OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 13th March 2019

Odia Rashiphala

Odia Rashiphala

ଆନନ୍ଦ ଉଲ୍ଲାସ ଲାଗି ରହିବ । ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତି ସମ୍ପନ୍ନ ହୋଇପାରନ୍ତି । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତି ପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ ।
ପୈତୃକ ସମ୍ପତ୍ତି ପାଇଁ ବ୍ୟସ୍ତ ହୋଇପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ମାଲିମୋକଦ୍ଦମାରେ ଜିତି ଧନଲାଭ କରିପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ ।
ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଥଣ୍ଡା କଫଜନିତ ପୀଡ଼ା ଅନୁଭବ କରିବେ । ଚଞ୍ଚଳ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ବିପଦ ଆସିଲେ ବି ନୀତିଭ୍ରଷ୍ଟ ହେବେ ନାହିଁ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ସାହସୀ ଓ ଜ୍ଞାନୀ ହେବେ ।
ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ବହୁବିଦ୍ୟାରେ ପାରଙ୍ଗମ ହେବେ ।
ଅଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ । କୂଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି । ମନରେ ପ୍ରସନ୍ନ ଭାବ ଦେଖାଦେବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବେ । ଯଶସ୍ୱୀ ହେବେ ।
କାର୍ଯ୍ୟ ସମସ୍ୟା ବହୁଳ ହୋଇପାରେ । ଦେବ ସେବାକୁ ଶ୍ରେୟ ମଣି ପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ ଓ ବିଦ୍ୱାନ୍ ହେବେ ।
ବିବାଦରେ ଜଡ଼ିତ ହୋଇପାରନ୍ତି । ଈର୍ଷା ପରାୟଣ ହେବେ । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳରେ ସତର୍କ ହେବେ ।
କର୍ମଧାରାରେ ଢ଼େର ଉନ୍ନତି ଘଟିବ । ଘାତଚନ୍ଦ୍ର ଭୋଗ ହେତୁ ଖୁବ୍ ସତର୍କରେ ଚଳିବାକୁ ପଡ଼ିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ଶାନ୍ତ ଓ ଧର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶରେ ଚଳିବେ ।
ଆୟରେ ଅବନତି ଦେଖାଦେଇ ପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରିକ୍ଷେତ୍ରରେ ସୁନାମ ଅର୍ଜନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ ।
ଶତ୍ରୁଙ୍କ ସହିତ ମୁକାବିଲା ମନୋଭାବ ଗ୍ରହଣ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ । ଲଟେରି ଜିଣି ଅଧିକ ଅର୍ଥ ପାଇ ପାରନ୍ତି ।
ଉପୁଜି ଥିବା ଅସୁବିଧାରୁ ଉଧୁରି ଯିବେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ସୁଖ ମିଳିବ । ଆଦର୍ଶବାଦୀ ବ୍ୟକ୍ତି ଭାବେ ନିଜ ପରିଚୟ ସୃଷ୍ଟି କରିବେ ।ସୁସ୍ଥ ଓ ନିରାମୟ ରହିବେ । ଜଳପ୍ରତି ଆଦର ପ୍ରେମୀ ଓ ଜ୍ଞାନୀ ହେବେ ।
ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତି ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି । ମେଳାପୀ ପ୍ରକୃତିର ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments