OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 10th April 2019

Odia Rashiphala

Odia Rashiphala

ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । କାର୍ଯ୍ୟରେ ବାଧା ଉପଜିବାର ସମ୍ଭାବନା ଅଛି । ପାରିବାରିକ ସୁଖ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଆଶା ଫଳବତୀ ହେବ । ଶୁଦ୍ଧ ସ୍ୱଭାବ ସମ୍ପନ୍ନ ଓ ଜନବଲ୍ଲଭ ହେବେ ।
ମାନସିକ ସ୍ତରରେ ଶାନ୍ତିର ବାତାବାରଣ ସୃଷ୍ଟି ହେବ । ସୁଖ-ସମ୍ମାନ ଲାଭ କରିପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ସମ୍ପଦଯୁକ୍ତ ହୋଇପାରନ୍ତି । ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହେବେ ।
 ବିଭିନ୍ନ ସ୍ତରରୁ ସହଯୋଗ ମିଳିବା କଷ୍ଟସାଧ୍ୟ ହେବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଚିନ୍ତା ବୃଦ୍ଧି ହୋଇପାରେ । ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ବୁଦ୍ଧିମାନ ହେବେ । ଯାନବାହନ ଓ ଧନଯୁକ୍ତ ହେବେ । ଶ୍ରେଷ୍ଠ ମାନ୍ୟତା ମିଳିବ ।
ବନ୍ଧୁବତ୍ସଳ ହୋଇପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ସୁବୁଦ୍ଧିଯୁକ୍ତ ହେବେ । ପ୍ରିୟଲୋକମାନଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ବାକ୍ୟ ପଟୁତା ଆପଣଙ୍କୁ ମହାନ୍ କରି ଗଢ଼ତୋଳିବେ । ସୁଖ ମିଳିବ ।
ଅଧିକ ପରଶ୍ରିମ ପଡ଼ିଲେ ବି, ତା’ର ମୂଲ୍ୟ ମିଳିବ । ମନରେ ନୂତନ ଆଶାର ସଞ୍ଚାର ହୋଇପାରେ । ଶ୍ରେଷ୍ଠ ପଦାଧିକାରୀ ହେବେ । ଶତ୍ରୁକୁ ପରାସ୍ତ କରି ବିଜୟ ବାନା ଉଡ଼ାଇ ପାରନ୍ତି । ବହୁ ଗରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେଇ ସଫଳ ହେବେ ।
ଉଚ୍ଚ ମହଲରେ ପରିଚିତ ହେବେ । ଦେବଦର୍ଶନରେ ମାନସିକ ଶାନ୍ତିଫେରି ପାଇବେ । ମାନସିକ ସ୍ତରରେ ଉପୁଜି ଥିବା ଦୁଶ୍ଚିନ୍ତା ଦୂର ହେବ । ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ । ମିଷ୍ଟାନ୍ନ ଭୋଜନ ମିଳିବ ।
 ଆର୍ଥିକ ସାହାଯ୍ୟ ମିଳିପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ମାନସିକ ସ୍ତରରେ ଅଶାନ୍ତି ଉପୁଜି ପାରେ । କୁଳ ପ୍ରଧାନରୁ କେହି ଆପଣଙ୍କୁ ବିଚ୍ୟୁତ କରି ପାରବେ ନାହିଁ । ଧନ ସଞ୍ଚୟ ପାଇଁ ଉଦ୍ୟମ ଜାରି ରଖିବେ ।
ଯେକୌଣସି କାର୍ଯ୍ୟ କଲେ ବି ସେଥିରେ ସଫଳତା ମିଳିବ । ପେଟ ଯନ୍ତ୍ରଣା ଅନୁଭବ କରିପାରନ୍ତି; ତଥାପି ହସଖୁସିରେ ଦିନଟି ବିତାଇପାରନ୍ତି । ଶୁଦ୍ଧପୂତ ଭାବେ ବାକ୍ୟ ପ୍ରୟୋଗ କରବେ । ଧନଶାଳୀ ହେବେ । ବହୁ ମୁକ୍ତାର ଅଧିକାରୀ ହେବେ ।
ସୁସ୍ଥ ଓ ନିରାମୟ ଜୀବନ ଯାପନ କରବେ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ଶାସ୍ତ୍ରପଟୁହେବେ । ପୁଣ୍ୟଦେହୀ ହୋଇପାରନ୍ତି । ରାଜବଂଶ ପୂଜିତ ହେବେ । ନିଜ ବନ୍ଧୁ-ବାନ୍ଧବଙ୍କ ପ୍ରତି ସ୍ନେହ ସଦିଚ୍ଛା ରହିବ ।
ଶୁଭବାର୍ତ୍ତା ପାଇ ଉତ୍‌ଫୁଲ୍ଲିତ ହେବେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଉନ୍ନତିମାର୍ଗରେ ଆଗକୁ ବଢ଼ବେ । ଶାନ୍ତି ଓ ସନ୍ତୋଷ ଲାଭ କରିପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ବହୁ ସୁଖ ମିଳିବ । ବ୍ରହ୍ମବିଦ୍ୟା ଲାଭ କରବେ ।
ଆୟ ଆଶାନୁରୂପ ହେବ । କଳହଠାରୁ ଦୂରେଇ ରହିବାକୁ ପଡ଼ିବ । ଶେଷ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ରାଜପୂଜା ମିଳିବ । ଶାସ୍ତ୍ରଜ୍ଞଭାବେ ନିଜର ପରିଚୟ ସୃଷ୍ଟି କରବେ । ସନ୍‌ମାର୍ଗୀ ଓ ଧନବାନ୍ ହୋଇପାରନ୍ତି ।
 ନିଜର ଅଧିକାର ପ୍ରତି ସେଚତନ ହେବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରି ପାରନ୍ତି । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । କୃଷିକର୍ମରେ ନିଜର ଦକ୍ଷତା ପ୍ରତିପାଦନ କରବେ । ବିନୟୀ ଭାବର ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments