OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 27th March 2019

Odia Rashiphala

Odia Rashiphala

ଅଧିକ ଲାଭବାନ୍ ହେବା ଆଶାରଖି ଅର୍ଥ ବିନିଯୋଗ କରିପାରନ୍ତି । ସତ୍‌ସଙ୍ଗୀ ହେବେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ବିଦ୍ୱାନ ଓ ସାହସୀ ହେବେ ।
ଖାଦ୍ୟ, ପେୟରେ ତୃପ୍ତିଲାଭ କରିବେ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଈର୍ଷାରୁ ନିବୃତ୍ତ ହେଲେ ସାମାଜିକ ସ୍ତରରେ ମର୍ଯ୍ୟାଦା ମିଳିବ । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ ।
ବ୍ୟବସାୟରେ ଲାଭବାନ୍ ହେବେ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ସେବା ଭାବନା ନେଇ କାର୍ଯ୍ୟ କରିବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ । ବନ୍ଧୁଙ୍କ ସହାୟତା ପାଇ କୃତଜ୍ଞ ହେବେ ।
ସାମାନ୍ୟ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ମନରେ ଗର୍ବଭାବ ଦେଖା ଦେଇପାରେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ବହୁ ଶୁଭଫଳର ଅଧିକାରୀ ହେବେ ।
ଗୃହ ଜଞ୍ଜାଳରେ ବ୍ୟସ୍ତ ରହବେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ଧାର୍ମିକ ଓ ତେଜସ୍ୱୀ ହେବେ ।
ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମରେ ନିଜକୁ ନିୟୋଜିତ କରିବେ । ସୁଖ ମିଳିବ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । କୃଷିକର୍ମକାରୀ ଓ ଜଳପ୍ରତି ଆଦର ପ୍ରେମୀ ହେବେ ।
ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁର ସମ୍ଭାଷଣରେ ଅନ୍ୟମାନଙ୍କର ମନ ନେଇ ପାରନ୍ତି । ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି । ମେଳାପୀ ପ୍ରକୃତିର ହେବେ । ପ୍ରେମୀ ଓ ସାହସୀ ହେବେ । ସାନଭାଇଙ୍କ ଠାରୁ ଆଦର ମିଳିବ ।
କାର୍ଯ୍ୟରେ ଢ଼େର ଉନ୍ନତି ଦେଖା ଦେବ । ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱ୍ ସମ୍ପନ୍ନ ହୋଇପାରନ୍ତି । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ ।
ଗୃହକାର୍ଯ୍ୟରେ ଲାଗିପଡ଼ିବେ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ଶାରୀରିକ ଶକ୍ତି ବୃଦ୍ଧି ହେବ । ଐଶ୍ୱର୍ଯ୍ୟ ଯୁକ୍ତ ହେବେ । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ । ପରାକ୍ରମୀ ହେବେ । ମୋକଦ୍ଦମାରେ ବିଜୟୀ ହେବା ସହ ଧନପ୍ରାପ୍ତି ହେବେ ।
ନିଜ ପ୍ରଭାବର ଉପଯୋଗ କରିବେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହୋଇପାରନ୍ତି । ସାହସୀ ଓ ଜ୍ଞାନୀ ହେବେ । ଗୁପ୍ତବିଦ୍ୟାରେ ରୁଚି ରହିବ ।
ବ୍ୟବସାୟରେ ବାଦାନୁବାଦ ଉପଜିଲେ ବି ଭଲ ଆୟ ହେବ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ମଧୁରଭାଷୀ ହେବେ । ଯାନବାହନ ସୁଖ ମିଳିବ ।
ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । କର୍ମତତ୍ପରତା ପ୍ରକାଶ ପାଇବ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସୁଖ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments