OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 6th March 2019

Odia Rashiphala

Odia Rashiphala

ଅତିଥି ସତ୍କାର କରିପାରନ୍ତି । ଧନ-ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ । ଗରୁକୃପା ଲାଭ କରିପାରନ୍ତି । ଯେକୌଣସି ସୂତ୍ରରୂ ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।
ଆପଣଙ୍କ ମନରେ ଉପୁଜିଥିବା ସନ୍ଦେହ ମୋଚନ ହେବ । ଦୃଢ଼ ମନୋବଳକୁ ପାଥେୟ କରି କର୍ମ ମାର୍ଗରେ ଅଗ୍ରସର ହେବେ । ଅର୍ଥପ୍ରାପ୍ତିରେ ସୁଖ ଅନୁଭବ କରିପାରନ୍ତି । କର୍ମରେ ଆନନ୍ଦ ମିଳିବ । କୌଶଳରେ କାର୍ଯ୍ୟ ହାସଲ କରିବେ ।
ପରିଶ୍ରମୀ ହେବେ ଓ ତା’ର ମୂଲ୍ୟ ମିଳିବ । କାର୍ଯ୍ୟ ସଂପାଦନ କରିବା କଷ୍ଟସାଧ୍ୟ ହେବ । ବିନୟୀ ସ୍ୱଭାବ ସମ୍ପନ୍ନ ହେବେ । ଜଣେ ମହାନ୍ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ସତ୍‌ପଥଗାମୀ ଓ ପ୍ରତାପୀ ହେବେ ।
ନିଜ କାର୍ଯ୍ୟକୁ ପଛରେ ପକାଇ ଅନ୍ୟପାଇଁ କାର୍ଯ୍ୟ କରିବେ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ମାନସିକ ସ୍ତରରେ ଦୁର୍ବଳ ରହିପାରନ୍ତି । ଖର୍ଚ୍ଚାନ୍ତ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହେବା ଆଶା କରାଯାଏ ।
ସୌଭାଗ୍ୟ ଉଦୟ ହୋଇଛି । ବନ୍ଧୁ ସହାୟତା ପାଇ ଉତ୍‌ଫୁଲ୍ଲିତ ହେବେ । ଉନ୍ନତି ପଥରେ ଆଗକୁ ମାଡ଼ି ଚାଲିବେ । ଭାଗ୍ୟଶାଳୀ ହୋଇପାରନ୍ତି। ପ୍ରତିହିଂସା ପରାୟଣ ହେବେ । ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି ।
ଦୃଢ଼ ମନୋବଳକୁ ପାଥେୟ କରି କର୍ମ ମାର୍ଗରେ ଆଗକୁ ବଢ଼ିବେ । ଶୁଭ ସମ୍ବାଦ ପାଇ ଖୁସି ହୋଇପାରନ୍ତି । ଗୃହରେ ଶାନ୍ତିର ବାତ୍ୟାବରଣ ସୃଷ୍ଟି ହେବ । ଶତ୍ରୁ ଆପଣାଛାଏଁ ଅପସରି ଯିବେ । ସର୍ବାଙ୍ଗୀଣ ଉନ୍ନତି ଘଟିବା ଆଶା କରାଯାଉଛି ।
ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ । ଭାଷାବିତ୍ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ରାଜପୂଜିତ ହେବେ । ଧନ-ଯାନ-ବାହନଯୁକ୍ତ ହୋଇପାରନ୍ତି । ଗ୍ରାମାଧୀଶ, ପରାକ୍ରମଶାଳୀ ଓ ବହୁପୋଷକ ହେବେ ।
ପିତା-ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି । ଭିନ୍ନ ଭିନ୍ନ ସୂତ୍ରରୁ ଲାଭବାନ୍ ହେବେ । ମାନସିକ ଶାନ୍ତି ଫେରିପାଇବେ । ବିବାଦରେ ବିଜୟୀ ହେବେ । ଉପଜି ଥିବା ସମସ୍ତ ଅସୁବିଧା ଦୂର ହେବ । ଶତ୍ରୁନାଶ, ଧନଭୋଗ ଓ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ ।
ପରିସ୍ଥିତି ଆୟତ୍ତାଧୀନ ହେବ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ସ୍ୱଭାବନାର କାର୍ଯ୍ୟକ୍ଷେତ୍ରକୁ ଶୃଙ୍ଖଳିତ କରିବେ । କୁଶଳ ସମାଚାର ପାଇ ଗର୍ବିତ ହେବେ । କବିତା ରଚନା କରି ସମ୍ୱର୍ଦ୍ଧିତ ହେବେ । ଜନପ୍ରିୟ ହୋଇପାରନ୍ତି ।
ବିଭିନ୍ନ ଦିଗରୁ ଆୟ ଆସିବାର ସୂଚନା ମିଳୁଛି । ଆଳସ୍ୟ ପରାୟଣ ହୋଇପାରନ୍ତି । ବ୍ୟୟବୃଦ୍ଧି ଯୋଗୁଁ ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି । ଧର୍ମପ୍ରିୟ ହେବେ । ଚଞ୍ଚଳ ଚେଷ୍ଟିତ ହେବା ଆଶାକରାଯାଏ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଚିନ୍ତାଧାରା ଉନ୍ନତମାନର ହେବ । ପାରିବାରିକ ସୁଖ ମିଳିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ବ୍ୟବସାୟ ଲାଭଜନକ ହେବ । ସୁଖୀ ହେବେ ।
 ଦ୍ରବ୍ୟହାନି ଘଟିବାର ସମ୍ଭାବନା ଅଛି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧିହେବ । ଭ୍ରାତୃଭାବ ଅତୁଟ ରହିବ । ମିଠା କଥା କହି ମନ କିଣି ପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments