![]() |
ସେବା କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ପ୍ରବଚନ ଶୁଣିବେ । |
ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଉପାର୍ଜନରେ ବାଧା ଉପୁଜିପାରେ । ଶୁଭକାର୍ଯ୍ୟ ବର୍ଜନୀୟ । ପାରିବାରିକ ଅଶାନ୍ତି ଦୂର କରିବାକୁ ଉଦ୍ୟମ ଜାରି ରଖିବେ । ଧର୍ମ କ୍ରିୟାରତ ହୋଇପାରନ୍ତି । ମନୋଜ୍ଞ ହେବେ । | |
ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ଧୈର୍ଯ୍ୟବାନ୍ ହେବେ । | |
ଶତ୍ରୁର ଉପସ୍ଥିତି ଶୁଣି କ୍ରୋଧିତ ହୋଇପାରନ୍ତି । ଭାଇମାନଙ୍କ ସହଯୋଗରେ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ଶୁଣି ଖୁସି ହେବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିବେ । | |
ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ବାଦ ପାଇ ଭାବବିହ୍ୱଳ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସନ୍ତାନ ଲାଭର ସୂଚନା ମିଳୁଛି । ବିଦ୍ୟାବାନ୍ ହେବେ । ସନ୍ମାର୍ଗୀ ହୋଇପାରନ୍ତି । | |
ଶ୍ରମର ମୂଲ୍ୟାଙ୍କନ ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । କୃଷିକ୍ଷେତରୁ ଲାଭବାନ୍ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । ଶତ୍ରୁ ବିନାଶ କରି ଧନ ଭୋଗ କରିପାରନ୍ତି । ତେଜୀୟାନ୍ ହେବେ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । | |
ଆର୍ଥିକ କ୍ଷେତ୍ର ପରିପୂର୍ଣ୍ଣତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଦେବଦର୍ଶନ ଲାଭ କରି ଆତ୍ମସନ୍ତୋଷ ମିଳିବ । ଅଶାନ୍ତିର ମାତ୍ରା ହ୍ରାସ ହେବ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ପାରଙ୍ଗମ ହୋଇପାରନ୍ତି । | |
କାର୍ଯ୍ୟରେ ଆଗେଇବା ପାଇଁ ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ଆକସ୍ମିକ ସମସ୍ୟା ଦେଖା ଦେଲେ ବି ତା’ର ଆଶୁ ସମାଧାନ ହୋଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ନୀତିନିଷ୍ଠ ହେବେ । ସମର୍ପିତ ଭାବର ହେବେ । | |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଉତ୍ତମ ଧରଣର ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସରକାରୀ ବା ବନ୍ଧୁସୂତ୍ରରୁ ଲାଭବାନ୍ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଜୁଟିପାରନ୍ତି । | |
ଧର୍ମକାର୍ଯ୍ୟରେ ଅଧିକ ଧନ ବ୍ୟୟ କରିପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । କାର୍ଯ୍ୟରେ ବିଘ୍ନ ଉପୁଜିବାର ସମ୍ଭାବନା ଅଛି । ଛଳନାପୂର୍ଣ୍ଣ କଥା କହି ସାମୟିକ ଭାବେ ଜନ ସମର୍ଥନ ପାଇବେ । ମଧୁରଭାଷୀ ହେବେ । | |
ଶତ୍ରୁମାନଙ୍କୁ ନିଜବୃଦ୍ଧି ଓ କାର୍ଯ୍ୟ ଦକ୍ଷତା ବଳରେ ନିରସ୍ତ୍ର କରିପାରନ୍ତି । ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଧନବାନ୍ ହେବେ । | |
କର୍ମତତ୍ପର ରହିବେ । ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ପ୍ରତିଯୋଗିତାରେ ବିଜୟୀ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । |
Odia Calendar 2021
Comments
comments