OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 9th April 2019

Odia Rashiphala

Odia Rashiphala

ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଭାଗ୍ୟବାନ୍ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ବନ୍ଧୁ ସୁଖ ମିଳିପାରେ ।
ସୁଖରେ ଦିନଟି ଅତିବାହିତ କରିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେତୁ ସୁଷମ ଖାଦ୍ୟ୍ ଖାଇ ତୃପ୍ତି ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ରୋଜଗାର ଆଶାନୁରୂପ ହେବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭର ସୂଚନା ମିଳୁଛି ।
ମନରେ ଉଦ୍‌ବେଗ ଜାତ ହୋଇପାରେ । ଅଧିକ ବ୍ୟୟର ସମ୍ମୁଖୀନ ହେବେ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ମଧୁରଭାଷୀ ହେବେ । ସାହସୀ ଓ ଜ୍ଞାନୀ ହୋଇପାରନ୍ତି । ଗୁପ୍ତ ବିଦ୍ୟା ପ୍ରତି ରୁଚି ବଢବ ।
ନୂତନ କାର୍ଯ୍ୟ ଆନନ୍ଦଦାୟକ ହେବ । ଧନ ଲାଭର ସଯୋଗ ଜୁଟୁଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ଲାଭର ସୂଚନା ମିଳୁଛି । ଲୋକପ୍ରିୟତା ଅର୍ଜନ କରିବେ ।
ମନର ବ୍ୟାକୁଳତା ଦୂର ହେବ । ପରିଶ୍ରମର ମୂଲ୍ୟ ମିଳିବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସୁଖ ମିଳିବ ।
କାର୍ଯ୍ୟ ଆନନ୍ଦଦାୟକ ହେବ । ସେବାରେ ନିୟୋଜିତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ବିଦ୍ୱାନ୍ ଓ ସାହସୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁଶୀଳା ପତ୍ନୀଙ୍କ ସାହଚର୍ଯ୍ୟ ମିଳିବ । ଧର୍ମାତ୍ମା ଓ ପ୍ରବାସୀ ହେବେ ।
ସାମୟିକ ଭାବେ ସୁଖୀ ହୋଇପାରନ୍ତି । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷାଳୁ ସ୍ୱଭାବର ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ନିଜ କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରିବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପାଦେୟ ହେବ । ବନ୍ଧୁ ସୁଖ ମିଳିବ ।
ମନ‌ରେ ସାହସ ସଞ୍ଚୟ କରି କାର୍ଯ୍ୟ କରିବେ । ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରିରେ ସୁନାମ ଅର୍ଜନ କରିବେ ।
ମନଯୋଗ ସହକାରେ କାର୍ଯ୍ୟ କରିବେ । ଦୂରଦୃଷ୍ଟି ସମ୍ପନ୍ନ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଧାର୍ମିକ ଓ ତେଜସ୍ୱୀ ହେବେ ।
 ଗୃହରେ ଶାନ୍ତି ବାତାବରଣ ପ୍ରବାହିତ ହେବ । ଉପୁଜି ଥିବା ମାନ-ମନାନ୍ତର ଦୂର ହେବ । ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁ ଆଦରି ନେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହେବେ ।
ଯାତ୍ରାଦିରୁ ଆନନ୍ଦ ମିଳିବ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ସୁଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ବିବାଦରେ ବିଜୟୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments