OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 27th February 2019

Odia Rashiphala

Odia Rashiphala

ମନ ବ୍ୟାକୁଳିତ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବେ । ସରକାରୀ ଅର୍ଥ ପାଇପାରନ୍ତି । ନିଜ କର୍ମରେ ଦକ୍ଷତା ପ୍ରତିପାଦନ କରିବେ । ଚତୁର ହେବେ । ଧର୍ମ କ୍ରିୟାରତ ଓ ମନୋଜ୍ଞ ହେବେ ।
ପାରିବାରିକ ସ୍ତରରେ ବାଦ-ବିବାଦ ଉପୁଜିପାରେ; ଆନନ୍ଦ-ଉତ୍ସବ ଊଣା ହେବ ନାହିଁ । ବୁଦ୍ଧିମାନ୍ ହେବେ । ସରକାରୀ ମାନ୍ୟତା ସହିତ ଅର୍ଥ ପ୍ରାପ୍ତର ସୂଚନା ମିଳୁଛି । ପରୋପକାରୀ ହେବେ । ଭୋଗାସକ୍ତ ହେବେ । ଗୁଣୀ ହେବେ ।
ଯୋଜନା ଫଳପ୍ରସୂ ହୋଇପାରେ । ନିର୍ଭୀକ ଭାବେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ । ରାଜ ପ୍ରାସାଦ ହେତୁକ ସୁଖ ମିଳିପାରେ । ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁଦ୍ରବ୍ୟ ସହିତ ଯାନ-ବାହନ ସୁଖ ପାଇପାରନ୍ତି ।
ଅଟକି ରହିଥିବା ଅର୍ଥ ମିଳିବ । ସେଥିପାଇଁ ଆତ୍ମସନ୍ତୋଷ ମିଳିପାରେ । ଉଚ୍ଚଆଶା ଫଳବତୀ ହେବ । ବିଭିନ୍ନ ସ୍ତରରେ ପ୍ରଶଂସିତ ହୋଇପାରନ୍ତି । କୌଶଳରେ କାର୍ଯ୍ୟ ହାସଲ କରିବେ । ବିପଦ ଥିଲେ ବି ଗୁରୁକୃପାରୁ ଉଧୁରି ଯିବେ ।
ଯାନ-ବାହନ ଚଳାଚଳ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ପାରିବାରିକ ସୁଖ ମିଳିପାରେ । ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ହିଂସା ମାର୍ଗରେ ମନ ମିଳିଲେ ବି ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ ।
ବିରୋଧରୁ ମୁକ୍ତି ପାଇବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବତି ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି । ବିଳାସ ବ୍ୟସନ ପାଇଁ ଉତ୍ସାହ ବୃଦ୍ଧି ପାଇବ । ସୁଗୁଣଯୁକ୍ତ କନ୍ୟା, ଉତ୍ତମ ପତ୍ନୀ ସୁବର୍ଣ୍ଣ ପୁତ୍ରଲାଭ ହୋଇପାରେ ।
ପରିବେଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ । କିଛି କାର୍ଯ୍ୟ କରିବାକୁ ହେଲେ ଅନ୍ୟର ସହାୟତା ନେବାକୁ ପଡ଼ିବ । ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ରାଜପୂଜିତ, ବାହାନାଯୁକ୍ତ ଗ୍ରାମାଧୀଶ, ପରାକ୍ରମଶାଳୀ ଓ ବହୁ ପୋଷକ ହେବେ ।
ନିଜ ଅଧିକାର ସାବ୍ୟସ୍ତ କରି ଆଗକୁ ବଢ଼ି ଚାଲିବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଯଥେଷ୍ଟ ପରିମାଣ ହେବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ବନ୍ଧୁ ସହାୟତା ମିଳିବ । ସୁସ୍ଥ ଓ ନିରାମୟ ରହିବେ । ଉତ୍ତମ ଭୋଜନ ମିଳିବ ।
ଆତ୍ମୀୟମାନଙ୍କ ଅକୁଣ୍ଠ ସମର୍ଥନ ପାଇବେ । ପାରିବାରିକ ସୁଖ ମିଳିବ । ମନ ପ୍ରସନ୍ନ ରହିବ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ସୌନ୍ଦର୍ଯ୍ୟ ଉପଭୋଗ କରି ଆତ୍ମହରା ହୋଇପାରନ୍ତି । ଜନସାଧାରଣଙ୍କର ସ୍ନେହ ମମତା ଓ ପ୍ରଶଂସାର ପାତ୍ର ହେବେ ।
ପ୍ରିୟ ଲୋକଙ୍କ ସାହାଯ୍ୟ, ସହାନୁଭୂତି ପାଇପାରନ୍ତି । ବିଭିନ୍ନ ସୂତ୍ରରୂ ଧନଲାଭର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ଗୁରୁକୃପା ଲାଭ କରିବେ । ପରିସ୍ଥିତି ଅନୁକୂଳ ରହିଛି । ସମ୍ମାନିତ ହେବେ । ଶିଳ୍ପ ପାରଦର୍ଶୀ ହେବେ ।
ଧର୍ମସଭାରେ ନିଜକୁ ସାମିଲ କରିପାରନ୍ତି । ଭଲ ଆୟ ହେବ; ମାତ୍ର ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ସରକାରୀ ଧନ ମିଳିବ । କୀର୍ତ୍ତିମାନ୍ ଓ ଗୁଣଯୁକ୍ତ ହେବେ ।
ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କର୍ତ୍ତବ୍ୟନିଷ୍ଠ ହେବେ । ପ୍ରତାରିତ ହୋଇପାରନ୍ତି । ମାର୍ଗ କ୍ଳେଶକର ହେଲେ ବି ବହୁ ଶୁଭଫଳ ଆଶାକରାଯାଏ । ଶୌର୍ଯ୍ୟଯୁକ୍ତ ହୋଇପାରନ୍ତି । ବୁଦ୍ଧିମାନ୍ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments