OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 24th March 2021

Odia Rashiphala

Odia Rashiphala

ପରିଶ୍ରମ ଅତ୍ୟଧିକ ହୋଇପାରେ । ତଥାପି ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିବାର ସମ୍ଭାବନା ଅଛି । ଲୋଭର ବଶବର୍ତ୍ତୀ ହୋଇପାରନ୍ତି । ଧନ ଲାଭକାରୀ ହେବେ । ବିନୀତ ସ୍ୱଭାବର ହେବେ ।
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଭଗବତ ପ୍ରେମୀ ହେବେ । ଠାକୁରଙ୍କ ଦର୍ଶନ ଲାଭ କରିବାର ସୁଯୋଗ ମିଳିବ । ସରକାରୀ ସ୍ତରରୁ ଲାଭବାନ୍ ହେବେ ।
ଆଶାବାଦୀ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି । କାର୍ଯ୍ୟ ଶୃଙ୍ଖଳିତ ହେବ । ସ୍ୱାଭିମାନୀ ହୋଇପାରନ୍ତି । ବିଧି ବିଧାନ ସମ୍ମତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ । ପରୋପକାରୀ ହେବେ । ଦାନ ଧ୍ୟାନ କରିପାରନ୍ତି ।
ଶ୍ରୀଚନ୍ଦ୍ର ଭୋଗ ହେଉଛି । ଆୟ ଉତ୍ତମ ଧରଣର ହେବ । ସରକାରୀ ବା ବନ୍ଧୁ ସୂତ୍ରରୂ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ମହତ ହେବ ।
କାର୍ଯ୍ୟରେ ବାଧା ଉପୁଜିପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ସ୍ନେହପୂର୍ଣ୍ଣ କଥା କହି ପରକୁ ଆପଣାର କରିବାରେ ସକ୍ଷମ ହେବେ । ଯାତ୍ରା ଶୁଭଦାୟକ ହେବ । ଜିତେନ୍ଦ୍ରୀୟ ହୋଇପାରନ୍ତି ।
ଆୟ ବୁଦ୍ଧିର ସୂଚନା ମିଳୁଛି । ସୁସମ୍ୱାଦ ଶୁଣି ପ୍ରଫୁଲ୍ଲିତ ହେବେ । ଅଧିକ ଜ୍ଞାନ ଆହରଣ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରଙ୍କ କୃପାପାତ୍ର ହେବେ ।
ଶୁଭ ଖବର ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ କ୍ଷେତ୍ରରେ ଢେର ଉନ୍ନତି ଘଟିବ ।ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ପ୍ରତିଯୋଗିତାରେ ବିଜୟୀ ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ।
ଭ୍ରମଣ ଫଳଦାୟକ ହେବ । କାର୍ଯ୍ୟର ସଫଳ ରୂପାୟନ କରି ଲାଭବାନ୍ ହେବେ । ଅଧିକ କ୍ଷମତା ହାସଲ କରିବେ ଓ ତା’ର ସଦ୍‌ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ପ୍ରବଚନ ପ୍ରେମୀ ହୋଇପାରନ୍ତି ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଆବଶ୍ୟକ ପଡୁଥିବା ଅର୍ଥରେ ନିଅଁଣ୍ଟିଆ ପରିସ୍ଥିତି ଉପୁଜିପାରେ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । ନିଜ ଲୋକଙ୍କ ସହାୟତା ପାଇବେ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ କାର୍ଯ୍ୟ କରିପାରନ୍ତି । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ପ୍ରୀତିଭୋଜନ ମିଳିବ । ଆନନ୍ଦ ଉପଭୋଗ କରିପାରନ୍ତି ।
ନିଜ ପସନ୍ଦ ମୁତାବକ କାର୍ଯ୍ୟ କରି ଚାଲିବେ । ସୁସ୍ଥ ଓ ନିରାମୟ ରହିବେ । ବନ୍ଧୁ ସହାୟତା ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ଶୁଣି ଖୁସି ହେବେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିବେ ।
ପରାମର୍ଶନେଇ କାର୍ଯ୍ୟ କଲେ ସଫଳତା ମିଳିବ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ । ଅଧ୍ୟୟନରତ ହୋଇପାରନ୍ତି । ସୁସମ୍ୱାଦ ପାଇ ଭାବ ବିହ୍ୱଳ ହେବେ । ଦିନଟି ମଧ୍ୟମ ଧରଣର । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments