OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 31th July 2019

Odia Rashiphala

Odia Rashiphala

ବିପଦକୁ ସାମନା କରି କୃତକାର୍ଯ୍ୟ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଧର୍ମପରାୟଣ ହୋଇପାରନ୍ତି । କଥାର ଶୈଳୀ ଶୃତି ମଧୁର ହେବ । ଥଣ୍ଡାରେ ଆକ୍ରାନ୍ତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ । ଭାଗ୍ୟଶାଳୀ ହେବେ । ବିଦ୍ୟାପ୍ରେମୀ ହେବେ । ମଉଜ-ମଜଲିସ୍‌ରେ ସମୟ ଅତିବାହିତ କରିପାରନ୍ତି । ପାରିବାରିକ ଜୀବନ ସୁଖମୟ ହେବ । ସହିଷ୍ଣୁ ହୋଇପାରନ୍ତି । ତ୍ୟାଗ-ପୂତ ମନୋଭାବ ଗ୍ରହଣ କରିବେ ।
ଶିକ୍ଷା ପ୍ରତି ଆକୃଷ୍ଟ ହୋଇପାରନ୍ତି । ଆଶାବାଦୀ ହେବେ । ଗୁଣବାନ୍ ହେବେ । ପ୍ରୀତି ଭୋଜନ ମିଳିପାରେ । ଲାଗି ରହିଥିବା ବିବାଦୀୟ ଘଟଣାରୁ ଫାଇଦା ଉଠାଇବା ପୂର୍ବକ ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ବ୍ୟବସାମୁଖୀ ହେବେ ।
ଚଞ୍ଚଳ ସ୍ୱଭାବର ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ଅପରାହ୍ଣରୁ ପଞ୍ଚ ଗ୍ରହକୂଟର ପ୍ରଭାବ ଥାଇ ମଧ୍ୟ, ଧାର୍ମିକ ପ୍ରବୃତ୍ତିର ହୋଇଥିବାରୁ ସବୁ ବାଧା ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିବେ । ରାତ୍ରିଭୋଜନ ତୃପ୍ତିକର ହେବ । ସୁସ୍ଥ ଓ ନିରାମୟ ରହିବେ ।
କ୍ଷଣିକ ପାଇଁ ମନ ବ୍ୟସ୍ତ, ବିବ୍ରତ ରହିବ । ଯାତ୍ରା ମାର୍ଗ ଉନ୍ମୁକ୍ତ । ଆଜି ଦିନଟି ହେଉଛି ଆପଣଙ୍କ ପାଇଁ ମଙ୍ଗଳକାରୀ ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ରାଜକୃପା ଲାଭ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି । ଲୋକାଦୃତ ହେବେ ।
କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ । ଆୟ ଆଶାନୁରୂପ ହେବ । ରାଜକୃପା ଲାଭ କରିବା ସହିତ ଲକ୍ଷ୍ମୀ ବରଦାୟିକା ହୋଇଛନ୍ତି । ବାଣିଜ୍ୟ କାରବାର ଲାଭଦାୟକ ହେବ । କୀର୍ତ୍ତିମାନ୍ ହୋଇପାରନ୍ତି । ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳ ହେବେ ।
ପ୍ରଭାବ ବିସ୍ତାର କରି ମନସ୍କାମନା ପୂରଣ କରିପାରନ୍ତି । ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସୁଖ ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସୁସ୍ଥ ଓ ନୀରୋଗ ରହିବେ । ସୌଭାଗ୍ୟଶାଳୀ ଓ ଧାର୍ମିକ ପ୍ରବୃତ୍ତିର ହେବେ ।
ଗୃହ କାର୍ଯ୍ୟ ଆନନ୍ଦଦାୟକ ହେବ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । କାହାରି ପାଖରେ ମଥାନତ ନ କରି ସ୍ୱାଭିମାନୀର ପରିଚୟ ସୃଷ୍ଟି କରିପାରନ୍ତି । ଯୁଗ୍ମ ବ୍ୟବସାୟରୁ ଲାଭାଂଶ ମିଳିବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ପୂର୍ବାହ୍ଣରେ ସତର୍କ ହେବେ ।
ମୂଲ୍ୟବାନ ଦ୍ରବ୍ୟ ମିଳିବାର ସୁଯୋଗ ଜୁଟିଛି । ସେବାକୁ ଆଦରି ନେଇପାରନ୍ତି । ଶାନ୍ତ ଓ ମଧୁରଭାଷୀ ଭାବେ ଲୋକଦୃତ ହେବେ । ପ୍ରତ୍ୟେକ କାର୍ଯ୍ୟ ସରସ-ସୁନ୍ଦର ହୋଇପାରେ । ବିଭାଗୀୟ ଅର୍ଥ ମିଳିପାରେ । ମନରେ ଅହଂଭାବ ଆସିବ । ସୁଖ ମିଳିବ ।
ପୂର୍ବାହ୍ଣରେ ଅପ୍ରିୟ ପରିସ୍ଥିତିରେ ପଡ଼ି ଥିଲେ ମଧ୍ୟ ଅପରାହ୍ଣରେ ସୁଧାର ଆସିବ । ବିଭିନ୍ନ ସହଯୋଗର ହାତ ଲମ୍ବି ଆସିବ । ସୁସ୍ଥ ଓ ନିରାମୟ ରହିବେ । ବଳ, କଳ, କୌଶଳ ପ୍ରୟୋଗ କରି ଶତ୍ରୁ ଦମନ କରିପାରନ୍ତି । ଭ୍ରାତୃ ଭାବ ଅତୁଟ ରହିବ ।
ମନରେ ଭକ୍ତି ଭାବନା ରହିବ । ବହୁ ଅନୁଗତଙ୍କ ସାନ୍ନିଧ୍ୟ ପାଇ ଗର୍ବିତ ହୋଇପାରନ୍ତି । ଚେଷ୍ଟା ନ କରି ମଧ୍ୟ ଅଚାନକ ଭାବେ ଅର୍ଥ ପ୍ରାପ୍ତ ହୋଇପାରନ୍ତି । ଚଞ୍ଚଳମନା ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ ।
ଅଜାଣତରେ କ୍ଷତି ସହି ପାରନ୍ତି । କଲା କର୍ମ ପାଇଁ ଅନୁତପ୍ତ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । କୃଷି ଉପରେ ବିଶେଷ ଦୃଷ୍ଟି ଦେଇପାରନ୍ତି । ଦାନ ଦେଇ ଆତ୍ମତୃପ୍ତି ଲାଭ କରିବେ । ଉତ୍ତମ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ । ବୁଦ୍ଧିମତ୍ତାର ପରିଚୟ ଦେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments