OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 15th January 2020

Odia Rashiphala

Odia Rashiphala

ସ୍ୱ କାର୍ଯ୍ୟ ପାଇଁ ମନରେ ଗର୍ବଭାବ ବହନ କରିପାରନ୍ତି । ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କତାର ସହ ଚଳିବାକୁ ପଡ଼ିବ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ବିଖ୍ୟାତ କାର୍ଯ୍ୟ କରି ଜନପ୍ରିୟ ହେବେ । ସନ୍‌ମାର୍ଗୀ ହେବେ ।
ନିରବ ଚିନ୍ତକ ହୋଇପାରନ୍ତି । ଘାତଚନ୍ଦ୍ର ହେତୁ ସାବଧାନତାର ସହ ଚଳିବାକୁ ପଡ଼ିବ । କୃଷି କର୍ମରୁ ଭଲ ଆୟ ହେବ । ଯାନବାହାନ ସୁଖ ମିଳିପାରେ । ରାଜପ୍ରାସାଦ ହେତୁକ ଗୃହରେ ଜୀବନ ବିତାଇପାରନ୍ତି । ଧନ-ଧାନ୍ୟ ଲାଭ ହେବ । ଜ୍ଞାନ-ଗରିମାରେ ପରିଚାୟକ ହେବେ ।
ଶତ୍ରୁ ବୃଦ୍ଧି ଘଟିପାରେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟାଇପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ । ବହୁଭାଷୀ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁଖୀ ହେବେ ।
କାର୍ଯ୍ୟ ହାସଲ ପାଇଁ ଅପେକ୍ଷାରତ ହେବେ । ଘାତଚନ୍ଦ୍ର ହେତୁ ସତର୍କ ରହିବେ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । ହୃଷ୍ଟଚିତ୍ତ, ଅତିସୁଖୀ, କୀର୍ତ୍ତିଶାଳୀ ଓ ସହିଷ୍ଣୁ ହେବେ । ପ୍ରସନ୍ନ ମୂର୍ତ୍ତି ଓ ଶ୍ରେଷ୍ଠ ସମ୍ମାନଯୁକ୍ତ ହେବେ ।
ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ଆରମ୍ଭ କରିପାରନ୍ତି । ପ୍ରଭୂତ ବିଦ୍ୟାର ଅଧିକାରୀ ହୋଇପାରନ୍ତି । ବିଶାଳ ଯଶ ଅର୍ଜନ କରିବାର ସୂଚନା ମିଳୁଛି । ନିର୍ଭୟରେ କାର୍ଯ୍ୟ ସଂପାଦନ କରିପାରନ୍ତି । ସାମାଜିକ ସ୍ତରରେ ସ୍ୱୀକୃତିପ୍ରାପ୍ତ ହେବେ । ଆଶାନୁରୂପ ଅର୍ଥ ପାଇ ପାରନ୍ତି ।
ଉଚ୍ଚ ଆଶାଫଳବତୀ ହେବ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଯଶସ୍ୱୀ ହୋଇପାରନ୍ତି । ଅସୁସ୍ଥତାରୁ ଆରୋଗ୍ୟ ହେବେ । ଧର୍ମକାର୍ଯ୍ୟ ସମ୍ପାଦନରେ ବ୍ୟୟ ବୃଦ୍ଧି ଘଟିବାର ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରୀତି ଲାଭ କରିବେ । କୃଷିକ୍ଷେତ ଲାଭଦାୟକ ହେବ ।
ଆୟ ଯୋଗ ଅଛି । କାର୍ଯ୍ୟରେ ସଫଳତା ମିଳିବ । ଉନ୍ନତି ମାର୍ଗରେ ଆଗୁସାର ହୋଇପାରନ୍ତି । ସରକାରଙ୍କ କୃପା ପାତ୍ର ହେବେ । ଦାତା, ଉପଭୋକ୍ତା, ଗୁଣବାନ୍, ଧନ୍ୟ ଓ ମାନୀ ହୋଇପାରନ୍ତି । ନାନାବିଧ ସମ୍ମାନର ଅଧିକାରୀ ହେବେ । ପ୍ରସନ୍ନତା ଲାଭ କରିବେ ।
ସ୍ୱଳ୍ପ ଆୟ ହେବ । କାର୍ଯ୍ୟରେ ସଫଳତା ମିଳିବ । ଦେହ ଓ ମନ ସୁସ୍ଥ ରହିବ । ମିଷ୍ଟାନ୍ନ ଭୋଜନ ତୃପ୍ତିକର ହେବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ବହୁ ସୁଖର ଅଧିକାରୀ ହେବେ । ଶ୍ରମର ମୂଲ୍ୟାଙ୍କନ ହେବ । ବ୍ୟବସାୟ ଲାଭଜନକ ହେବ । ସରକାରୀ କୃପା ମିଳିବ ।
ଶ୍ରମ ବହୁଳର ସାମ୍ନା କରିପାରନ୍ତି । ବିଭିନ୍ନ ଦିଗରୁ ସହାୟତାର ହାତ ଲମ୍ବି ଆସିବ । ବ୍ୟବସାୟରୁ ଅଧିକ ଲାଭ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ସର୍ବାଙ୍ଗୀନ ଉନ୍ନତି ହେବ ।
ପରୋପକାରୀ ହେବେ । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସାବଧାନତାର ସହ ଚଳିବାକୁ ପଡ଼ିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଜଳଯାତ୍ରା, ଉଚ୍ଚସ୍ଥାନ ଆରୋହଣ ଓ ଯାନବାହାନ ଚାଳନା ନିଷେଧ ।
ନୀତିନିଷ୍ଠ ହେବେ । ବନ୍ଧୁଙ୍କର ମୌଖିକ ସହାୟତା ମିଳିବ । ବ୍ୟବସାୟ ଲାଭଜନକ ହେବ । ସେବା ଭାବରେ ଉଦ୍‌ବୁଦ୍ଧ ହୋଇପାରନ୍ତି । ଧୈର୍ଯ୍ୟଧରି କାର୍ଯ୍ୟ କଲେ ସଫଳକାମ ହେବେ । ଜନୈକା ମହିଳାଙ୍କ ସମର୍ଥନ ପାଇ ମାର୍ଗ ଦର୍ଶନ କରିପାରନ୍ତି । ସୁଖୀ ହେବେ ।
ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ । ସର୍ବଜନାନୁରକ୍ତ ହୋଇପାରନ୍ତି । ବିଦ୍ୟାରୂପକ ମହାଧନ ପ୍ରାପ୍ତ ହେବେ । ରାଜନୀତି ବିଚକ୍ଷଣ ହୋଇପାରନ୍ତି । ଶ୍ରେଷ୍ଠମାନ୍ୟତା ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments