OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 24th April 2019

Odia Rashiphala

Odia Rashiphala

ସେବା କ୍ଷେତ୍ରରେ ଓ ପୂଜା ପଦ୍ଧତିରେ ମନୋନିବେଶ କରିପାରନ୍ତି । ପ୍ରଜ୍ଞାବାନ, ଶାନ୍ତ, ପ୍ରଭାବଶାଳୀ, ତଥା ସ୍ୱାଭିମାନୀ ହେବେ । ସୁଖ- ସମୃଦ୍ଧିପୂର୍ଣ୍ଣ ଜୀବନ ବିତାଇବେ ।
ପ୍ରତାରିତ ହୋଇପାରନ୍ତି । ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ଲୋକସଂପର୍କ ବୃଦ୍ଧି ପାଇବ । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ସେବା କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଉପଦେଶକୁ ଶିରୋଧାର୍ଯ୍ୟ କରି କାର୍ଯ୍ୟ କରବେ ।
 ଅର୍ଥପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି; ତଥାପି ମନରେ ଭୟର ସଂଚାରିତ ହୋଇପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଚକ୍ଷୁ ପୀଡ଼ା ଅନୁଭବ କରିପାରନ୍ତି । ବଳଶାଳୀ ହେବେ । କୌଶଳ ପ୍ରୟୋଗ କରି ଶତ୍ରୁ ଦମନ କରବେ ।
ପରିବେଶରେ ଉନ୍ନତି ଘଟିବ । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ହଠାତ୍ ଅର୍ଥ ଲାଭ ହେବ । ବ୍ୟବସାୟ ବିଶେଷ ଲାଭଜନକ ହେବ । ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତତ୍ୱ ସମ୍ପନ୍ନ ହୋଇପାରନ୍ତି ।
ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । ଉଦାର ସ୍ୱଭାବର ହେବେ । ଦାନ-ଧର୍ମକୁ ଆଦରି ନେବେ । ଶୋଭନ ବ୍ୟକ୍ତତ୍ୱର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରବେ । କୃଷି ଉପରେ ଗୁରୁତ୍ୱ ଦେଇପାରନ୍ତି । ବୁଦ୍ଧିମାନ୍ ହେବେ ।
 ଘାତଚନ୍ଦ୍ର ଭୋଗ ହେତୁ ସାବଧାନ୍ ରହବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି । ପରକୁ ଆପଣାର କରିପାରନ୍ତି । ସାହସିକ କାର୍ଯ୍ୟ କରବେ ।
ମାନସିକ ଶାନ୍ତି ଫେରି ପାଇବେ । ଭାଗ୍ୟଶାଳୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର, ବିଦ୍ୟାପ୍ରେମୀ ହୋଇପାରନ୍ତି । ମିତ୍ର ସୁଖ ମିଳିବ । ବ୍ୟବସାୟ ଅଧିକ ଲାଭଜନକ ହେବ । ଚାକିରି କ୍ଷେତ୍ରରେ ପାରଙ୍ଗମ ହେବେ । ବିଭାଗୀୟ ପରୁସ୍କାର ମିଳିପାରେ ।
ବନ୍ଧୁ ସହଯୋଗ ଅବଶ୍ୟ ପାଇବେ । ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନ ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଅଧିକ ରୋଜଗାରକ୍ଷମ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆବନ୍ଧୁ ଜୁଟିପାରନ୍ତି ।
ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତ ପ୍ରିୟ ଓ ମଧରୁଭାଷୀ ହେବେ । ଅଧିକ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଗୁପ୍ତ ବିଦ୍ୟାରେ ରୁଚି ରହିବ । ସାହସୀ ହେବେ ।
ଉପଯୁକ୍ତ ନ୍ୟାୟ ପାଇବେ । ଧନପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ଜୀବନଯାପନ କରବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବା ସହ ଚଞ୍ଚଳ ପ୍ରକୃତିର ହେବେ । ପରଦେଶୀ ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ ।
ସମୟେ ସମୟେ ନିଜକୁ ଏକାକୀ ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କୁଳ ଉଦ୍ଧାରକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବ ତଥା ଯଶସ୍ୱୀ ହେବେ । ପରିବାର ପ୍ରତି ସ୍ନେହ, ଶ୍ରଦ୍ଧା ରହିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments