![]() |
ଶୁଭ ସମାଚାର ମିଳିପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । |
![]() |
କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ପାଇବେ ଓ ତା’ର ସଦ୍ବ୍ୟବହାର କରିବେ । ପ୍ରତିଯୋଗିତାରେ ବିଜୟୀ ହେବେ । ଭକ୍ତିଗାଥା ପ୍ରବଚନ ଶୁଣିବାରେ ଆଗ୍ରହ ପ୍ରକାଶ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ସ୍ୱାସ୍ଥ୍ୟରେ ଅବନତି ଘଟିବାର ସୂଚନା ମିଳୁଛି । ନିଅଁଣ୍ଟିଆ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିପାରନ୍ତି । ଶୁଭକାର୍ଯ୍ୟରୁ ବିରତ ରହିବାକୁ ପଡ଼ିବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ । |
![]() |
ବନ୍ଧୁ ମିଳନ ଘଟିପାରେ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ପାରଙ୍ଗମ ହେବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଖୀ ହେବେ । |
![]() |
ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଖୁସି ହେବେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିବେ । |
![]() |
ଅଧ୍ୟାପନା ପାଇଁ ପ୍ରସ୍ତୁତି ପୂର୍ବକ ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁ ସମ୍ବାଦ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ହଠାତ୍ କିଛି ଅର୍ଥ ମିଳିପାରେ । ସଞ୍ଚୟାଭିମୁଖୀ ହେବେ । ପୁତ୍ର ସୁଖ ମିଳିପାରେ । |
![]() |
ପରିଶ୍ରମ ଯେତେ କଠିନ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ବହୁ କଷ୍ଟରେ । ଧୈର୍ଯ୍ୟବାନ୍ ହେବେ । ଯାନବାହନ ସୁଖ ମିଳିପାରେ । |
![]() |
ଆଶାବାଦୀ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଭଗବତ ପ୍ରେମୀ ହେବେ । ଦେବଦର୍ଶନର ସୌଭାଗ୍ୟ ଉଦୟ ହୋଇଛି । ସରକାରୀ ସ୍ତରରୁ ଲାଭବାନ୍ ହେବେ । |
![]() |
ଚିନ୍ତାଶୂନ୍ୟ ହୋଇପାରନ୍ତି । ଭାଗ୍ୟବାନ୍ ହେବେ । ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଚଞ୍ଚଳମନା ହୋଇପାରନ୍ତି । ଅଧସ୍ତନଙ୍କ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିବେ । |
![]() |
ଆୟ ପରିମାଣ ବୃଦ୍ଧି ପାଇବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ଅଯଥା ବିତର୍କରେ ଭାଗ ନ ନେଇ ନିରବଦ୍ରଷ୍ଟା ହୋଇପାରନ୍ତି । ଧର୍ମୀୟ କାର୍ଯ୍ୟରେ ଅଧିକ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । କର୍ମଚଞ୍ଚଳ ରହିବେ । ମଧୁର ବ୍ୟବହାର କରି ପରକୁ ଆପଣାର କରିପାରନ୍ତି । କର୍ମକ୍ଷେତ୍ରକୁ ଶାଣିତ କରିପାରନ୍ତି । |
![]() |
ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସ୍ତରରୁ ଏପରିକି ସରକାରଙ୍କ ଠାରୁ ସମ୍ମାନ ଲାଭ କରିବା ସହିତ ଅର୍ଥପ୍ରାପ୍ତ ହୋଇପାରନ୍ତି । |