![]() |
ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ବିଜୟୀ ସ୍ୱଭାବର ହେବେ । ଜଣେ ମହାନ୍ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ସତ୍ୟ ନିଷ୍ଠ ହେବେ । ପ୍ରବଳ ପ୍ରତାପୀ ହୋଇପାରନ୍ତି । ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିର ସାମାନ୍ୟ ଶୁଭଫଳ । |
![]() |
ରୋହିଣୀ ଓ ମୃଗଶରା ନକ୍ଷତ୍ର ଜାତ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିପାରନ୍ତି । ଋଣ କାତର ହେବେ । ଅନଟନର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଶୋକାତୁର ହେବା ଆଶା କରାଯାଏ । |
![]() |
ମୃଗଶିରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି ଆତୁରିତ ହୋଇପାରନ୍ତି । ଗୁଣହୀନ ହେଲେ ବି ମାୟାମତିଯୁକ୍ତ ହେବେ । ମୂଲ୍ୟବାନ୍ ଧାତୁଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ । |
![]() |
ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତି ରାଜତୁଲ୍ୟ ହେବେ । କର୍ମକ୍ଷେତ୍ରରେ ଉତ୍ସାହି ହେବେ । ପରୋପକାରୀ ହୋଇପାରନ୍ତି । ମଣି-ଭୂଷଣ ପ୍ରାପ୍ତ ହେବେ । ବହୁବିଧ ଧନର ଅଧିକାରୀ ହେବେ । ପୁଷ୍ୟାନକ୍ଷତ୍ରର ସାମାନ୍ୟ ଫଳ । |
![]() |
ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ହିଂସା ମାର୍ଗରେ ମନ ବଳାଇଲେ ବି ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ । ପୁଣ୍ୟ ଓ ଧନକ୍ଷୟ ହୋଇପାରେ । ବହୁ କଷ୍ଟ ସହି ମଧ୍ୟ ଶତ୍ରୁନାଶ କରିବାରେ ପାରଙ୍ଗମ ହେବେ । ମଘା ଓ ଉତ୍ତରା ଫାଲ୍ଗୁନୀର ସାମାନ୍ୟ ଫଳ । |
![]() |
ହସ୍ତା ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଶତ୍ରୁନାଶ, ଧନଭୋଗୀ ହେବେ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ତେଜୀୟାନ୍ ହେବେ । ବନ୍ଧୁ ବିୟୋଗ ସହିତ ବାହୁରେ ପୀଡ଼ା ଉପୁଜି ପାରେ । ପ୍ରିୟ ଭାଷୀ ଓ ଧନ ଯାନବାହନଯୁକ୍ତ ହେବେ । ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ । |
![]() |
ଚିତ୍ରା ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତି ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । କୀର୍ତ୍ତିମାନ୍ ହେବେ । ଗୁରୁ ଓ ବନ୍ଧୁ ବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିବ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ । ମଧୁର କଥାରେ ସମସ୍ତଙ୍କ ପ୍ରିୟଭାଜନ ହେବେ । |
![]() |
ବିଶାଖା ଓ ଜ୍ୟୋଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ସ୍ୱଳ୍ପ ଧନର ଅଧିକାରୀ ହେବେ । ନିଜ ପରିବାର ପ୍ରତି ଅନୁରକ୍ତି ରହିବ । ଶାସ୍ତ୍ର ସମ୍ମତ କାର୍ଯ୍ୟ କରିପାରନ୍ତି । ପରଂ ବ୍ରହ୍ମଙ୍କ ଶରଣାଗତ ହେବେ । ଅନୁରାଧା ନକ୍ଷତ୍ରର ଶତ୍ରୁ ବୃଦ୍ଧି; ମାତ୍ର ଅନିଷ୍ଟ ନାହିଁ । |
![]() |
ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ସୁଖୀ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଧାର୍ମିକ ଓ ତେଜସ୍ୱୀ ହେବେ । କୀର୍ତ୍ତିମାନ୍ ହେବେ । ସମ୍ମାନିତ ହୋଇପାରନ୍ତି । ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରର ସାମାନ୍ୟ ଶୁଭ । |
![]() |
ଶ୍ରବଣା ଓ ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ସୁଭାଷୀ ଓ ଉତ୍ତମ ବିଦ୍ୟାଯୁକ୍ତ ହୋଇପାରନ୍ତି । ଭୋଗ ବିଳାସରେ ସମୟ ବିତାଇବେ । କର୍ମଚଞ୍ଚଳ ରହିବେ । ମୂଲ୍ୟବାନ୍ ଦ୍ରବ୍ୟଲାଭ ହୋଇପାରେ । ଉତ୍ତରାଷାଢ଼ାର ସାମାନ୍ୟ ଶୁଭଫଳ । |
![]() |
ଧନିଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତି ଜ୍ଞାନାନୁରକ୍ତ ହୋଇପାରନ୍ତି । ଶ୍ରେଷ୍ଠ ଆସନରେ ଆସୀନ ହେବାର ସୂଚନା ମିଳୁଛି । ସାଧୁ ସଙ୍ଗୀ ହେବେ । ଶତଭିକ୍ଷା ନକ୍ଷତ୍ରର ସାମାନ୍ୟ ଶୁଭଫଳ । |
![]() |
ସାଧୁସେବାରେ ନିଜକୁ ନିୟୋଜିତ କରିପାରନ୍ତି । ପ୍ରଭୂତ ବିତ୍ତର ଅଧିକାରୀ ହେବେ । ଉଦାର ସ୍ୱଭାବର ହେବେ । ବିଦ୍ୟାବାନ୍ ହୋଇପାରନ୍ତି । ଉପରୋକ୍ତ ଫଳ ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରର । ଉତ୍ତର ଭାଦ୍ରର ସାମାନ୍ୟ ଶୁଭ । |