ସରଳ ଓ ନିରାଡ଼ମ୍ବର ଜୀବନ-ଯାପନ କରିବେ । ଦାନାଦି କର୍ମରେ ଦୀକ୍ଷିତ ହୋଇ ଜୀବନକୁ ମଧୁମୟ କରିପାରନ୍ତି । ଶ୍ରମ ସାର୍ଥକ ହେବ । ଗୃହ ପରିବେଶ ଉତ୍ତମ ମାନର ହେବ । | |
ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ । ସକଳ ଗୁଣର ଆଧାର ହୋଇପାରନ୍ତି । ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହେବେ । ଆତ୍ମବିଶ୍ୱାସୀ ହେବେ । | |
ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଲେଖନୀ ମୁନରେ ଦିଗ୍ଦର୍ଶନ ଦେବେ । ଧୀ ଶକ୍ତିସମ୍ପନ୍ନ ହୋଇପାରନ୍ତି । ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ । ଧନପ୍ରାପ୍ତ ହେବେ । | |
ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ । ବିନା ଶ୍ରମରେ ଅର୍ଥାଗମ ହେବ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । | |
ଆତ୍ମଜ୍ଞାନ ପ୍ରାପ୍ତିର ଲଷ୍ୟରେ ଏକାନ୍ତ ସାଧନାରେ ବ୍ରତୀ ହୋଇପାରନ୍ତି । ଭାଷା, ବ୍ୟବହାରରେ ଶାଳୀନତା ଆପଣଙ୍କୁ ମର୍ଯ୍ୟାଦାସମ୍ପନ୍ନ କରିପାରେ । ଧର୍ମୀୟ କାର୍ଯ୍ୟରେ ଅକୁଣ୍ଠ ବ୍ୟୟ କରିପାରନ୍ତି । | |
ଜୀବନର ସମ୍ମୋହନ ଜଗଦୀଶଙ୍କ ଶରଣାଗତ ହେବେ । ଜ୍ୟୋତିର୍ମୟ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ଈପ୍ସିତ ଦ୍ରବ୍ୟ ସରକାରୀ ସ୍ତରରୁ ପ୍ରାପ୍ତ ହୋଇପାରନ୍ତି । ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ । | |
ଦୟାଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଶୀଳଧନରେ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରନ୍ତି । ପରିବାରର ମାନ-ସମ୍ମାନ ରକ୍ଷାକରିବାରେ ସକ୍ଷମ ହେବେ । ରାଜଧନ ପ୍ରାପ୍ତ ହେବେ । | |
ସୁବିମଳ ଯଶର ଅଧିକାରୀ ହେବେ । ନିର୍ଭରଶୀଳ ନ ହୋଇ କର୍ମତତ୍ପର ହେବେ । ଗୁଣର ପ୍ରସାର ଘଟାଇ ଅନ୍ୟକୁ ଆକର୍ଷିତ କରିପାରନ୍ତି । ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ । କାର୍ଯ୍ୟ ସଅଳ-ସୁଗମ ହେବ । | |
ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ । ଧୈର୍ଯ୍ୟର ସହିତ ଅନଟନର ମୁକାବିଲା କରି କୃତକାର୍ଯ୍ୟ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ବି, କର୍ମତତ୍ପର ରହିବେ । | |
ଆଚରଣ ଶୁଦ୍ଧିକରି ପ୍ରବଚନକୁ ସାର୍ବଜନୀନ କରିବାରେ ପାରଙ୍ଗମ ହେବେ । ସେବା ମନୋଭାବ ଯୋଗୁଁ ମହନୀୟ ପଦପଦବୀ ପ୍ରାପ୍ତ ହେବେ । ଅହଂଭାବ ପରିତ୍ୟାଗ ନ କଲେ ନିନ୍ଦାଭାବରୁ ମୁକ୍ତି ମିଳିନପାରେ । | |
ଦୟାଳୁ, ଗୁଣାତୀତ ଓ ସମ୍ୟକ ତତ୍ତ୍ୱଦର୍ଶୀ ହୋଇପାରନ୍ତି । ପୁଣ୍ୟବାନ୍ ଓ ସୁବିମଳ ଯଶର ଅଧିକାରୀ ହେବେ । ଆଚାର ଓ ବ୍ୟବହାରରେ ସଙ୍କୁଚିତ ହୋଇ ଶତ୍ରୁ ଆପଣାଛାଏଁ ଅପସରି ଯିବ । | |
ନିଜ ଅନୁଭୂତିରୁ ଉତ୍ପନ୍ନ ଲେଖା ପାଠକମାନଙ୍କ ପାଇଁ ଉପାଦେୟ ହେବ । ହଠାତ୍ ଧନଲକ୍ଷ୍ମୀ ପ୍ରସନ୍ନ ହୋଇପାରନ୍ତି । ଜ୍ୟୋତିର୍ମୟ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ପୁଣ୍ୟପ୍ରଭା ପତ୍ନୀଙ୍କ ପ୍ରେରଣା ଆପଣଙ୍କୁ ସନ୍ମାର୍ଗୀ କରିପାରେ । |