Presenting Odia Album Song Prema Gaan Lyrics which is sung by Kuldeep Pattanaik, song is written by Ranjan Nayak and the music is composed by Asad Nizam. This video song is featured by Sailendra & Devika Arundhati.

ତୋ ଦେହକୁ ଛୁଏଁ ପବନଟା ଯେବେ
ମୋ ପାଖ ଦେଇ ଯାଏ ବହି
ହୋ…
ସପନ ସଜାଏ ନୂଆ ପ୍ରେମ ଋତୁ
ତୋରି ନାଁ ରେ ରହି ରହି
ତୁ ବାହାନାରେ ନେଲେ ମୋ ହାତ ଧରି
କେତେ ହୃଦୟ ଈର୍ଷାରେ ଯାଏ ରେ ଜଳି
ଯଦି ମାନିବୁ ମୁଁ କହିବି କଥାଟିଏ
ପ୍ରେମ ଗାଁ ସେପାରେ ବସି ନିଦର ସବାରିରେ
ଆ ଭାସିଯିବା ଆମେ ଖୁସିର ସୁଅରେ
ପ୍ରେମ ଗାଁ ସେପାରେ ବସି ନିଦର ସବାରିରେ
ଆ ଭାସିଯିବା ଆମେ ଖୁସିର ସୁଅରେ
ତତେ ଆଉ ମତେ ଏକାଠି ଦେଖିଲା ପରେ
ଉପରବାଲାର ନଜର ବି ଫେରେନରେ
ଯେବେ ପ୍ରେମ ତୋର ମୋ ମନରେ ଉଙ୍କିମାରେ
ଦୂରେ ଥାଇ ଜହ୍ନ ସରମି ଯାଏ ଲାଜରେ
ତୁ ଲାଜ ଗହଣାକୁ ଦେହେ ନାଇଦେ
ଟିକେ ହସିଦେଲା ପରେ ସବୁ ସାରିଦେ
ଖାଲି ଇଚ୍ଛା ମୋ ଦେଖିବାକୁ ସେମିତିରେ
ପ୍ରେମ ଗାଁ ସେପାରେ ବସି ନିଦର ସବାରିରେ
ଆ ଭାସିଯିବା ଆମେ ଖୁସିର ସୁଅରେ
ହାଏ…
ପ୍ରେମ ଗାଁ ସେପାରେ ବସି ନିଦର ସବାରିରେ
ଆ ଭାସିଯିବା ଆମେ ଖୁସିର ସୁଅରେ
ତୋ ପାଦ ଶବଦ ଥରେ ଶୁଣିଦେଲା ପରେ
ତୁ ଅଛୁ ବୋଲି ମନେ ମନେ ଜାଣିପାରେ
ସବୁ ଭାବନା ମୋ ସତ ଲାଗେ ତୋ ପାଇଁରେ
ତୁ ଥିଲେ ପାଖେ ସୁଖ ଜମା ସରେନାରେ
ଖାଲି ଦେଖିବାକୁ ଟିକିଏ ହସ ତୋ ଓଠରେ
କାଢି ଛାତିରୁ ଏ ହୃଦୟ ତତେ ଦେଇପାରେ
ସବୁ ଅପେକ୍ଷା ତୁ ଏଥର ସାରିଦେରେ
ପ୍ରେମ ଗାଁ ସେପାରେ ବସି ନିଦର ସବାରିରେ
ଆ ଭାସିଯିବା ଆମେ ଖୁସିର ସୁଅରେ
ପ୍ରେମ ଗାଁ ସେପାରେ ବସି ନିଦର ସବାରିରେ
ଆ ଭାସିଯିବା ଆମେ ଖୁସିର ସୁଅରେ
“ତୋ ସାଥିରେ ଖାଲି ଟିକେ ଦେଖାରେ
ବାସ୍ ମୋ ମନ ଭରି ଯାଉଥିଲା
ହେଲେ ଏବେ ଏବେ ତୁ ଛୁଇଁ ଦେଲାପରେ
ମତେ ଯେମିତି କୋହିନୂରଠୁ ବି ଦାମି କିଛି ମିଳିଗଲା”
🎵 Song Credits 🎵
♪ Song: Prema Gaan
♪ Singer: Kuldeep Pattanaik
♪ Music: Asad Nizam
♪ Starring: Sailendra & Devika Arundhati
♪ Flute: Abhiram Nanda
♪ Lyrics: Ranjan Nayak
♪ Mixed & Mastered: Afian’s Studio