ଭାଗ୍ୟଲକ୍ଷ୍ମୀ ବରଦାତା ଅଛନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମଧୁର ଭାଷା, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ । ଧନାଗମ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
ସୁଖ-ସମ୍ପଦ ଲାଭ କରିପାରନ୍ତି । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନ ଲାଭ ହେବ । ଧନ ସମ୍ପଦ ଭରପୂର ରହିବ । ରାଜସେବାରୁ ଧନ ପ୍ରାପ୍ତ ହୋଇପାରନ୍ତି । | |
କୃଚ୍ଛ୍ର ସାଧନା ବଳରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି । ଭାଷା ଓ ବ୍ୟବହାରରେ ପରକୁ ଆପଣାର କରିବାରେ ପାରଙ୍ଗମ ହେବେ । ଅତିଥି ସତ୍କାରରେ ଧନ ବ୍ୟୟ କରିବେ । କର୍ମଚଞ୍ଚଳ ରହିବେ । ସାହସୀ ଓ ଜ୍ଞାନୀ ହେବେ । | |
ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । | |
କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ପରିବାର ସହିତ ଶ୍ରଦ୍ଧା ଓ ବିଶ୍ୱାସ ରଜ୍ଜୁରେ ଅନୁବନ୍ଧିତ ହେବେ । | |
ଭାଗ୍ୟ ବଳରେ ବଳୀୟାନ୍ ହେବେ । ଭୋଗୀ ଓ ବିଳାସୀ ହୋଇପାରନ୍ତି । ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
ଧର୍ମବଳରେ ଆସନ୍ନ ବିପଦର ମୁକାବିଲା କରିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହେବେ । ସାରାଦିନ ସତର୍କରେ ଚଳିବେ । | |
ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ । ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ଚଳିବେ । | |
ଶତ୍ରୁତା ଅବସାନ ଘଟାଇ ସ୍ୱକର୍ମକ୍ଷେତ୍ରକୁ ଶୃଙ୍ଖଳିତ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଶ୍ରଦ୍ଧା ରହିବ । ସୁସ୍ଥ ଓ ନିରାମୟ ରହିବେ । ଆତ୍ମଶକ୍ତିକୁ ଜାଗ୍ରତ ରଖି ତା’ ଉପରେ ବିଶ୍ୱାସ ରଖିପାରନ୍ତି । | |
ଧନର ଲକ୍ଷ୍ମୀଙ୍କ ସଦୟା ରହିଛି । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ଧାର୍ମିକ, ତେଜସ୍ୱୀ ଓ ସଞ୍ଚୟାଭିମୁଖୀ ହେବେ । | |
ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ମାନବବାଦର ଚେତନାକୁ ବାର୍ତ୍ତାରେ, ବକ୍ତବ୍ୟରେ ଓ ଲଖନୀ ମନୁରେ ଉପସ୍ଥାପନ କରିପାରନ୍ତି । ଯାନବାହନ ସୁଖ ମିଳିବ । ସୁସ୍ଥ ରହିବେ । ଉଚ୍ଚାଭିଳାଷୀ ହେବେ । | |
ମନ ପ୍ରସନ୍ନ ରହିବ । ଈଶ୍ୱର ଭକ୍ତିରେ ଶକ୍ତି ସମ୍ପନ୍ନ ହୋଇପାରନ୍ତି । ଭ୍ରାତୃଭାବ ଅତୁଟ ରହିବ । ପ୍ରେମୀ ଓ ସାହସୀ ହେବେ । ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହୋଇପାରନ୍ତି । କୃଷି ପ୍ରତି ଆଗ୍ରହୀ ହୋଇପାରନ୍ତି । |