![]() |
ଆୟ ଅଧିକ ହେବ । ସୁସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । |
କର୍ମ ଚଞ୍ଚଳ ରହିବେ । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
ସୁଯୋଗକୁ ହାତଛଡ଼ା କଲେ ଦୁର୍ଯୋଗର ସମ୍ମୁଖୀନ ହୋଇପାରନ୍ତି । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳରେ ସତର୍କ ହେବେ । ଶାସ୍ତ୍ରାଭ୍ୟାସୀ ଓ ବିନୀତ ସ୍ୱଭାବର ହେବେ । ସ୍ତ୍ରୀ ଧନ ହେତୁ ସୁଖୀ ହେବେ । | |
ଆନନ୍ଦ-ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି । ମିତ୍ର ସାନ୍ନିଧ୍ୟ ପାଇ ଖୁସି ହେବେ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭକାର୍ଯ୍ୟ ପାଇଁ ସୁଯୋଗ ଅଛି । ଆନନ୍ଦ ଉପଭୋଗ କରିବେ । | |
ବିଭିନ୍ନ ସ୍ତରରୁ ସହଯୋଗ ପାଇବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଖୁସି ହେବେ । ସାରା ଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣ ପରିଶୋଧ କରିବେ । | |
ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଅଧ୍ୟୟନରତ ହେବେ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଶୁଭ ସମାଚାର ପାଇଁ ଉତ୍ଫୁଲ୍ଲିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧନ ସହିତ ଶ୍ରେଷ୍ଠ ମାନ୍ୟତା ମିଳିପାରେ । | |
ନିର୍ବିଘ୍ନରେ କାର୍ଯ୍ୟ ସଂପାଦନ କରିବେ । ପରିଶ୍ରମର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟି ପାରେ । ଧର୍ମାସକ୍ତ ଓ ମତିମାନ୍ ହେବେ । | |
ଜଟିଳ କାର୍ଯ୍ୟ ସରଳ କରିବାରେ ସିଦ୍ଧହସ୍ତ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଅଛି । ଅଶାନ୍ତିର ମାତ୍ରା କମିବ । ସରକାରୀ ଲାଭ ମିଳିବ । | |
ଦୃଢ଼ ମନୋବଳ ନେଇ କାର୍ଯ୍ୟ ସଂପାଦନ କରିପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ପ୍ରିୟାପ୍ରୀତି ତୋଷଣ ନୀତିକୁ ଘୃଣା କରିବେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ସୁଭାଷୀ ହେବେ । | |
ବିଳମ୍ବରେ ଅର୍ଥପ୍ରାପ୍ତି ହେବ । ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁ ଜୁଟି ପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । | |
ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି । ଧନାଗମ ହେବାର ସୂଚନା ମିଳୁଛି । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଧର୍ମକାର୍ଯ୍ୟରେ ଖର୍ଚ୍ଚାନ୍ତ ହେବା ଆଶା କରାଯାଏ । ବିବାଦୀୟ ବିତର୍କରେ ନୀରବ ଦର୍ଶକ ସାଜି ପାରନ୍ତି । | |
ମନ ପ୍ରସନ୍ନ ରହିବ । ଶୁଭଖବର ପାଇ ଉତ୍ଫୁଲ୍ଲିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । |
Odia Calendar 2019
Comments
comments