Watch the Full Video Song of Hela Ki Prema an Odia Album. Hela Ki Prema Stars Sailendra Samantray, Jasmine Rath and Deepak. Hela Ki Prema is under the Banner of Amara Muzik. Produced by Naveen Bhandari, Directed by Smruti R and Music Directed by Asad Nizam.

ଚାଲୁନି ଆଜି ମୁଁ ଚାଲେ ବାଟ
ଦୁନିଆ ଲାଗୁଛି ମତେ ଛୋଟ
ଖୋଲୁନି ଆଜି ମୁଁ ମୋର ଓଠ
କିଏ ସେ କେଜାଣି ଗାଏ ଗୀତ
ଆକାଶଟା ମାଟି ସାଥେ ମିଶେ ଯୋଉଠି
ମନ ମୋର ହଜିଗଲା ସେଇଠି
ସପନକୁ ଆଖି ବସି ଖୋଜେ ଯୋଉଠି
ନିଦ ମୋର ହଜିଗଲା ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହି ଦେ କହିଦେ ହେଲା କି ପ୍ରେମ
କହି ଦେ କହିଦେ ହେଲା କି ପ୍ରେମ
କହି ଦେ କହିଦେ ହେଲା କି ପ୍ରେମ
କହି ଦେ କହିଦେ ହେଲା କି ପ୍ରେମ
କିଏ ଦେଲା ମତେ ଛୁଇଁ ନିଜ ଭିତରେ ମୁଁ ନାହିଁ
ସବୁ କିଛି, ଲାଗିଲା ମତେ ଭଲ
ଜାଣି ପାରିଲେନି କେହି ଏତେ ରଙ୍ଗ ବୋଳି ହେଇ
କେତେବେଳେ ଫୁଟିଲା ଏଇ ଫୁଲ
ଫଗୁଣଟା ଫୁଲ ସାଥେ ଗପେ ଯୋଉଠି
ଗପ ବସି ଲେଖିଲି ମୁଁ ସେଇଠି
ଭଅଁରଟା ଗୁଣୁ ଗୁଣୁ ଗାଏ ଯୋଉଠି
ପାଦ ମୋର ନାଚିଯାଏ ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହି ଦେ କହିଦେ ହେଲା କି ପ୍ରେମ
କହି ଦେ କହିଦେ ହେଲା କି ପ୍ରେମ
କହି ଦେ କହିଦେ ହେଲା କି ପ୍ରେମ
କହି ଦେ କହିଦେ ହେଲା କି ପ୍ରେମ
ନିଜ ନାଁ ମୋର କାହିଁ ମନେ ଆଜି ପଡୁନାହିଁ
କେହି ଯଦି ପଚାରେ ରହେ ତୁନି
ଭାବେ ସିନା ଗୋଟେ କଥା କହେ ଆଉ ଗୋଟେ କଥା
କଲା ଏଇ ହୃଦୟ ବେଇମାନି
ହୃଦୟଟା ଛାତିତଳେ ଥାଏ ଯୋଉଠି
ଲୁଚେଇଲି ତତେ ନେଇ ସେଇଠି
ଭାବନାଟା ହେଇଯାଏ ସତ ଯୋଉଠି
ମୋତେ ଖୋଜି ପାଇଲି ମୁଁ ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହି ଦେ କହିଦେ ହେଲା କି ପ୍ରେମ
କହି ଦେ କହିଦେ ହେଲା କି ପ୍ରେମ
କହି ଦେ କହିଦେ ହେଲା କି ପ୍ରେମ
କହି ଦେ କହିଦେ ହେଲା କି ପ୍ରେମ…
Hela Ki Prema
Singer: Humane Sagar, Aseema Panda
Lyricist: Arun Mantri
Music Director: Asad Nizam
Flute : Abhiram Nanda
Percussion: Tula Bhai Manish Nanda
Guitar : Asad Nizam
Starring: Sailendra,Jasmine and Deepak
Executive Producer: Kabita Patra
DOP : Biswajit Kuldi
Editor : Chikun
Poster publicity: Sibajee
DI: Biswajeet Swain
Production: Nitesh Kumar Prusty
Art Director: Nabaghana Dalai