![]() |
ଭ୍ରମଣାଦିରେ ଶାନ୍ତି ମିଳିବ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ପରିବାରର ମର୍ଯ୍ୟାଦା ରକ୍ଷାକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । |
ଅର୍ଥାଭାବ ଦୂରେଇ ଯିବ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
ବନ୍ଧୁ ସହଯୋଗ ମିଳିପାରେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ସର୍ଦ୍ଦି ଓ କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ଅଷ୍ଟମଚନ୍ଦ୍ର ତି ଯୋଗୁଁ ସତର୍କ ରହିବେ । | |
ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ବ୍ୟବସାୟ ଲାଭଜନକ ହେବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ଚାଲିଲେ ବିଶେଷ ଉପକୃତ ହେବେ । ସୁଖ ମିଳିବ । | |
ଅଭାବ-ଅନଟନ ମେଣ୍ଟାଇବାରେ ସମର୍ଥ ହେବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ପ୍ରଶଂସା ମିଳିବ । | |
ନୂତନ ମୂଲ୍ୟବାନ୍ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ହୋଇପାରେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟାପ୍ରତି ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବୋହିବ । ବ୍ୟବସାୟରୁ ଅଧିକ ଧନଲାଭ ହୋଇପାରେ । | |
ଅନେକ କ୍ଷେତ୍ରରେ ଲାଭବାନ୍ ହେବେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମକୁ ଶ୍ରେୟ ମଣିବେ । ସୁଖୀ ହେବେ । ବ୍ୟକ୍ତିତ୍ୱର ବିକାଶ ଘଟାଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କୃଷି କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି । | |
ମନୋବଳ ଦୃଢ଼ ରହିବ । ମନପ୍ରସନ୍ନ ରହିବ । ଆସ୍ତିକ ହେବେ । ଧର୍ମ ଭାବାପନ୍ନ ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇଙ୍କ ଠାରୁ ଆଦର ମିଳିବ । | |
ପଡ଼ୋଶୀ ଓ ଅଧସ୍ତନମାନଙ୍କ ସହଯୋଗ ପାଇବେ । ଆଶାବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ବିବାଦରେ ବିଜୟୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । | |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆୟ ପରିମାଣ ବୃଦ୍ଧି ପାଇବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଐଶ୍ୱର୍ଯ୍ୟ ଯୁକ୍ତ ହେବେ । ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ଚିନ୍ତାଧାରା ଉନ୍ନତ ହେବ । | |
ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ଭ୍ରମଣ ଯୋଗ ଅଛି । ଚଞ୍ଚଳ ସ୍ୱଭାବର ହେବେ । କଥାଶୈଳୀରେ ପରକୁ ଆପଣାର କରିବାରେ ସିଦ୍ଧହସ୍ତ ହେବେ । ଏହି କାର୍ଯ୍ୟ ପାଇଁ ଖର୍ଚ୍ଚାନ୍ତ ହେବେ । ଧାର୍ମିକ ପ୍ରବୃତ୍ତିର ହେବେ । | |
କାର୍ଯ୍ୟରେ ସଫଳତା ଲାଭ କରିବେ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । |
Odia Calendar 2019
Comments
comments