![]() |
ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କର୍ମଚଞ୍ଚଳ ରହିବେ । ନିରୋଳାରେ ସମୟ ବିତାଇବାକୁ ଇଚ୍ଛା କରିବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । ନୀତି ନିଷ୍ଠ ହେବେ । ସବୁ ବାଧାବିଘ୍ନକୁ ପରାଜିତ କରି ରାଜଯୋଗ ଭୋଗ ହେବ । |
![]() |
ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ସଫଳତା ନିଶ୍ଚିତ ମିଳିବ । ସାମୟିକ ଭାବେ ମୌନବ୍ରତ ଅବଲମ୍ବନ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କର୍ମଚଞ୍ଚଳ ରହିବେ । ଲୋକପ୍ରିୟ ଓ ଯଶସ୍ୱୀ ହେବେ । ଅର୍ଥାଗମ ହେବ । |
![]() |
ପ୍ରତିଯୋଗିତାରେ ବାଜିମାତ୍ କରିପାରନ୍ତି । ସମ୍ମାନିତ ହେବେ । ବଂଶ ମର୍ଯ୍ୟାଦାକୁ ଆଲୋକିତ କରିପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ଯଶସ୍ୱୀ ହୋଇପାରନ୍ତି । ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ । |
![]() |
ସତ୍ସଙ୍ଗରେ ଯୋଗଦାନ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଶତ୍ରୁ ଅଧିକ ହେବେ । ମିତ୍ରମାନେ କରଛଡ଼ା ଦେଇପାରନ୍ତି । ଅଷ୍ଟମଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବେ । |
![]() |
ବ୍ୟବସାୟ ଲାଭଜନକ ହେବ । ସମାଜ ସେବାପ୍ରତି ମନ ବଳାଇ ପାରନ୍ତି । ବେଳେବେଳେ ମନରେ ଅହଂଭାବ ଆସିପାରେ । ଶାନ୍ତି ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ଭାଗ୍ୟବାନ୍ ହେବେ । ଉତ୍ତମ ମିତ୍ର ଲାଭ ହେବ । |
![]() |
ଦୈନନ୍ଦିନ କାର୍ଯ୍ୟ ତୃପ୍ତିଦାୟକ ହେବ । ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି । ବଦ୍ଖର୍ଚ୍ଚି ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରିରେ ସୁନାମ ଅର୍ଜନ କରିବେ । |
![]() |
ମନସ୍କାମନା ପୂର୍ଣ୍ଣ ହୋଇପାରେ । ଲୋଭଗ୍ରସ୍ତ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ତନ୍ତ୍ର ବିଦ୍ୟାପ୍ରତି ରୁଚି ରହିବ । |
![]() |
କୌଣସି କାରଣରୁ ମନରେ ଶଙ୍କା ଉପୁଜି ପାରେ । ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମକାରୀ ହେବେ । ପ୍ରେମୀ ଓ ବୁଦ୍ଧିମାନ୍ ହେବେ । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଈଶ୍ୱର ବିଶ୍ୱାସୀ ହେବେ । ମଧୁରଭାଷୀ ହୋଇପାରନ୍ତି । ମେଳାପି ପ୍ରକୃତିର ହେବେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ । |
![]() |
ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମଧୁରଭାଷୀ, ସହନଶୀଳ ଓ ଶାନ୍ତି ପ୍ରିୟ ହେବେ । ବିଦ୍ୟାପ୍ରେମୀ ହୋଇପାରନ୍ତି । ମିତ୍ର ସୁଖ ମିଳିବ । ଧନାଗମ ହେବ । ବ୍ୟବସାୟରୁ ଅଧିକ ଧନଲାଭ ହୋଇପାରେ । |
![]() |
ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଆୟ ଊଣା ହେବ ନାହିଁ । ସୁମିଷ୍ଟ ଭୋଜନରେ ଆପ୍ୟାୟିତ ହେବେ । ସୈନିକମାନେ ବୀରତ୍ୱ ପ୍ରଦର୍ଶନ କରି କୀର୍ତ୍ତିମାନ୍ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭର ସୂଚନା ମିଳୁଛି । ଲୋକପ୍ରିୟ ହେବେ । |