OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 25th Sep 2019

Odia Rashiphala

Odia Rashiphala

ସାହସ ବାନ୍ଧି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଆଦର ଅଭ୍ୟର୍ଥନା ମିଳିପାରେ । କୃଷି ଉପର ଧ୍ୟାନ ଦେବେ । ଯାନବାହନ ସୁଖ ମିଳିପାରେ । ଶତ୍ରୁନାଶ କରି ନିଶ୍ଚିନ୍ତ ହୋଇପାରନ୍ତି ।
ସହକର୍ମୀଙ୍କ ସହଯୋଗ ପାଇବାକୁ ସକ୍ଷମ ହେବେ । ମାନ ବୃଦ୍ଧି ହୋଇପାରେ । ଭ୍ରମଣ ସୁଖ ମିଳିବ । କର୍ତ୍ତବ୍ୟନିଷ୍ଠ ହେବେ । ସ୍ୱଚ୍ଛତା କାର୍ଯ୍ୟ ହାତକୁ ନେଇ କୃତକାର୍ଯ୍ୟ ହେବେ । ସକଳଗୁଣର ଆଧାର ହେବେ । ସୁଖୀ ହୋଇପାରନ୍ତି । କାବ୍ୟଶାସ୍ତ୍ରାନୁରକ୍ତ ହେବେ ।
ଭ୍ରମଣ ସୁଖଦାୟକ ହେବ । ଆଶାବାଦୀ ହୋଇପାରନ୍ତି । ତ୍ୟାଗଶୀଳ ହେବେ । ନୀତନିଷ୍ଠ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳ ମନା ହେବେ । ଅତି ସୁଖୀ ଓ କୀର୍ତ୍ତିମାନ ହୋଇପାରନ୍ତି । ସହିଷ୍ଣୁ ହେବେ । ପ୍ରଫୁଲ୍ଲିତ ମୁଖ ଓ ରୂପବାନ୍ ହେବେ ।
ଭଲ ଆୟ ହେବ । ଉତ୍ତମ ଭୋଜନ ମିଳିବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆବନ୍ଧୁ ଜୁଟିପାରନ୍ତି । ଚିନ୍ତାଧାରା ଉତ୍ତମମାନର ହୋଇପାରେ ।
ସୃଜନଶୀଳ ପ୍ରତିଭାର ବିକାଶ ଘଟିବ । ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହୋଇପାରେ । ବସ୍ତ୍ରଭୂଷଣ ଲାଭ ହେବାର ସୂଚନା ମିଳୁଛି । ସାଧନାରେ ସିଦ୍ଧି ଲାଭ କରିବେ । ପଦୋନ୍ନତି ପାଇପାରନ୍ତି ।
ଲାଭ ପାଇବା ଆଶାରେ ଲୋଭ ବୃଦ୍ଧି ହୋଇପାରେ । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସରକାରୀ କୃପା ଲାଭ କରିବେ । କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ବ୍ୟବସାୟ ଲାଭଜନକ ହେବ । ନାନାବିଧ ସମ୍ମାନ ଅଧିକାରୀ ହେବେ ।
ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଅନ୍ୟର ମଙ୍ଗଳ କାମନା କଲେ ନିଜେ ଉପକୃତ ହେବେ । ଅନୁଗୃହୀତ ହୋଇପାରନ୍ତି । ଗୃହ ପରିବେଶ ସ୍ୱଚ୍ଛ ଓ ନିର୍ମଳ ରହିବ । ବହୁବିଧ ଧନର ଅଧିକାରୀ ହେବେ ।
ମନ ପସନ୍ଦ ଦ୍ରବ୍ୟ ପାଇ ଉତ୍‌ଫୁଲ୍ଲିତ ହେବେ । ସୁଖ-ଶାନ୍ତି ଓ ଆନନ୍ଦ ଉତ୍ସବରେ ଦିନଟି ବିତିବ । ଅତ୍ୟନ୍ତ ସୁଖ ଲାଭ କରି ଆନନ୍ଦିତ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖ-ସମୃଦ୍ଧି ଆଶାକରାଯାଏ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଧନକ୍ଷୟ ହେବାର ସମ୍ଭାବନା ଅଛି। ଶାରୀରିକ ଓ ମାନସିକ ସ୍ତରରେ କ୍ଳେଶ ଦେଖାଦେଇପାରେ । ନୀତିଯୁକ୍ତ ହୋଇପାରନ୍ତି । ବିଦ୍ୟାବାନ୍ ହେବେ । ଚତୁର ହେବା ଆଶାକରାଯାଏ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା କରିବା ମନା ।
ବିଳାସ-ବ୍ୟସନ ଦ୍ରବ୍ୟ ଲାଭ କରିପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବା ସହ ହର୍ଷ-ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି । ସର୍ବତ୍ର ଶୁଭ ଆଶାକରାଯାଏ । ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ ।
ପୈତୃକ ସମ୍ପତ୍ତିକୁ ନେଇ ମନ ଅଶାନ୍ତ ରହିପାରେ । କୌଣସି କାରଣରୁ ସାମୟିକ ଭାବେ ମନରେ କ୍ରୋଧ ଜାତ ହୋଇପାରେ । ନୀତରିୁ ବିଚ୍ୟୁତ୍ ହେବେ ନାହିଁ । ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରନ୍ତି । ଗୁଣବାନ୍ ହେବେ । ବିନୀତ ଓ ଯୁଦ୍ଧପ୍ରିୟ ହେବେ ।
ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତର ଧାରା ଅବ୍ୟାହତ ରହିପାରେ । ପୁତ୍ର ଓ କନ୍ୟା ସନ୍ତାନ ପାଇଁ ଗର୍ବିତ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments