଲିରେ ଯାଉଛି ସାରା ଓଡିଶା ଚହଲି
ଓ ଚଗଲି ଆଲୋ ଚଗଲି
ତୁ ରାଗିଲେ ଯାଉଚି ମୋ କଲିଜା ଦୋହଲି
କେବେ ସାଜିବୁ ତୁ କନିଆ ମୁଁ ତୋ ବର ହେବି
ପ୍ରି ୱେଡିଙ୍ଗ୍ ରେ ତତେ ଲୋ ଗୋରି
ୱାର୍ଲ୍ଡ ଟୁର୍ କରେଇବି
ହଁ ଦିବା ସପନ କାଇଁ ଦେଖୁଛୁ
ତୁ ଏ ହତାସିଆ କବି
ତୋଠୁ ତ ଭଲ
ମୁଁ କୋଉ ବରଗଛକୁ ବାହାହେବି
ଝିଅ ନୁହଁ ମୁଁ ଅପସରି
ଜମା ପଟିବିନି ଆଇ ଆମ୍ ସରି
ଯା କଟିଯା ତୁ ନିଜ ବାଟ ଧରି
ଜମା ଖାଆନି ତୁ ଫୁଟାଣି
ମୁଁ ଟୋକା ଯେ ପୁରା ବିନ୍ଧାଣି
ମୋ ସ୍ୱାଗ୍ ଦେଖି ଯିବୁ ତୁ ହଲି
ଓ ଚଗଲି ଆଲୋ ଚଗଲି
ତୁ ରାଗିଲେ ଯାଉଚି ମୋ କଲିଜା ଦୋହଲି
ହଁ ଚଗଲି ମୁଁ ଚଗଲି
ମୋ ଚାଲିରେ ଯାଉଛି ସାରା ଓଡିଶା ଚହଲି
Audio Credit-
Singer : Kuldeep Pattanaik & Arpita Choudhury
Music & Lyrics : Satya Jit
Arrangement & Rhythm Programming : Subhasish Kumar
Keyboard Programming : Debashis kar (Pinku)
Dubbing , Mastering & Mixing : Smruti Ranjan