![]() |
ସ୍ୱାଧୀନ ଚିନ୍ତାଧାରାରେ କାର୍ଯ୍ୟ କରିପାରନ୍ତି । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ରହିବେ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ମହତ ହେବ । |
ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହେବେ । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ବନ୍ଧୁ ବିରୋଧରେ ସମ୍ମୁଖୀନ ହୋଇପାରନ୍ତି । ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି । | |
ଆୟ ଆଶାନୁରୂପ ହେବ । ଶୁଭ ଖବର ଶୁଣି ଆନନ୍ଦ ଅନୁଭବ କରିବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । | |
କର୍ତ୍ତବ୍ୟ ପରାୟଣ ହେବେ । ଶୁଭ ଖବର ପାଇ ଭାବ ବିହ୍ୱଳ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । | |
ସତ୍ସଙ୍ଗୀ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି । ଧାର୍ମିକ ପ୍ରବର ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ପ୍ରବଚନରେ ଯୋଗ ଦେବେ । | |
ଅର୍ଥ ଟାଣଟୁଣ ରହିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ଶତ୍ରୁ ଦମନ କରିପାରନ୍ତି । ତେଜୀୟାନ୍ ହେବେ । ବାହୁରେ ପୀଡ଼ା ଉପୁଜିପାରେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ । | |
ସୁଖ ସମ୍ଭୋଗ କରିପାରନ୍ତି । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଆନନ୍ଦ ଉପଭୋଗ କରିପାରନ୍ତି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । | |
ଦୃଢ଼ ମନୋବଳକୁ ପାଥେୟ କରି କାର୍ଯ୍ୟ କରିବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ପାରିବାରିକ ଜୀବନ ଆନନ୍ଦମୟ ହେବ । କର୍ମସଂସ୍ଥାନ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । | |
କାର୍ଯ୍ୟ କରିବାକୁ ହେଲେ ପରାମର୍ଶ ଏକାନ୍ତ ବାଞ୍ଚନୀୟ । ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୂ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ବାଦ ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କାର୍ଯ୍ୟ ଉନ୍ନତମାନର ହେବ । | |
ପରିଶ୍ରମର ମୂଲ୍ୟ ମିଳିବ । ଅବଶ୍ୟ କେତେକ କ୍ଷେତ୍ରରେ ସାମୟିକ ଭାବେ ଭୁଲ ବୁଝାମଣା ଘଟିପାରେ । ଯାନବାହନ ସୁଖ ମିଳିପାରେ । କୃଷିରୁ ଲାଭ ମିଳିବ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭ କାର୍ଯ୍ୟ ପାଇଁ ଅପେକ୍ଷାରତ ହେବେ । | |
ସକଳ ଗୁଣର ଆଧାର ହୋଇପାରନ୍ତି । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଠାକୁରଙ୍କ ଦର୍ଶନ ଲାଭ କରିପାରନ୍ତି । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । | |
କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ଅପେକ୍ଷା କରିବାକୁ ପଡ଼ିବ । ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତିନିଷ୍ଠ ହେବେ । ସାମୟିକ ଭାବେ ମନରେ ଅଶାନ୍ତି ଉପୁଜି ପାରେ । ବିବିଧ ଧନଯୁକ୍ତ ହୋଇପାରନ୍ତି । କୀର୍ତ୍ତିମାନ୍ ହେବେ । |
Odia Calendar 2021
Comments
comments