Presenting Odia Album Song Eka Jibu Nahin Lyrics which is a odia sad song sung by Humane Sagar & Ananya Sritam Nanda. The Lyrics of the song is written by Sarat Kumar Dash and music of the song is composed by Prem Anand. Artist featured in the music video is Sraddha, Aswini.

ତୋ ବିନା ନିଶ୍ୱାସ ଚାଲେନାହିଁ ଜମା
ବସିରହି ନିର୍ବିକରେ
ଭାବନାରେ ଥାଉ ଅହୋରାତ୍ର ତୁହି
ନଥିଲେ ବି ନିକଟରେ
ନ କହିବି କହୁ ନିଶବ୍ଦି କାହାଣୀ
ଅନ୍ତରଙ୍ଗ ଅଭିସାରେ
ଏକା ଯିବୁନାହିଁ ସାଥେ ନେବୁ ମତେ
ଯିବୁ ଯେବେ କାହିଁ ଦୂରେ
ଗ୍ରହ ଗହଣରେ ସୁରୁଯ ପରା ତୁ
ତୋ ପାଇଁ ସକାଳ ଆସେ
ଜୀଇବାର ନିଶା ହୁଏ ତୀବ୍ରତର
ତୋର ମଦାଳସେ ହସେ
ଜୀବନ ନୁହଁଇ ଜୀବନରେ ଲେଖା
ତୋ ପ୍ରୀତି ପ୍ରଳୟ ବିନା
କବିତା ନୁହଁଇ ଏ କବିତା କଦାପି
ନଥିଲେ ତୋ ପ୍ରେମ ବାସ୍ନା
ଏକା ଯିବୁନାହିଁ ସାଥେ ନେବୁ ମତେ
ଯିବୁ ଯେବେ କାହିଁ ଦୂରେ
ବିଧୂରପରଣ ହୋଇଛି ମଧୁର
ତୁହି ଅଛୁ ବୋଲି ପାଶେ
ହୃଦୟ ଆକାଶେ ଭାବର ବାଦଲ
ବିଭୋର ବେଶେ ଭାସେ
କଳ୍ପନା ଆଜି କରେ ଆନମନା
ସ୍ୱପ୍ନ ଦେଖାଏ କେତେ
ମୃତ୍ୟୁ ଆସି ଫେରିଯାଏ ହସି
ଯେବେ ଦେଖେ ତୋର ସାଥେ
ଏକା ଯିବୁନାହିଁ ସାଥେ ନେବୁ ମତେ
ଯିବୁ ଯେବେ କାହିଁ ଦୂରେ
ମୃତ୍ୟୁ ଆସି ଫେରିଯାଏ ହସି
ଯେବେ ଦେଖେ ତୋର ସାଥେ
ଏକା ଯିବୁନାହିଁ ସାଥେ ନେବୁ ମତେ
ଯିବୁ ଯେବେ କାହିଁ ଦୂରେ
Title : Eka Jibu Nahi
Music : Prem Anand
Lyrics: Sarat Kumar Dash
Singer: Humane Sagar & Ananya Sritam Nanda