OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 4th March 2020

Odia Rashiphala

Odia Rashiphala

ଯେତେ ବାଧା-ବିଘ୍ନର ସମ୍ମୁଖୀନ ହେଲେ ବି କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ର ପ୍ରଗତିର ସୋପାନ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁଖୀ ହୋଇପାରନ୍ତି । ଭାଗ୍ୟବାନ୍ ହେବେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ ।
ଆଶା କରୁଥିବା ଦ୍ରବ୍ୟ ହସ୍ତଗତ ହୋଇପାରେ । ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି । ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବାର ସୁଯୋଗ ସୃଷ୍ଟି ହୋଇଛି । ଧନର ଅଧିକାରୀ ହେବେ । ଚଞ୍ଚଳମନା ହେବେ ।
ଗୃହରେ ଶାନ୍ତିର ସୃଷ୍ଟି ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ସର୍ବାଙ୍ଗୀଣ ଉନ୍ନତି ହେବାର ସୂଚନା ମିଳୁଛି । ନୂଆ ବନ୍ଧୁଙ୍କ ସହାୟତା ମିଳିବ । ସୁସ୍ଥ ରହିବେ । ଗୁଣଜ୍ଞ ହେବେ ।
ଆର୍ଥିକ ସମସ୍ୟା ଘେନି ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । କାର୍ଯ୍ୟ ବିଳମ୍ବିତ ହେବ । ଶୁଭକାର୍ଯ୍ୟରେ ବ୍ୟୟ ହୋଇପାରେ । ଜନସାଧାରଣଙ୍କ ମନ କିଣି ପାରନ୍ତି । କ୍ରୋଧୀ ହେବେ । ଚକ୍ଷୁ ପୀଡ଼ା ଉପୁଜି ପାରେ ।
ଆୟ ବୃଦ୍ଧିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଚଞ୍ଚଳମନା ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ସରକାରୀ କୃପା ଲାଭ କରିବେ । ସମ୍ମାନର ଅଧିକାରୀ ହୋଇପାରନ୍ତି । କରିତ୍‌କର୍ମା ହେବେ ।
ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଦିନ ବିତାଇବାକୁ ପଡ଼ିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ସୁଖ, ସମୃଦ୍ଧିର ସୂଚନା ମିଳୁଛି । ପ୍ରତିଯୋଗିତାରେ ବିଜୟ ଲାଭ କରିବେ । ଯଶସ୍ୱୀ ହେବେ । ଧୈର୍ଯ୍ୟବାନ୍ ହୋଇପାରନ୍ତି ।
ତରବର ନ ହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତାର ଶୀର୍ଷରେ ଉପନୀତ ହୋଇପାରନ୍ତି । ଜନୈକା ମହିଳାଙ୍କ ଦ୍ୱାରା ବିଶେଷ ଉପକୃତ ହେବେ । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି । ଚଞ୍ଚଳମନା ହେବେ । ଧନ ମିଳିବ । ସୁଖ ଭୋଗ କରିବେ ।
ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ । ସୁଖ ସମ୍ପଦ ମିଳିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶତ୍ରୁଘାତୀ ହୋଇପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ପରକୁ ଆପଣାର କରି କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ ।
ସୁଖ-ସନ୍ତୋଷ ଲାଭ କରିବେ । ବନ୍ଧୁମାନଙ୍କ ସହାୟତା ଓ ସମର୍ଥନ ପାଇ ଅସାଧ୍ୟ ସାଧନ କରିପାରନ୍ତି । ବ୍ୟବସାୟ ଶୃଙ୍ଖଳିତ ହେବ । ଦାନ-ଧର୍ମରେ ଦୀକ୍ଷିତ ହେବେ । ଦୟାଳୁ ସ୍ୱଭାବର ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।
ଶତ୍ରୁର ଆଚରଣ ଆପଣଙ୍କୁ କ୍ରୋଧିତ କରିପାରେ । ଚିନ୍ତା ଦୂର ହେବ । ଗୁରୁକୃପା ଲାଭ କରି ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ । ସୁସ୍ଥ ଓ ନିରୋଗ ଜୀବନଯାପନ କରିବେ । ବଳବାନ୍ ହେବେ । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ ।
ଶ୍ୱେତ ଅରଖ ଫୁଲରେ ଦେବଦେବ ମହାଦେବଙ୍କ ଆରାଧନା କଲେ ବହୁ ସଫଳ ପ୍ରାପ୍ତ ହେବେ । କାର୍ଯ୍ୟ କରିବା ପୂର୍ବରୁ ବିଚାର ଆଲୋଚନା ଆବଶ୍ୟକ ହେଉଛି । ଆକସ୍ମିକ ଧନ ପ୍ରାପ୍ତିର ସୂଚନା ମିଳୁଛି । ଚଞ୍ଚଳମନା ହେବେ । ପ୍ରଚୁର ଧନ ମିଳିବ ।
କେତେକ କ୍ଷେତ୍ରରେ ବାଦାନୁବାଦ ଦେଖା ଦେଇପାରେ । କୃଷି ଉପରେ ବିଶେଷ ନଜର ରଖି ପାରନ୍ତି । ମିଷ୍ଟଭାଷୀ ହେବେ । ଯାନବାହନ ସୁଖ ମିଳିବ । ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବାକ୍‌ପଟୁତା ଯୋଗୁଁ ଆଦର ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments