![]() |
ସତ୍ ଉପାୟରେ ଧନ ଅର୍ଜନ କରିବେ । ନିରୀହ ସ୍ୱଭାବର ହେବେ । ଭାଷା ମାର୍ଜିତ ଓ ମଧୁର ହେବ । ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । |
ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିପାରନ୍ତି । ଜୀବନ ସୁଖ-ସମୃଦ୍ଧିପୂର୍ଣ୍ଣ ହେବ । ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ । ଗୁଣବାନ୍ ସୁବିମଳ କୀର୍ତ୍ତିର ଅଧିକାରୀ ହେବେ । ବିଜୟୀ ହେବେ । | |
ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ଉପଯୁକ୍ତ ପରାମର୍ଶଦାତା ହେବେ । ସୁକୃତସମ୍ପନ୍ନ ଓ ସକଳ ଶାସ୍ତ୍ରଜ୍ଞ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ। | |
ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି । ଜନସାଧାରଣଙ୍କ ଶ୍ରଦ୍ଧାର ପାତ୍ର ହେବେ । ପୁତ୍ର ସୁଖ ମିଳିପାରେ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଦିନଟି ଶୁଭମୟ ହେବ । ସୁସ୍ୱାଦୁ ଭୋଜନ ମିଳିବ । | |
ଶତ୍ରୁତାର ଅବସାନ ଘଟିବ । ମନରେ ସ୍ଥିରତା ଆସିବ । ସୁବିମଳ ଯଶର ଅଧିକାରୀ ହେବେ । ଋଣମୁକ୍ତ ହେବେ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଜ୍ୟୋତିର୍ମୟ ବ୍ୟକ୍ତିତ୍ୱସମ୍ପନ୍ନ ହେବେ । | |
ବିବେକାନୁମୋଦିତ କାର୍ଯ୍ୟକରି ଧର୍ମାଧର୍ମର ମାର୍ଗ ବାଛି ନେଇପାରନ୍ତି । ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ । ଅର୍ଥାଗମ ହେବ । ବିଦ୍ୟାଭ୍ୟାସୀ ହେବେ । ଗୁଣର ପ୍ରସାର ଘଟିବ । | |
କୃପା ନିଧାନଙ୍କ କୃପାପାତ୍ର ହେବେ । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । କୃଷିକର୍ମ ଲାଭଜନକ ହେବ । ଶାଶ୍ୱତ ସତ୍ୟର ସନ୍ଧାନ ପାଇବେ । | |
ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଶତ୍ରୁମାନଙ୍କ ସହିତ ସଦ୍ଭାବସମ୍ପନ୍ନ ହୋଇ କାର୍ଯ୍ୟ ହାସଲ କରିବେ । ଆର୍ଥିକ ସ୍ୱଚ୍ଛଳତା ଦେଖାଦେବ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । | |
ଦାନ ଗ୍ରହଣ କରି ସ୍ୱୀକୃତିସମ୍ପନ୍ନ ହୋଇପାରନ୍ତି । କର୍ମକୁ ଧର୍ମଭାବେ ବିବେଚନା କରିବେ । ଆପଣଙ୍କ କୀର୍ତ୍ତିର ସୀମା ନିର୍ଣ୍ଣୟ କରିହେବ ନାହିଁ । ନିଃସ୍ୱାର୍ଥପର ସେବାରେ ନିୟୋଜିତ ହୋଇପାରନ୍ତି । | |
ମହାପ୍ରଭାବଶାଳୀ ହୋଇପାରନ୍ତି । ପ୍ରଭୂତ ବିତ୍ତର ଅଧିକାରୀ ହେବେ । ସାଧସେବାରେ ନିମଗ୍ନ ହେବେ । ପ୍ରୀତିଭୋଜନ ମିଳିପାରେ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ସୁଖ ମିଳିବ । | |
ପରୋପକାରରେ ବ୍ରତୀ ହେବେ । କୃପା ନିଧାନଙ୍କ କୃପା ପାତ୍ର ହେବେ । ପୁଣ୍ୟବାନ୍ ଓ ସୁବିମଳ ଯଶର ଅଧିକାରୀ ହେବେ । ଅକୁଣ୍ଠିତ ଚିତ୍ତରେ ଅତିଥିଙ୍କ ପାଇଁ ଧନ ବ୍ୟୟ କରିବେ । | |
ପ୍ରଭୂତ ସମ୍ପତ୍ତିର ଅଧିକାରୀ ହେବେ । ପତ୍ନୀଙ୍କ ସାନ୍ନିଧ୍ୟ ଓ ସହଯୋଗ ପାଇବେ । ପଣ୍ୟ ଅର୍ଜନ କରିବେ । ସରକାରଙ୍କ କୃପାପାତ୍ର ହେବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ । |
Odia Calendar 2022
Comments
comments