OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 9th July 2019

Odia Rashiphala

Odia Rashiphala

ସାମାନ୍ୟ ଅସସ୍ଥତା ଅନୁଭବ କଲେ ବି ଶତ୍ରୁ ନିକଟରେ ନିଜର ପରାକ୍ରମ ଦେଖାଇ ପାରନ୍ତି । ଭାଇମାନଙ୍କ ସାହାଯ୍ୟ ପାଇ ବଳବାନ୍ ହେବେ । ଶତ୍ରୁ ନିପାତ କରି ଆଶ୍ୱସ୍ତ ହେବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ ।
ପରିବେଶ ଆନନ୍ଦଦାୟକ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକକ ଧନ ଲାଭ ହୋଇପାରେ । ଲାଜକୁଳା ହେବେ । ତନ୍ତ୍ର-ମନ୍ତ୍ରାଦି ବିଦ୍ୟାପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ ।
ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଦ୍ରବ୍ୟ ନଷ୍ଟ ହୋଇପାରେ । ଉଦାର ସ୍ୱଭାବ ସମ୍ପନ୍ନ ହେବେ । ଦାନ-ଧର୍ମ କରିବାକୁ ଶ୍ରେୟ ମଣି ପାରନ୍ତି । ସୁଖୀ ହେବେ । ବ୍ୟକ୍ତି ବିଶେଷର ପରିଚୟ ସୃଷ୍ଟି କରିବେ । ସ୍ୱାସ୍ଥ୍ୟ ଭଲ ରହିବ । କୃଷି କର୍ମକାରୀ ହେବେ ।
ପରଶ୍ରିମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହେବେ । ମଧୁର ଭାଷୀ ହୋଇପାରନ୍ତି । ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ । ପ୍ରେମୀ ଓ ସାହସୀ ହେବେ । ସାନ ଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ ।
ଅନ୍ୟଠାରୁ ପ୍ରେରଣା ପାଇ କାର୍ଯ୍ୟ କରିପାରନ୍ତି । ସ୍ୱାଧୀନ ଚିନ୍ତା ଧାରାରେ କାର୍ଯ୍ୟ ନ କରି ପରାମର୍ଶ ନେବେ । ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ ।
ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ବିଦ୍ୱାନ ଓ ଶାସ୍ତ୍ରଜ୍ଞ ହେବା ଆଶା କରାଯାଏ ।
ଉତ୍ସବାଦିରେ ବନ୍ଧୁ-ବାନ୍ଧବଙ୍କ ସହିତ ମିଳିତ ହେବେ । ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତ ପ୍ରିୟ, ନେତ୍ରରୋଗୀ ଓ ମଧୁରଭାଷୀ ହେବେ । ସର୍ବୋପରି ରାଜଯୋଗର ସୂଚନା ମିଳୁଛି ।
ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ । ଆୟ ପରିମାଣ ବୃଦ୍ଧି ପାଇବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । ଯଶସ୍ୱୀ ହେବେ । ଲୋକ ପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀ ସମ୍ମାନିତ ହେବେ ।
ପାରିବାରିକ ଜୀବନରେ ସୁଖ ମିଳିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।
ଅଯଥାରେ ବ୍ୟୟ କରିବେ; ତଥାପି ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ ଓ ସାହସୀ ହୋଇପାରନ୍ତି ।
ଚିନ୍ତାରୁ ମୁକ୍ତି ମିଳିବ । ଧନ କ୍ଷୟ ହେବାର ସୂଚନା ମିଳୁଛି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ମନା ।
ସୁଯୋଗ ହରାଇ ପାରନ୍ତି । ବନ୍ଧୁ ମିଳନ ଘଟିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇପାରନ୍ତି । ଅହଂକାରୀ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବା ଆଶାକରାଯାଏ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments