![]() |
କର୍ମକ୍ଷେତ୍ରରେ ସିଦ୍ଧିପ୍ରାପ୍ତ ହେବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । |
ସୁଯୋଗକୁ ହାତଛଡ଼ା କଲେ ଦୁର୍ଯୋଗର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରି ତାର ସଦ୍ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବେ । ଧର୍ମମାର୍ଗରେ ମନୋନିବେଶ କରିବେ । | |
ପରିଶ୍ରମର ମୂଲ୍ୟ ମିଳିବ । ନୃତ୍ୟ-ସଙ୍ଗୀତପ୍ରିୟ ହୋଇପାରନ୍ତି । ଯଶସ୍ୱୀ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଖର୍ଚ୍ଚାନ୍ତ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ । | |
ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । ବନ୍ଧୁ ସହାୟତା ପାଇ ଖୁସି ହେବେ । ପତ୍ନୀ ପଥ ପ୍ରଦର୍ଶକ ହେବେ । | |
ମନରେ ଅହଂଭାବ ଉଦ୍ରେକ ହୋଇପାରେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିପାରନ୍ତି । | |
ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସୁସମ୍ବାଦ ପାଇ ଖୁସି ହେବେ । ଦାମ୍ପତ୍ୟ ସୁଖ ମିଳିବ । | |
ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ଶ୍ରମ ସାର୍ଥକ ହେବ । ଶତ୍ରୁନାଶ କରିବାରେ ସିଦ୍ଧହସ୍ତ ହେବେ । ମନରେ ଉଦ୍ବେଗ ଜାତ ହୋଇପାରେ । ସାରାଦିନ ବିଭିନ୍ନ ସମସ୍ୟା ଉପୁଜି ପାରେ । | |
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସକାରାତ୍ମକ ମନୋଭାବ ରହିବ । ଭଗବତ୍ ଚିନ୍ତାରେ ନିମଗ୍ନ ହୋଇପାରନ୍ତି । ଦେବଦର୍ଶନର ସୌଭାଗ୍ୟ ଉଦୟ ହୋଇଛି । ଅଶାନ୍ତିର ଅବସାନ ଘଟିବ । | |
କଲ୍ୟାଣକାରୀ ଯୋଜନା ପ୍ରସ୍ତୁତରେ ପାରଙ୍ଗମ ହେବେ । ଧନାଗମର ସୂଚନା ମିଳୁଛି । ତ୍ୟାଗପୁତ ମନୋଭାବର ହେବେ । ନୀତିଜ୍ଞ ହୋଇପାରନ୍ତି । ସ୍ୱାସ୍ଥ୍ୟହାନିର ଆଶଙ୍କା ଅଛି । ଆକସ୍ମିକ ସମସ୍ୟା ଦେଖାଦେଇପାରେ । | |
ଭଲ ଆୟ ହେବାର ସୂଚନା ମିଳୁଛି । ସରକାରୀ ବା ବନ୍ଧୁସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ନୂଆବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । | |
ମନରେ ଉଦ୍ରେକ ହୋଇଥିବା ଉଦ୍ବେଗକୁ ଚାପି ରଖି କାର୍ଯ୍ୟରେ ଆଗୁସାର ହୋଇପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ । ସରଳ ଓ ମଧୁରଭାଷାରେ ପରକୁ ଆପଣାର କରିପାରନ୍ତି । ଅତି ଯଥା ବିତର୍କରେ ଭାଗ ନିଅନ୍ତୁ ନାହିଁ । | |
କାର୍ଯ୍ୟକୁ କରାୟତ୍ତ କରିବାରେ ସକ୍ଷମ ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ଶୁଭ ଖବର ମିଳିପାରେ । ଲାଭବାନ୍ ହୋଇପାରନ୍ତି । ଧାର୍ମିକ ମନୋଭାବର ହେବେ । |
Odia Calendar 2019
Comments
comments