OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 9th March 2021

Odia Rashiphala

Odia Rashiphala

କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ ।
ସେବା ପରାୟଣ ହେବେ । ଭାଗ୍ୟଶାଳୀ ହେବେ । ଭୋଗ ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବୁଦ୍ଧିମାନ୍ ହେବେ । ମାନ୍ୟତା ମିଳିବ ।
ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି । ପ୍ରତିହିଂସା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅନଟନର ସମ୍ମୁଖୀନ ହୋଇପାରନ୍ତି । ୪ଟି ଗ୍ରହ ଅଷ୍ଟମରେ ଥିବାରୁ ସତର୍କରେ ଚଳିବେ ।
ବହୁ ମିତ୍ର ବ୍ୟକ୍ତି ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସମାଜ ସେବାରେ ନିଜକୁ ଉତ୍ସର୍ଗ କରିବେ । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀ ଆପଣଙ୍କୁ ପତନରୁ ରକ୍ଷା କରିବେ ।
ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । କେବଳ ଆଖିରେ ସାମାନ୍ୟ ଯନ୍ତ୍ରଣା ଉପୁଜିପାରେ । ସ୍ୱାସ୍ଥ୍ୟବାନ୍ ଓ ଶତ୍ରୁହନ୍ତା ହେବେ । ଚାକିରିକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହୋଇପାରନ୍ତି ।
କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ ।
କର୍ମକ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ; ମାତ୍ର ଉଦାର ପ୍ରକୃତି ଯୋଗୁଁ ତାଙ୍କୁ ଟାଳି ଦେଇ ପାରନ୍ତି । ଦାନଶୀଳ ହେବେ । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷିରୁ ଲାଭ ମିଳିବ । ବୁଦ୍ଧିମାନ୍ ହେବେ ।
ଶ୍ରମ ସାର୍ଥକ ହେବ । ମନ ପ୍ରସନ୍ନ ରହିବ । ଈଶ୍ୱର ବିଶ୍ୱାସୀ ହେବେ । ମଧୁରଭାଷୀ ହୋଇପାରନ୍ତି । ମେଳାପୀ ପ୍ରକୃତିର ହେବେ । ପ୍ରେମୀ ଓ ସାହସୀ ହେବେ । ଭାଇମାନଙ୍କ ଠାରୁ ଆଦର ସମ୍ମାନ ପାଇ ପାରନ୍ତି । ବିବାଦରେ ବିଜୟୀ ହେବେ ।
ଆଶାବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ର ସୁଖ ଲାଭ କରିପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଐଶ୍ୱର୍ଯ୍ୟଯୁକ୍ତ ହେବେ ।
ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ନିରୋଳାରେ କିଛି ସମୟ ବିତାଇବାକୁ ଇଚ୍ଛା ପ୍ରକାଶ କରିପାରନ୍ତି । ଯୁଦ୍ଧ ଓ ଯାତ୍ରା ପାଇଁ ସମୟ ଅନୁକୂଳ ରହିଛି । ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ ।
ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । କର୍ମଚଞ୍ଚଳ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସମ୍ମାନିତ ହେବେ । ଗୃହ ସୁଖ ଓ ଯାନବାହନ ସୁଖ ମିଳିବ । ସୁଖୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments