OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 8th Dec 2021

Odia Rashiphala

Odia Rashiphala

କର୍ମକ୍ଷେତ୍ରରୁ ସଫଳତା ମିଳିବ । ସୁସମ୍ବାଦ ପାଇ ଖୁସି ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ସମ୍ପାଦନ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସରକାରୀ ସ୍ତରରୁ ଅର୍ଥ ମିଳିବ ।
ପରୋପକାରୀ ହେବେ । ଭୋଜନଦାନ କରିପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଧନବାନ୍‌ ହେବେ ।
ସତର୍କ ନ ରହିଲେ ପ୍ରତାରଣାର ଶିକାର ହୋଇପାରନ୍ତି । ଅସୁସ୍ଥତା ଅନୁଭବ କରିପାରନ୍ତି । ଆର୍ଥିକ ସ୍ଥିତି ନିମ୍ନଗାମୀ ହେବ । ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି । ପ୍ରିୟ ଲୋକ କରଛଡ଼ା ଦେବେ ।
ଆଦର-ଅଭ୍ୟର୍ଥନା ମିଳିପାରେ । ଆଜି ଯାହା ଘଟଣା ଘଟିବ; ତାହା ସୁଖ ବୋଧ ହେବ । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ସୁସ୍ୱାଦୁ ଭୋଜନ ଉପଭୋଗ କରିବେ ।
ଆଘାତପ୍ରାପ୍ତ ହୋଇ ମଧ୍ୟ ଶତ୍ରୁକୁ ପରାଜିତ କରିବେ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ ।
ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସନ୍ତାନସନ୍ତତି ଲାଭର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଲେଖାଲେଖିର ପ୍ରସ୍ତୁତି ସ୍ୱରୂପ ଅଧିକାଂଶ ସମୟ ଅଧ୍ୟୟନରତ ହୋଇପାରନ୍ତି ।
ବିଭିନ୍ନ ସ୍ତରରୁ ସହଯୋଗ ପାଇ ‘ନ୍ୟସ୍ତ କାର୍ଯ୍ୟକୁ ଆଗକୁ ବଢ଼ାଇବାରେ ସକ୍ଷମ ହେବେ । କୃଷି କ୍ଷେତକୁ ତ୍ୱରାନ୍ୱିତ କରିପାରନ୍ତି । ଯାନବାହନ ସୁଖ ମିଳିବ । ଗୃହ ପରିବେଶ ବାସ ଉପଯୋଗୀ ହେବ ।
ମନୋବଳ ଦୃଢ଼ ରହିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଠାକୁରଙ୍କ ଦର୍ଶନ ପ୍ରାପ୍ତିର ସୂଚନା ମିଳୁଛି । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭ ମିଳିବ ।
ତ୍ୟାଗଶୀଳ ହେବେ । ମତିମାନ୍‌ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । କର୍ମଚଞ୍ଚଳ ରହିବେ । ଅତି ସୁଖୀ ଓ କୀର୍ତ୍ତିମାନ୍ ‌ ହୋଇପାରନ୍ତି । ସହିଷ୍ଣୁ ହେବେ । ନୀତିନିଷ୍ଠ ବ୍ୟକ୍ତି ଭାବେ ଆଦରଣୀୟ ହେବେ ।
ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବେ ।
ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । ଅତ୍ୟାବଶ୍ୟକ ପଦାର୍ଥ କିଣିବାରେ ଧନ ବ୍ୟୟ ହେବ । ଯାତ୍ରା ଶୁଭଦାୟକ ହେବ । ମଧୁର ଭାଷାରେ ପରକୁ ଆପଣାର କରିବେ ।
ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ବାଦ ପାଇ ଭାବବିହ୍ୱଳ ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments