OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 18th Sep 2019

Odia Rashiphala

Odia Rashiphala

ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ପାଇଁ ମନ ବଳାଇ ପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବେ । ଆୟ ପରିମାଣ ବୃଦ୍ଧି ପାଇବ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନ ମିଳିବ । ବଳବାନ୍ ହେବେ ।
ପରିବେଶ ଆପଣଙ୍କ ପାଇଁ ଅନୁକୂଳ ରହିବ । କାର୍ଯ୍ୟ ବିଳମ୍ବିତ ହୋଇପାରେ । ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ମଧୁର କଥାରେ ଲୋକଙ୍କର ପ୍ରିୟପାତ୍ର ହୋଇପାରନ୍ତି ।
ପରିଶ୍ରମର ମୂଲ୍ୟ ମିଳିବ । ଆୟ ଆଶାନୁରୂପ ହେବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ଲାଭ ଯୋଗ ଅଛି । କୀର୍ତ୍ତିମାନ୍ ହେବେ । ଭୋଗବିଳାସ କରିପାରନ୍ତି । ଗୁଣବାନ୍ ହେବେ । ମନ ପ୍ରସନ୍ନ ରହିବ । କାର୍ଯ୍ୟରେ ସଫଳତା ଲାଭ କରିବେ ।
ସବୁ ବାଧା-ବିଘ୍ନକୁ ଏଡାଇ କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ମନରେ ପ୍ରସନ୍ନତା ଆସିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ସରକାରଙ୍କ ତରଫରୁ ଅର୍ଥ ପ୍ରାପ୍ତ ହେବେ ।
ସହଜ ସୁଲଭ ଭାବେ ଅର୍ଥ ପ୍ରାପ୍ତ ହେବେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । ଧର୍ମ-କର୍ମ ସଂପାଦନ କରିପାରନ୍ତି । ଇଚ୍ଛା ପୂରଣ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଭୋଗ-ବିଳାସରେ ସମୟ ବିତାଇ ପାରନ୍ତି ।
ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସମସ୍ୟା ଉପୁଜି ପାରେ । ଚିନ୍ତିତ ହୋଇପାରନ୍ତି । ଚିତ୍ତରେ ଉପୁଜି ଥିବା ଅସ୍ଥିରତାର ଅବସାନ ଘଟିବ । ଭାଗବ୍ୟସାୟ ଲାଭଜନକ ହେବ ।
ନିଜ କାର୍ଯ୍ୟକୁ ପଛରେ ପକାଇ ଅନ୍ୟ ପାଇଁ କାର୍ଯ୍ୟ କରିପାରନ୍ତି । ବନ୍ଧୁ ମିଳନ ଆପଣଙ୍କ ପାଇଁ ଉପାଦେୟ ହେବ । ଚାଲୁ ରହିଥିବା କାର୍ଯ୍ୟଟି ଆପଣଙ୍କ ପାଇଁ ଉତ୍ସାହ ବୋଧ ହେବ । ଦେବ ଦର୍ଶନ କରି ଶାନ୍ତି ପାଇବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।
ଯାତ୍ରାକାଳୀନ ସଫଳତା ମିଳିବ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ପାରିବାରିକ ସୁଖ-ସମୃଦ୍ଧି ଆଶା କରାଯାଏ । ସମ୍ମାନିତ ହେବେ । ବିଜ୍ଞ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଶାସ୍ତ୍ରାନୁରକ୍ତ ହେବେ । ଶତ୍ରୁ ବିନାଶ କରିବେ । ଦେବ-ଦ୍ୱିଜ ଭକ୍ତ ହେବେ ।
ବିଚାର-ବିମର୍ଶ ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବ ହୋଇପାରେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂତ୍ରରୁ ମିଳୁଛି । ଦେବ-ବ୍ରାହ୍ମଣଙ୍କ କୃପା ଲାଭ କରିବେ । ଦୃଢ଼ମନା ହେବେ ।
କଳହଠାରୁ ଦୂରେଇ ରହିବେ । ଧର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । କୃଷି କ୍ଷେତକୁ ତ୍ୱରାନ୍ୱିତ କରିପାରନ୍ତି । ଯାନବାହନ ସୁଖ ମିଳିପାରେ । ଧନାଗମ ହେବ । ସାମର୍ଥ୍ୟର ପରିପ୍ରକାଶ ଘଟିବ ।
ବନ୍ଧୁଙ୍କ ସାନ୍ନିଧ୍ୟ ପାଇବା ପାଇଁ ନିକଟତର ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଲକ୍ଷ୍ମୀ ବରଦାୟିକା ଅଛନ୍ତି । ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ । ପାରିବାରିକ ସୁଖ-ସମୃଦ୍ଧି ଆଶା କରାଯାଏ । ଗୁପ୍ତ ବିଦ୍ୟାରେ ପରିପ୍ରକାଶ ଘଟାଇବେ ।
କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବେ । ଲୋଭଗ୍ରସ୍ତ ହୋଇପାରନ୍ତି । ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ । ତ୍ୟାଗ-ପୂତ ମନୋବୃତ୍ତିର ହୋଇପାରନ୍ତି । ଚଞ୍ଚଳମନା ହେବେ । ଅତି ସୁଖୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments