OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 31th March 2021

Odia Rashiphala

Odia Rashiphala

ପ୍ରୀତି ଲାଭ କରିପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସେବା କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ କଥାରେ ପରିଚାଳିତ ହେବେ । ନିଜ ପରିବାର ପ୍ରତି ସ୍ନେହଭାବ ରହିବ ।
ଶତ୍ରୁର କାର୍ଯ୍ୟକଳାପ ଆପଣଙ୍କୁ କ୍ରୋଧିତ କରିପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ ।
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି । ଆକସ୍ମିକ ଧନଲାଭ ହେବାର ସୂଚନା ମିଳୁଛି । ତନ୍ତ୍ର ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ ।
ଉଦାର ପ୍ରକୃତିର ହୋଇପାରନ୍ତି । ଦାନ ଧର୍ମ ଭଳି ଶ୍ରେଷ୍ଠ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସୁସ୍ଥ ଓ ନିରାମୟ ରହିବେ । କୃଷିରୁ ଲାଭପ୍ରାପ୍ତ ହେବେ । ପ୍ରେମୀ ଓ ବୁଦ୍ଧିମାନ ହେବେ । ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।
ଉଚ୍ଚାଭିଳାଷୀ ହେବେ । ମନ ପ୍ରସନ୍ନ ରହିବ । ଧର୍ମପ୍ରାଣ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ପାଇପାରନ୍ତି । ବନ୍ଧୁ ପ୍ରେମୀ ଓ ବିଦ୍ୱାନ୍ ହେବେ । ଭଉଣୀଙ୍କ ସାହାଯ୍ୟ ମିଳିବ ।
ଭାଗ୍ୟଶାଳୀ ହୋଇପାରନ୍ତି । ବ୍ୟକ୍ତିତ୍ୱର ଅଧିକ ବିକାଶ ଘଟିବ । ମଧୁରଭାଷୀ ହେବେ । ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ବିଦ୍ୟାପ୍ରେମୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ର ସୁଖ ମିଳିବ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ସୁଖ ସମ୍ମାନ ଲାଭ କରିପାରନ୍ତି । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ଯୁଦ୍ଧ ବା ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭର ସୁଯୋଗ ସୃଷ୍ଟି ହୋଇଛି । ବିଦ୍ୱାନ୍ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନ ମିଳିବ । ସୁସ୍ଥ ରହିବେ ।
ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ସାମାନ୍ୟ ଥଣ୍ଡା, କଫଜନିତ ପୀଡ଼ା ଅନୁଭବ କରିବେ । କର୍ମଚଞ୍ଚଳ ରହିବେ । ସାହସୀ ହେବେ । ଜ୍ଞାନ ଗରିମାଯୁକ୍ତ ହୋଇପାରନ୍ତି । ଯାତ୍ରା ପାଇଁ ସମୟ ଅନୁକୂଳ ରହିଛି । ସମ୍ମୁଖ ସମର ଫଳଦାୟକ ହେବ ।
ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ରହିବେ ।ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି ।
କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇପାରେ । ନିଜ ପରିବାରର ଆଲୋକ ବର୍ତ୍ତିକା ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ସୁଖଭୋଗ କରିବେ ।
ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଗରିମାଯୁକ୍ତ ହେବେ ।
ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଖର୍ଚ୍ଚ ପରିମାଣ ଅଣାୟତ୍ତ ହୋଇପାରେ । ବନ୍ଧୁମାନେ କରଛଡ଼ା ଦେଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments