![]() |
ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁ ଜୁଟି ପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । |
ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଧର୍ମକାର୍ଯ୍ୟରେ ଅଧିକ ବ୍ୟୟ କରିବାକୁ ପଶ୍ଚାତ୍ପଦ ହେବେ ନାହିଁ । ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି । ଯାତ୍ରା ପାଇଁ ସମୟ ଅନୁକୂଳ ରହିଛି । ସୁଭାଷୀ ହୋଇପାରନ୍ତି । | |
ସଫଳତା ଲାଭ କରିବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି । ସରକାରୀ କୃପା ଲାଭ କରିପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜିତ କରି ସନ୍ତୁଷ୍ଟ ହେବେ । | |
ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ । ସୁସମ୍ୱାଦ ପାଇଁ ଉତ୍ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ । | |
ସୁଖ-ସମ୍ମାନ ଲାଭ କରିପାରନ୍ତି । ନ୍ୟସ୍ତ ହୋଇଥିବା କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଦାମ୍ପତ୍ୟ ସୁଖ ମିଳିବ । | |
ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ । ଶତ୍ରୁ ଯେତେ ବଳବାନ୍ ହେଲେ ବି କିଛି ଅନିଷ୍ଟ କରି ପାରିବ ନାହିଁ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନରେ ସତର୍କ ରହିବେ । | |
ଶୁଭଙ୍କର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବନ୍ଧୁ ସହାୟତା ପାଇ ଖୁସି ହେବେ । ପାରିବାରିକ କ୍ଷେତ୍ର ଆନନ୍ଦମୟ ହେବ । ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । | |
ଯୋଗାଯୋଗରେ ସଫଳତା ମିଳିବ । ମନରେ ଅହଂଭାବ ଉଦ୍ରେକ ହୋଇପାରେ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଖୁସି ହେବେ । ଶୁଭକାର୍ଯ୍ୟ ସମୟ ଅନୁକୂଳ ରହିଛି । ଋଣପରିଶୋଧ କରିପାରନ୍ତି । | |
କାର୍ଯ୍ୟରେ ସଫଳତା ପାଇଁ ମନରେ ଅହଂଭାବ ପୋଷଣ କରିପାରନ୍ତି । ଅଧ୍ୟୟନରତ ହେବେ । ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ୱାଦ ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । | |
ଯାତ୍ରା ଶୁଭଦାୟକ ହେବ । ଶତ୍ରୁ ଉପରେ କଡ଼ା ନଜର ରଖିବାକୁ ପଡ଼ିବ । ଶ୍ରମ ସାର୍ଥକ ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ସୁନାମରେ ଯେପରି ଆଞ୍ଚ ନ ଆସେ ସେଥିପ୍ରତି ସତର୍କ ରହିବେ । ଶୁଭକାର୍ଯ୍ୟ ବର୍ଜନୀୟ । ଅର୍ଥ ଟାଣ-ଟୁଣ ରହିବ । | |
ହଜିଥିବା ଦ୍ରବ୍ୟର ସନ୍ଧାନ ପାଇପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବଦର୍ଶନରେ ଶାନ୍ତି ଲାଭ କରିବେ । ସରକାରୀ ସ୍ତରରୁ ଲାଭବାନ୍ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । | |
ସେବା କ୍ଷେତ୍ରରେ ଜନକଲ୍ୟାଣ ମିଳିପାରେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ସାଙ୍ଗଠନିକ କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି । ଭାଗ୍ୟର ପରିବର୍ତ୍ତନ ଘଟିପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । |
Odia Calendar 2019
Comments
comments