OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 19th Aug 2020

Odia Rashiphala

Odia Rashiphala

ଅଶ୍ୱିନୀ ଓ ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ଆଶୀର୍ବାଦ ପ୍ରାପ୍ତ ହେବେ । ଯଶସ୍ୱୀ ହୋଇପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ପ୍ରୀତିଲାଭ କରିପାରନ୍ତି । ସର୍ବାଙ୍ଗୀନ ଉନ୍ନତି ଘଟିବ । କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ ।
ରୋହଣୀ ନକ୍ଷତ୍ର ଜାତ ବ୍ୟକ୍ତିର କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ସକଳ ଗୁଣର ଆଧାର ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ସୁଖୀ ହେବେ । ପ୍ରତିଯୋଗତାରେ ବିଜୟୀ ହେବେ । କୃତ୍ତିକା ଓ ମୃଗଶିରା ନକ୍ଷତ୍ରଙ୍କର ସାମାନ୍ୟ ଶୁଭ ।
ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ବିବିଧ ଧନ ଯୁକ୍ତ ହେବେ । ନୀତି ନିଷ୍ଠ ହୋଇପାରନ୍ତି । ତ୍ୟାଗଶୀଳ ହେବେ । କର୍ମଚଞ୍ଚଳ ରହିବେ । କୀର୍ତ୍ତିମାନ୍ ହୋଇପାରନ୍ତି । ସହିଷ୍ଣୁ ହେବା ଆଶା କରାଯାଏ । ମୃଗଶିରା ଓ ପୁର୍ନବସୁର ସାମାନ୍ୟ ଫଳ ।
ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ଖାଦ୍ୟପେୟରେ ତୃପ୍ତି ଲାଭ କରିବେ । ରୋଜଗାର ଆଶାନୁରୂପ ହେବ । ଶରୀର ସୁସ୍ଥ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧନବାନ୍ ହେବେ । ଗୁଣକ ହୋଇପାରନ୍ତି । ପୁର୍ନବସୁର ଓ ଅଶ୍ଳେଷାର ସାମାନ୍ୟ ଶୁଭ ।
ମଘା ଓ ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଖର୍ଚ୍ଚାନ୍ତରେ ପଡ଼ିବା ଆଶା କରାଯାଏ । ମାତ୍ର ଏହି ଖର୍ଚ୍ଚ ଦୀନ, ଦରିଦ୍ରଙ୍କ ସାହାଯ୍ୟାର୍ଥେ ହେବ । କର୍ମଚଞ୍ଚଳ ରହିବେ । ପୁତ୍ର ସୁଖ ମିଳିବ । ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ରର ସାମାନ୍ୟ ଶୁଭ ।
ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଲୋକସମ୍ପର୍କ ବୃଦ୍ଧିପାଇବ । ଆୟ ଆଶାନୁରୂପ ହେବ । ମନ ପ୍ରସନ୍ନ ରହିବ । ସମ୍ମାନିତ ହେବେ । କର୍ମଚଞ୍ଚଳ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଉତ୍ତରାଫାଲ୍‌ଗୁନୀ ଓ ଚିତ୍ରା ସତର୍କ ହେବେ ।
ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରେ ଲାଭବାନ ହେବେ । ଉଦ୍ୟୋଗୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ । ଦୟାଳୁ ସ୍ୱଭାବର ହେବେ । ଚିତ୍ରା ଓ ବିଶାଖାର ସାମାନ୍ୟ ଶୁଭ ।
ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ବିଶାଖା ଓ ଜ୍ୟେଷ୍ଠାର ସାମାନ୍ୟ ଶୁଭ ।
ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି କର୍ମକ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପରୋପକାରୀ ହେବେ । ଧର୍ମକାର୍ଯ୍ୟ କରି ଆତ୍ମତୃପ୍ତି ଲାଭ କରିବେ । ପ୍ରୀତି ଲାଭ କରିପାରନ୍ତି । ଉତ୍ତରାଷାଢ଼ା ଜାତ ବ୍ୟକ୍ତିଙ୍କୁ ସତର୍କତାର ସହ ଚଳିବାକୁ ପଡ଼ିବ ।
ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ । ବନ୍ଧୁମିଳନ ଦ୍ୱାରା ବିଶେଷ ଉପକୃତ ହେବେ । ପତ୍ନୀଙ୍କ ପ୍ରେରଣା ଲାଭଦାୟକ ହେବ । ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ହଇରାଣ ହୋଇପାରନ୍ତି ।
ଶତଭିଷା ନକ୍ଷତ୍ର ଜାତ ବ୍ୟକ୍ତି ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ ଓ ସେଥିରେ ସଫଳତା ଲାଭ କରିବେ । କର୍ମକୁଶଳତା ସମସ୍ତଙ୍କ ପାଇଁ ଅନୁକରଣୀୟ ହେବ । ଶତ୍ରୁଙ୍କ ମୁହଁ ବନ୍ଦ କରିବେ । ଧନିଷ୍ଠା ଓ ପୂର୍ବଭଦ୍ରାର ସାମାନ୍ୟ ଫଳ ।
ଉତ୍ତରଭାଦ୍ରପଦ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ମିଷ୍ଠାନ୍ନ ଭୋଜନ ମିଳିବ । ହର୍ଷଉଲ୍ଲାସରେ ସମୟ ଅତିବାହିତ କରିବେ । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ବ୍ୟକ୍ତିତ୍ୱ ବିକଶିତ ହେବ । ମନ ପ୍ରସନ୍ନ ରହିବ । ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭଫଳ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments