OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 30th Dec 2020

Odia Rashiphala

Odia Rashiphala

ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଆର୍ଥିକ ସ୍ଥିତି ଉଚ୍ଚମାନର ହୋଇ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ସରକାରୀ ସ୍ତରରୁ ଲାଭବାନ୍ ହେବେ । ଦେବ ଦର୍ଶନ ଲାଭ କରିପାରନ୍ତି । ଶାନ୍ତି ମିଳିବ ।
କୌଣସି କ୍ଷେତ୍ରରେ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁ ନାହିଁ । ବହୁ ଧନର ଅଧିକାରୀ ହେବେ । ପୁତ୍ର ସୁଖ ମିଳିପାରେ । ଉତ୍ତମ ବଂଶରୁ କନ୍ୟା ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ସୁଖମୟ ଜୀବନ ଯାପନ କରିପାରନ୍ତି ।
ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଭୋଜନ ସୁଖକର ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ନୂଆ ବନ୍ଧୁଙ୍କ ସାନିଧ୍ୟ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ ।
କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ ଚଳାଇ ପାରନ୍ତି । ଶତ୍ରୁ ଦମନ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । କର୍ମଚଞ୍ଚଳ ରହିବେ । ଦାତା, ଭୋକ୍ତା, ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି । ବିନୀତ ସ୍ୱଭାବର ହେବେ । ସ୍ତ୍ରୀ ଧନ ହେତୁ ସୁଖୀ ହେବେ ।
ସୁସମ୍ୱାଦ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଭିନ୍ନ ଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ ।
ଉପୁଜି ଥିବା ସମସ୍ୟାର ସମାଧାନ ହେବ । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବାରେ ସକ୍ଷମ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବିବାଦରେ ବିଜୟୀ ହେବେ ।
ସଦ୍‌ଗୁରୁଙ୍କ ଶରଣାପନ୍ନ ହୋଇପାରନ୍ତି । ପଡ଼ୋଶୀଙ୍କ ସହିତ ସଦ୍‌ଭାବନା ସମ୍ପନ୍ନ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । କଳେ, ବଳେ, କୌଶଳେ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି ।
ଶତ୍ରୁ ମହୁଁରେ ହସ ଥିଲେ ବି ପରବର୍ତ୍ତୀ କାଳରେ ତାହା ବିଷ ପାଲଟି ଯିବ । ସାବଧାନ ହୋଇ ଚଳିବାକୁ ପଡ଼ିବ । ଖର୍ଚ୍ଚାନ୍ତ ହେବେ । ସ୍ୱାଭିମାନୀ ହେବେ । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ ।
କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ସୁଖକର ଘଟଣାମାନ ଘଟିପାରେ । କାର୍ଯ୍ୟରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ରୁଚିକର ଭୋଜନରେ ଆପ୍ୟାୟିତ ହୋଇ ତାର ଆନନ୍ଦ ଉପଭୋଗ କରିପାରନ୍ତି ।
କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ଶତ୍ରୁକୁ ପରାଜିତ କରି ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ମିଳିବ । ସୁଖ ମିଳିବା କଷ୍ଟକର ବ୍ୟାପର ।
ତ୍ୟାଗପୁତ ମନୋଭାବର ହେବେ । ପଠନ ଲିଖନ ଉପରେ ଗୁରୁତ୍ୱ ଦେଇପାରନ୍ତି । ଧନଲାଭର ସୂଚନା ମିଳୁଛି । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ନୃତ୍ୟ ସଙ୍ଗୀତପ୍ରିୟ ହେବେ । ଗୁଣବାନ୍ ଓ ବହୁ ବିଦ୍ୟା ପାରଙ୍ଗମ ହେବେ ।
କୌଣସି କାରଣରୁ ମନରେ ଭୟ ସଂଚାର ହୋଇପାରେ । ଶ୍ରମ ସାର୍ଥକ ହେବ । ପତ୍ନୀ ପରିବାରର ଗୁରୁଭାର ବହନ କରିପାରନ୍ତି । କାର୍ଯ୍ୟକ୍ଷେତ୍ର ପାଇଁ ମନରେ ଉତ୍ସାହ ଭରି ରହିବ । ଦେବ ଦ୍ୱିଜକୁ ପ୍ରଣତି ଜଣାଇବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments