OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 26th Feb 2020

Odia Rashiphala

Odia Rashiphala

ଆର୍ଥିକ ସମସ୍ୟାକୁ କେନ୍ଦ୍ର କରି ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି । ଉତ୍ତମ ଗୁଣଯୁକ୍ତ, ନୀତିନିଷ୍ଠ, ବିନୀତ ହେବେ ।
ଆୟ ଆଶାନୁରୂପ ହୋଇପାରେ । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଦିନଟି ମଧ୍ୟମ ଧରଣର ହେବ । ଅର୍ଥ ପ୍ରାପ୍ତି ପାଇଁ ସରକାରୀ କୃପା ମିଳିବ ।
ଜନସାଧାରଣଙ୍କଠାରୁ ଆଶୀର୍ବାଦ ପାଇବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ସ୍ଥିତି ଅନୁକୂଳ ଅଛି । ବିବାଦରେ ବିଜୟୀ ହେବେ ।
ଆଳସ୍ୟ ପରାୟଣ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ ହେବ । ଅଧିକ କ୍ଷମତା ହାସଲ କରି ତା’ର ଉପଯୁକ୍ତ ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ଯେତେ ଚେଷ୍ଟା କଲେ ବି ସୁଖ ମିଳିବା କଷ୍ଟସାଧ୍ୟ ହେବ । ମନରେ ବିଷାଦର ଛାୟା ଖେଳି ଯାଇପାରେ । ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି । ଶତ୍ରୁ ଭୟ ରହିଛି । ଭ୍ରମ ସଂଶୋଧନ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନବାହନରେ ସତର୍କ ରହିବେ ।
ମନରେ ପ୍ରସନ୍ନତା ଦେଖା ଦେବ । ସୁଖକର ଘଟଣା ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । ସୁଖୀ ହେବେ ।
କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ସୁସମ୍ୱାଦ ପାଇ ଆନନ୍ଦ ଅନୁଭବ କରିପାରନ୍ତି । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରିପାରନ୍ତି । ଆଣିଥିବା ଋଣ ପରିଶୋଧ କରିବେ ।
ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଖୁସି ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ । ବ୍ୟବସାୟରୁ ଅଧିକ ଲାଭ ମିଳିବ ।
ଘାତଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଆବଶ୍ୟକ । କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ପ୍ରିୟ ଭାଷୀ ଓ ଧନ-ଯାନବାହନଯୁକ୍ତ ହେବେ ।
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିଜ ବ୍ୟକ୍ତିତ୍ୱର ପରିଚୟ ଦେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି । ଦିଅଁ ଦର୍ଶନ ଲାଭ କରିବେ । ସରକାରୀ ସ୍ତରରୁ ଲାଭ ମିଳିବ ।
ଦେବ-ଦେବୀ ଦର୍ଶନ ଶୁଭଦାୟକ ହେବ । ନିଜ ଅର୍ଜିତ ଧନ ଭାଗ କରିବେ । ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି ।
ମନବାଞ୍ଛା ପୂରଣ ହୋଇପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ଭଲ ଆୟ ହେବ । ଚିନ୍ତାଧାରା ଉନ୍ନତ ମାନର ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments