OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 28th Oct 2020

Odia Rashiphala

Odia Rashiphala

ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ପରିଶ୍ରମ ଅଧିକ ପଡ଼ିପାରେ । ଉତ୍ତମ ଗୁଣର ଆଧାର ହେବେ । ଶ୍ରେଷ୍ଠ ପଦ ପଦବୀରେ ଆସୀନ ହୋଇପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ନୀତିଯୁକ୍ତ ଓ ବିନୀତ ସ୍ୱଭାବର ହେବେ ।
କାର୍ଯ୍ୟ କଷ୍ଟସାଧ୍ୟ ହେଲେ ବି ସଫଳତା ମିଳିବ । ସମ୍ମାନିତ ହେବେ । କର୍ତ୍ତବ୍ୟନିଷ୍ଠ ହେବେ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମସ୍ୟାର ସୁସମାଧାନ କରିବାରେ ସକ୍ଷମ ହେବେ ।
ଜଟିଳ ସମସ୍ୟାର ପରିସମାପ୍ତି ଘଟାଇ ପାରନ୍ତି । ସୁଖୀ ହେବେ । ସମ୍ମାନିତ ହେବେ । କାର୍ଯ୍ୟର ଅଗ୍ରଗତି ଘଟିବ । ଉନ୍ନତିକର କାର୍ଯ୍ୟରେ ସଫଳତା ମିଳିବ । ଶତ୍ରୁକୁ ପରାଜିତ କରି ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବେ । ସର୍ବ ସୁଖ ମିଳିବ ।
ସୁଯୋଗର ଉପଯୋଗ କରିପାରନ୍ତି । ଲୋକ ସଂପର୍କ ବୃଦ୍ଧି ପାଇବ । ଦୀର୍ଘଦିନର ଆଶା ପୂରଣ ହେବ । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ସର୍ବାଙ୍ଗୀନ ଉନ୍ନତି ହେବ । ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ । ମିଷ୍ଟାନ୍ନ ଭୋଜନ ମିଳିବ ।
ବିଷମ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଦେଖା ଦେଇପାରେ । ସ୍ୱାଭିମାନୀ ହୋଇପାରନ୍ତି । ପରଧନରେ ଧନୀ ହେବାର ସ୍ୱପ୍ନ ଦେଖିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।
ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । କୌଶଳରେ କାର୍ଯ୍ୟ ହାସଲ କରିବେ । ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ବହୁ ଉନ୍ନତ କାର୍ଯ୍ୟ କରିବାରେ ପାରଙ୍ଗମ ହେବେ ।
ପ୍ରତିଶୋଧ ପରାୟଣ ହୋଇପାରନ୍ତି । ଆଘାତପ୍ରାପ୍ତ ହୋଇ ମଧ୍ୟ ଶତ୍ରୁକୁ ପରାଜିତ କରିବାରେ ସକ୍ଷମ ହେବେ । ମାନସିକ ଶାନ୍ତି ଫେରି ପାଇବେ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ସାଧନା ଫଳବତୀ ହେବ ।
ମନ ପ୍ରଫୁଲ୍ଲ ରହିବ । କର୍ମରେ ଢ଼େର ଉନ୍ନତି ଘଟିବ । ଯଶସ୍ୱୀ ହୋଇପାରନ୍ତି । ବହୁ ସୁଖର ଅଧିକାରୀ ହେବେ । ସାଧୁପ୍ରଦତ୍ତ ବିଦ୍ୟା, ଆପଣଙ୍କ ଜୀବନର ମୋଡକୁ ବଦଳାଇ ଦେବ । ଧନଶାଳୀ ହୋଇପାରନ୍ତି । ହର୍ଷଯୁକ୍ତ ହେବେ ।
ଜନକଲ୍ୟାଣ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଧର୍ମ ମାର୍ଗରେ ମନୋନିବେଶ କରିବେ । ନୃତ୍ୟ ସଙ୍ଗୀତପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶସ୍ୱୀ ଓ ଧନଶାଳୀ ହେବେ ।
କାର୍ଯ୍ୟରେ ସଫଳତା ଲାଭ କରିବେ । ଆନନ୍ଦ ଉଲ୍ଲାସରେ ଦିନ ବିତାଇ ପାରନ୍ତି । ଦେବ ଦର୍ଶନର ସୌଭାଗ୍ୟ ଅଛି । ପ୍ରତିଯୋଗିତାରେ ବିଜୟୀ ହେବେ । କୃଷି କର୍ମରେ ଦକ୍ଷ ହୋଇପାରନ୍ତି । କ୍ଷମତାସଂପନ୍ନ ହେବା ଆଶା କରାଯାଏ ।
ମାନ୍ୟତା ପ୍ରାପ୍ତ ହେବେ । ପାରିବାରିକ ସୁଖ ମିଳିବ । ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ । ଜ୍ଞାନୀ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ସତ୍‌ପଥଗାମୀ ହେବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ ।
ଜବରଦସ୍ତ ଅଗ୍ରଗାମୀ ହେବେ । ଶ୍ରୀଚନ୍ଦ୍ର ଭୋଗ ହେତୁ ସୁସ୍ୱାଦୁ ଭୋଜନ ମିଳିବ । ପାରିବାରିକ ସୁଖ ଅବ୍ୟାହତ ରହିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । ବିବାଦଶୀଳ ହୋଇପାରନ୍ତି । ନୂଆବନ୍ଧୁ ଜୁଟିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments