OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 14th August 2019

Odia Rashiphala

Odia Rashiphala

ଶ୍ରମ ସାର୍ଥକ ହୋଇପାରେ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । ସରକାରଙ୍କ ତରଫରୁ ଅର୍ଥ ମିଳିବ । ଉତ୍ତମ ଗୃହରେ ବାସ କରିବେ । କୀର୍ତ୍ତି, ମତ୍ତି, ସ୍ୱତ୍ତ୍ୱ, ସନ୍ତୋଷ ବହୁବିଧ ଧନ ପ୍ରାପ୍ତ ହେବେ । ଉତ୍ତମ ଗୁଣର ହେବେ ।
କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେଇ ପାରନ୍ତି । ଆଳସ୍ୟ ପରାୟଣ ହେବେ । ଅଭୀଷ୍ଟ ସିଦ୍ଧି ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନିତ ହୋଇପାରନ୍ତି । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ସ୍ତ୍ରୀ ଧନରେ ସୁଖୀ ହେବେ ।
ମାନସିକ ସ୍ଥିତିରେ ଭାରସାମ୍ୟ ରକ୍ଷା କରିବାକୁ ପଡ଼ିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେତୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ । ଭାଗ ବ୍ୟବସାୟ ଲାଭଜନକ ହେବ ।
ନୂତନ ନିଯୁକ୍ତି ପାଇ ବ୍ୟସ୍ତତାରୁ ବଞ୍ଚିତ ହୋଇପାରନ୍ତି । ବନ୍ଧୁ ମିଳନ ଦ୍ୱାରା ଉପକୃତ ହେବେ । ଉତ୍ତମ ମିତ୍ର ଲାଭ ହୋଇପାରେ । ପୁତ୍ର ଲାଭର ସୂଚନା ମିଳୁଛି । ମନ୍ତ୍ର-ଶାସ୍ତ୍ର, ଆୟତ୍ତ କରି ସୁନାମଧନ୍ୟ ହେବେ । ଧନ ସହିତ ଯାନବାହନ ଓ ବାକ୍‌ପଟୁ ହେବେ ।
ପରିସ୍ଥିତି ପ୍ରତି ଉଦାସ ମନୋଭାବର ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ବିଜ୍ଞ ବ୍ୟକ୍ତି ଭାବେ ସର୍ବ ବିଦିତ ହୋଇପାରନ୍ତି । ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ । ଶତ୍ରୁକୁ ପରାଜୟ କରିବାକୁ ସକ୍ଷମ ହେବେ । ଜନତାଙ୍କ ପ୍ରିୟଭାଜନ ହେବେ ।
କର୍ମକ୍ଷେତ୍ରକୁ ଶାନ୍ତି-ଶୃଙ୍ଖଳାର ସହ ଉପଭୋଗ କରିବାକୁ ଚେଷ୍ଟିତ ହେବେ । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଶତ୍ରୁମାନେ ଆପଣାଛାଏଁ ଅପସରି ଯିବେ । ବିବିଧ ସୂତ୍ରରୁ ଆୟ ବୃଦ୍ଧିର ସୂଚନା ମିଳୁଛି । ଉତ୍ତମ ଭୋଜନ ମିଳିବ । ଦୀର୍ଘ ଦିନର ଆଶା ପୂରଣ ହେବ ।
ଚିନ୍ତା ବଢ଼ିବାକୁ ଲାଗିବ । ସତର୍କ ନ ରହିଲେ ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ୱିତ ହେବ । ଚିନ୍ତାଧାରା ବିକ୍ଷିପ୍ତ ହେବ । କୃଷିକ୍ଷେତକୁ ତ୍ୱରାନ୍ୱିତ କରିବେ । ଯାନବାହନ ସୁଖ ମିଳିବ । ଗୃହସଖ ମିଳିବ ।
ସେବା ମନୋଭାବ ଗ୍ରହଣ କରିପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ପ୍ରଶଂସା ମିଳିବ । ଆୟବୃଦ୍ଧିର ସୂଚନା ମିଳୁଛି । କାର୍ଯ୍ୟକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଦ୍ରବ୍ୟ ଲାଭ ହୋଇପାରେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ ।
ସମ୍ପତ୍ତି ପାଇଁ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ । ଆଶାବାଦୀ ହେବେ । ଆଶାପୂରଣ ହେବ । ବିଭିନ୍ନ ସ୍ତରରୁ ଧନାଗମ ହେବ । ଲୋଭର ବଶବର୍ତ୍ତୀ ହେବେ ନାହିଁ । ନୀତିରୁ ବିଚ୍ୟୁତ ହେବେ ନାହିଁ । ବିଜ୍ଞ ହେବେ । କୀର୍ତ୍ତିମାନ୍ ହେବେ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଆୟ ପରିମାଣ ବୃଦ୍ଧି ପାଇବ । ସରକାର କିମ୍ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବେ ।
ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପଥରୋଧ କରିବାକୁ କେହି ଉଦ୍ୟମ ଚଳାଇପାରନ୍ତି । ଦିନଟି ସମସ୍ୟା ବହୁଳ ହୋଇପାରେ । କଳ୍ପନା ବିଳାସୀ ହୋଇପାରନ୍ତି । ସୌନ୍ଦର୍ଯ୍ୟ ଉପଭୋଗ କରିବେ । ବ୍ୟୟ ବୃଦ୍ଧି ଯୋଗୁଁ ଦିନଟି ବ୍ୟସ୍ତଭରା ହୋଇପାରେ ।
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । ବୁଦ୍ଧିଚାଳନା କରି କାର୍ଯ୍ୟ ହାସଲ କରିବେ । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । କୀର୍ତ୍ତି ସ୍ଥାପନ କରିପାରନ୍ତି । ମନ ପ୍ରସନ୍ନ ରହିବ । ଭୋଗ-ବିଳାସ କରିପାରନ୍ତି । ଗୁଣବାନ୍ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments