Presenting Odia Album Song Jahna Mamura Bhaniji Tu Lyrics which is a odia dance love song sung by Humane Sagar & Jyotirmayee Nayak. The Lyrics of the song is written by Bapu Goswami and music of the song is composed by Japani Bhai. Artist featured in the music video is Hiteisha, Aswini.

ସୁନାରଙ୍ଗି ତୋ ଚେହେରା ସକାଳର ଚୁନା ଖରା
ଜହ୍ନ ମାମୁଁର ଭାଣିଜୀ ତୁଲୋ ହସ ତୋର ମୋତି ଝରା
ଆଲୋ ସାଧବ ବୋହୂ ହୋ…ହୋ..ହୋ..
ପ୍ରେମ ସେତିକି ଥାଉ ହୋ…ହୋ..ହୋ..
ଆଲୋ ସାଧବ ବୋହୂ ସେତିକି ଥାଉ
ମନ ତୋ ପାଇଁ ଲୋ ଗାରାମାରା….
ଚାନ୍ଦି ବୋଳା ତୋ ଚାହାଣୀ ନଜର ମିଶାନି ଆଉ
ମରି ଯିବିରେ ତୋ ପ୍ରେମରେ ଟିକେ ଖାଲି ଚାହୁଁ ଚାହୁଁ
ଆରେ ସାଧବ ରାଜା ହୋ ହୋ ହୋ…
ଲାଜେ ସେତିକି ଭିଜା
ଆରେ ସାଧବ ରାଜା ଲାଜେ ସେତିକି ଭିଜା
ମନ ତୋ ପାଇଁରେ ଗାରାମାରା…
ଲବଙ୍ଗଦ୍ୱୀପର ଲାବଣ୍ୟବତୀ ତୁ ଅଲିଅଳି ରାଜକନ୍ୟା
ମିଛରେ ମିଛରେ ଚାହିଁଦେଲେ ଥରେ
ମୋ ଛାତିରେ ମହୁ ବନ୍ୟା
ଗୋଲାପ ଦେଶର ତୁ ରାଜକୁମାର ରୂପା ବୋଳା ତୋର ପ୍ରେମ
ଭଲ ଲାଗୁଛିରେ ତୋ ମନ ଗଳିରେ
ହବା ପାଇଁ ବଦନାମ
ଆଲୋ କୁହୁକ ରାଣୀ ହୋ ହୋ ହୋ
ଥାଉ ସେତିକି ଗୁଣୀ
ଆଲୋ କୁହୁକ ରାଣୀ ସେତିକି ଗୁଣୀ
ନିଦ ତୋ ପାଇଁ ଲୋ ଦିଗହରା
ଏଇ ମୋ ମନର ଫୁଲ ଚାଙ୍ଗୁଡିରେ ଫୁଲ ତୁ ରେ ଏମିତିକା
ମୋ ଓଠ ରଙ୍ଗରେ ସବୁ ପାଖୁଡାରେ
ତୋ ନାଁ ହେଇଛିରେ ଲେଖା
ହୋ..ହାତବୁଣା ତୁ ଲୋ ରେଶମୀ ରୁମାଲ ଆଖି କରୁ ଝାଲାମାଲା
ଇଚ୍ଛା ହୁଏ କାଇଁ ସବୁ ଭୁଲିଯାଇ
କରିବାକୁ ତତେ ଗେଲ
ଆରେ ଅଡୁଆ ସୁତା ହୋ ହୋ ହୋ
ଥାଉ ସେତିକି କଥା..
ଆରେ ଅଡୁଆ ସୁତା ସେତିକି କଥା
କହ କେବେ ଦବୁ ମତେ ଧରା…
Song – Jahna Mamura Bhaniji Tu
Lyrics – Bapu Goswami
Music – Japani Bhai
Singer – Humane Sagar & Jyotirmayee Nayak
Programming – Jaga JD
Rythem – Aju
Studio – Milan
Starring – Aswin & Hiteisha