Presenting Odia Album Song Rajahansi Ta Chalire Lyrics which is sung by Kuldeep Pattanaik, song is written by Tapu Nayak and the music is composed by Asad Nizam. This video song is featured by Sailendra.
ସେ ଝିଅକୁ ଯେବେ ମୁଁ ଦେଖୁଛି
ହସି ହସି କିଛି କହୁଛି
ମତେ ଦେଖି ଲୁଚି ଲୁଚି ଯାଉଛି
ସେ ଝିଅ ଠିକ୍ କଥା କେବେ ହେଉନି
ମୁହଁକୁ ସେ ମୋ ଚାହୁଁନି
ଆଖିରେ ସେ ବହି ଲେଖି ଦେଉଛି
ସେ ଚୁନ ଲଗା ବନାରସ ପାନ
ତା ମହକରେ କିଣି ନେଇ ମନ
ରାତି ହେଲେ ସପନରେ ଆସି,
ଝରକାରେ ଦେଖଉଛି ଜହ୍ନ
ହୋ.. ନଖରାରେ ଦେଖେଇ, ଦେଲେ ଯେବେ ଫସେଇ
ଘାୟେଲ୍ ମୁଁ ହେଇଯାଇଛି
ରାଜହଂସୀ..
ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ
ତା ରୂପରେ ମେଘ ଝରି ଯାଉଛି
ଓଠ ତାର ପୁରା ଷ୍ଟ୍ରବେରୀ
ବୟସ ଲାଗୁଛି ଅଙ୍ଗୁରୀ
କଥା ତାର କଳା ସୁପାରୀ
ନିଶା ତାର ମିଠା ଗଜୁରୀ
ରଙ୍ଗ ତାର ନୂଆ ଗହମ
ଯେମିତି ନିଆଁରେ ମହମ
ତରଳି ଯାଉଛି ଖରାରେ
କରୁଛି ଯେବେ ସରମ…
ସେ କଣ୍ଟା ଭରା ଗୋଲାପର ଫୁଲ
ତାକୁ ଛୁଇଁଦେଲେ ଝୁରି ଝୁରି ମଲା
ତା ମହକରେ ଦିଏ ଖାଲି ଟାଣି
ହଉଥାଏ ମନେ ମନେ ଗେଲ
କେମିତି ମୁଁ ପଟେଇ, ନେଇଯିବି ଉଡେଇ
ଦିନରାତି ଭାବୁଛି…
ରାଜହଂସୀ..
ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ
ତା ରୂପରେ ମେଘ ଝରି ଯାଉଛି
ପ୍ରେମ ତାର ଲାଗେ ଲଟାରୀ
ଫାଙ୍କ ଅଛି ମନ କୋଠରୀ
ଚୋରେଇ ଆଣିବି ମୁଁ ଏକା ଭାବୁଛି
ମୋ ପାଇଁ ନିହାତି ଜରୁରୀ…
ଧିରେ ଧିରେ ପାଖେ ଆସୁଛି
ଯେମିତି ସିଗନାଲ୍ ଦେଉଛି
କଥା ହେବାକୁ ମୁଁ ଭାବିଲି
ନେଟୱର୍କ ଚାଲି ଯାଉଛି
ସେ କୋଟିଏରେଏ ଗୋଟିଏ ସୁନ୍ଦରୀ
କେବେ ନେଇଯିବ ମୋତେ ରେ ଆସରୀ
ମୋ ନିଦ ସବୁ ନେଇଛି ଚୋରେଇ
ମୋ ସପନରେ ବଜେଇ ପଇରୀ
ହୋ.. ଦେଖା ଯେବେ ହେଇଛି ପ୍ରେମ ହେଇଯାଇଛି
ତା ବାଟକୁ ଚାହିଁ ବସିଛି..
ରାଜହଂସୀ..
ତା ଚାଲିରେ ନିଆଁ ଲାଗିଯାଉଛି
ବନହଂସୀ
ତା ରୂପରେ ମେଘ ଝରି ଯାଉଛି
Song- Rajahansi
Lyrics -Tapu Nayak
Music Director-Asad Nizam
Singer- Kuldeep Pattanayak
DOP- Pritish Mohanty
Concept and Direction- Pratik
Poster designs: 2pm Lab.
Production Head- Abhishek Mohanty