Presenting a odia romatic song Ajana Asuna Lyrics which is written by Rakesh Dash and music composed by Somesh Satpathy. This song is sung by Humane Sagar & Aseema Panda. This video is featuring Sailendra & Himagni while the Story & Direction is given by Rajendra Mohanta.

ମନରେ ମୋ କେତେ ପ୍ରଶ୍ନ ଦବୁ କି ଉତ୍ତର
ଖୋଜିଲେ ବି କାରଣ ମୁଁ, ପାଏନିରେ ତାର
ହୋ..
ମନରେ ମୋ କେତେ ପ୍ରଶ୍ନ ଦବୁ କି ଉତ୍ତର
ଖୋଜିଲେ ବି କାରଣ ମୁଁ, ପାଏନିରେ ତାର
ଛାତିତଳ କଥାସବୁ ଆପେ ବୁଝିଯାରେ
କହିଦେଲେ ଓଠ ଖୋଲି ମରିଯିବି ଲାଜରେ
ଅଜଣା ଅଶୁଣା କାଇଁ ସବୁ ଲାଗେ ଆଜି ପ୍ରେମରେ,
ତୋ ଓଠରେ ଟିକେ ଖୁସି ଦେଖିବାକୁ, ସବୁ ବାଜି ମୁଁ ହାରେ
ଅଜଣା ଅଶୁଣା କାଇଁ ସବୁ ଲାଗେ ଆଜି ପ୍ରେମରେ,
ତୋ ଓଠରେ ଟିକେ ଖୁସି ଦେଖିବାକୁ, ସବୁ ବାଜି ମୁଁ ହାରେ
ତତେ ପାଇ ଏ ଜୀବନେ ସବୁ ମୁଁ ପାଇଛି
ଏ ମନର ସାଧା ସିଲଟରେ ତୋ ନାଁ ଲେଖିଛି
ଆଜିକାଲି ମତେ କାଇଁ ଏମିତି ଲାଗୁଛି
ସରଗରୁ ଜହ୍ନ ସତେ ଖସି କି ପଡିଛି
ଖୁସି ମୋର ସୀମା ଟପେ ତତେ ପାଇ ପାଖରେ
ହୃଦୟର ଶୂନ୍ୟସ୍ଥାନ ଆଜି ଭରି ଗଲାରେ
ଅଜଣା ଅଶୁଣା କାଇଁ ସବୁ ଲାଗେ ଆଜି ପ୍ରେମରେ,
ତୋ ଓଠରେ ଟିକେ ଖୁସି ଦେଖିବାକୁ, ସବୁ ବାଜି ମୁଁ ହାରେ
ଅଜଣା ଅଶୁଣା କାଇଁ ସବୁ ଲାଗେ ଆଜି ପ୍ରେମରେ,
ତୋ ଓଠରେ ଟିକେ ଖୁସି ଦେଖିବାକୁ, ସବୁ ବାଜି ମୁଁ ହାରେ
କହିଦେଲେ ପଦେ ଟାଣ କରି ବେଶି ତ ବାଧୁଛି
ଏତେ ରାଗି ପ୍ରେମିକ ମୁଁ କୋଉଠୁ ପାଇଛି
ଓ..ହସିଦେଲେ ଥରେ ଟିକେ ମତେ ବୁଲି ଚାହିଁ
ସବୁ ରାଗ ଦେଖିବୁ, ଯିବରେ ଉଭେଇ
ଲିଭିଯାଏ ସବୁ ରାଗ ଗୋଟିଏ କ୍ଷଣରେ
ହୃଦୟର ମଲାଟରେ ତୁ ଖାଲି ଅଛୁରେ
ଅଜଣା ଅଶୁଣା କାଇଁ ସବୁ ଲାଗେ ଆଜି ପ୍ରେମରେ,
ତୋ ଓଠରେ ଟିକେ ଖୁସି ଦେଖିବାକୁ, ସବୁ ବାଜି ମୁଁ ହାରେ
ଅଜଣା ଅଶୁଣା କାଇଁ ସବୁ ଲାଗେ ଆଜି ପ୍ରେମରେ,
ତୋ ଓଠରେ ଟିକେ ଖୁସି ଦେଖିବାକୁ, ସବୁ ବାଜି ମୁଁ ହାରେ
♪ Story & Direction- Rajendra Mohanta
♪ Cast- Sailendra, Himagni
♪ DOP- Biswajit Kuldi
♪ Assistant Director- Aniket Das
♪ Production Design- Kuldeep Das
♪ Editor- Manas Kumar Sahoo
♪ Post Production- filmX Studio
♪ Makeup & Hair- Sibani Mishra
♪ Costume- Raju
♪ Background Music- Abhishek Panigrahi
♪ DI- Biswajit Swain
♪ Publicity Design- Innovation Zone
♪ Copyright- IRISH HAT ENTERTAINMENT
Audio Credits:
♪ Singer- Humane Sagar & Aseema Panda
♪ Lyrics- Rakesh Dash
♪ Music- Somesh Satpathy
♪ Keyboard Programming- Piku Rath
♪ Rhythm Programming- Anil Das
♪ Recording, Mixing, & Mastering- Somesh Studio Bhubaneswar
♪ Studio Version VFX and Editing- Chikun
♪ Promotion Partner- Pixel Mart
♪ Concept- IRISH HAT ENTERTAINMENT
♪ Copyright- IRISH HAT ENTERTAINMENT